ETV Bharat / bharat

Anti-Bajrang Dal remarks: ଖଡଗେଙ୍କୁ ପଞ୍ଜାବ କୋର୍ଟଙ୍କ ସମନ - ମଲ୍ଲିକାର୍ଜୁନ ଖଡଗେଙ୍କ ବିରୋଧରେ ସମନ

ମଲ୍ଲିକାର୍ଜୁନ ଖଡଗେଙ୍କୁ ସମନ ଜାରି କଲା ପଞ୍ଜାବ କୋର୍ଟ । ବଜରଙ୍ଗ ଦଳ ବ୍ୟାନ ଇସ୍ତାହାରକୁ ନେଇ 100 କୋଟିର ମାନହାନି ମାମଲା କରିଥିଲେ ବିଶ୍ବ ହିନ୍ଦୁ ସୁରକ୍ଷା ପରିଷଦ । ଅଧିକ ପଢନ୍ତୁ

Anti-Bajrang Dal remarks: ଖଡଗେଙ୍କୁ ପଞ୍ଜାବ କୋର୍ଟର ସମନ

author img

By

Published : May 15, 2023, 3:48 PM IST

ଚଣ୍ଡିଗଡ: ବଜରଙ୍ଗ ଦଳକୁ ପିଏଫଆଇ ସହ ତୂଳନା କରି ଏହାକୁ ବ୍ୟାନ କରିବା ପାଇଁ ନିର୍ବାଚନୀ ଇସ୍ତାହାରରେ ପ୍ରକାଶ କରିବା ମାନହାନି ମାମଲାରେ କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କୁ ପଞ୍ଜାବ କୋର୍ଟ ସମନ ଜାରି କରିଛି । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବାଧୀନ କଂଗ୍ରେସ, ବଜରଙ୍ଗ ଦଳକୁ ଦେଶ ବିରୋଧୀ ସଂଗଠନ ସହ ତୂଳନା କରିବା ଅଭିଯୋଗରେ ହିନ୍ଦୁ ସୁରକ୍ଷା ପରିଷଦର ପ୍ରତିଷ୍ଠାତା ହିତେଶ ଭରଦ୍ବାଜ 100 କୋଟିର ମାନହାନୀ ମାମଲା ଦାଏର କରିଥିଲେ ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପଞ୍ଜାବ କୋର୍ଟର ସିଭିଲ ଜଜ୍‌ ରମଣଦୀପ କୋର୍ଟ ଏହି ସମନ ଜାରି କରିଛନ୍ତି । ଜୁଲାଇ 10 ତାରିଖରେ ଖଡଗେଙ୍କୁ କୋର୍ଟରେ ହାଜର ହୋଇ ପକ୍ଷ ରଖିବା ପାଇଁ ଜାରି ସମନରେ କୁହାଯାଇଛି । ଆବେଦନରେ ହିତେଶ ଦର୍ଶାଇଛନ୍ତି, କଂଗ୍ରେସ ବଜରଙ୍ଗ ଦଳକୁ କଠୋରପନ୍ଥୀ ସଂଗଠନ ସହ ତୂଳନା କରିଛି । କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ବ୍ୟାନ କରିବା ନେଇ ମଧ୍ୟ ଘୋଷଣା କରିଛି । କଂଗ୍ରେସର ଏହି ନିଷ୍ପତ୍ତି ତାଙ୍କୁ ମାନସିକ ଭାବେ ଆଘାତ ଦେଇଛି । କଂଗ୍ରେସ ଚଳିତ ନିର୍ବାଚନ ଇସ୍ତାହାର ପଢିବା ପରେ ସେ ମାମଲା ଦାଏର କରିଛନ୍ତି । ନିର୍ବାଚନୀ ଇସ୍ତାହାରର 10ମ ପୃଷ୍ଠାରେ ବଜରଙ୍ଗ ଦଳକୁ ସିଧାସଳଖ କିଛି କଠୋରପନ୍ଥୀ ଓ ରାଷ୍ଟ୍ର ବିରୋଧୀ ସଂଗଠନ ସହ ମଧ୍ୟ ତୂଳନା କରାଯାଇଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।

ତେବେ ଏହି ମାମଲାରେ ସେ କଂଗ୍ରେସ ମୁଖ୍ୟ ଖଡଗେଙ୍କୁ ସିଧା ପକ୍ଷଭୁକ୍ତ କରିଥିଲେ । ଏବେ କୋର୍ଟ ଏହି ମାମଲା ଗ୍ରହଣ କରିବା ସହ ଖଡଗେଙ୍କୁ ଜୁଲାଇ 10 ତାରିଖରେ ପ୍ରତ୍ୟେକ୍ଷ କୋର୍ଟରେ ହାଜର ହେବା ପାଇଁ ସମନ ମଧ୍ୟ ଜାରି କରିଛନ୍ତି । କଂଗ୍ରେସ ମୁଖ୍ୟ ଖଡଗେ ନିର୍ବାଚନୀ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀଙ୍କୁ ବିଷଧର ସାପ କହି ଅଡୁଆରେ ପଡ଼ିଥିଲେ । ପରେ ସେ ଏଥିପାଇଁ କ୍ଷମା ପ୍ରାର୍ଥନା କରିବା ସହ ତାଙ୍କ ମନ୍ତବ୍ୟ ପ୍ରଧାନମନ୍ତ୍ରୀଙ୍କ ପ୍ରତି ନଥିଲା ବୋଲି ସଫେଇ ଦେଇଥିଲେ । ସେ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନୁହେଁ ବରଂ ଭାରତୀୟ ଜନତା ପାର୍ଟି ବିଚାରଧାରାକୁ ସାପ ସହ ତୂଳନା କରିଥିବା କହିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଘୋଷଣାପତ୍ରରେ ବଜରଙ୍ଗ ଦଳ ବ୍ୟାନ କରାଯିବା ନେଇ ଘୋଷଣା କରିଥିଲା । ନିକଟରେ କେନ୍ଦ୍ର ସରକାର ପିଏଫଆଇକୁ ବ୍ୟାନ କରିଥିଲେ । କଂଗ୍ରେସର ଏହି ଘୋଷଣାପତ୍ର ଆସିବା ପରେ ରାଜନୀତି ଉଷ୍ମ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତମାମ ବିଜେପି ନେତା କଂଗ୍ରେସର ଏହି ଇସ୍ତାହାରକୁ ବିରୋଧ କରିଥିଲେ । ବଜରଙ୍ଗ ଦଳ କର୍ମୀମାନେ ମଧ୍ୟ କିଛି ସ୍ଥାନରେ କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ନାରାବାଜୀ କରିଥିଲେ । ଏବେ ଏହାରି ମଧ୍ୟରେ କଂଗ୍ରେସ କ୍ଷମତା ହାସଲ କରି ସରକାର ଗଠନ କରିବାକୁ ଯାଉଛି । ବଜରଙ୍ଗ ଦଳ ବ୍ୟାନ ଘୋଷଣା କେବେ କର୍ଣ୍ଣାଟକରେ କଂଗ୍ରେସ ସରକାର କରୁଛି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.