ETV Bharat / bharat

ପଞ୍ଜାବରେ ପଡୁଛି ୱିକେଟ; ସିଦ୍ଧୁଙ୍କ ଇସ୍ତଫା ପରେ ଅଲଆଉଟ୍‌ ମୁହାଁ କଂଗ୍ରେସ ! - Punjab Congress Crisis

ପଞ୍ଜାବ କଂଗ୍ରେସ ମୁଖ୍ୟ ପଦରୁ ସିଦ୍ଧୁଙ୍କ ଇସ୍ତଫା ପରେ ଶକ୍ତିହୀନ ହେଉଛି ଦଳ । ଆଉ ଲାଗିଛି ଇସ୍ତଫାର ଲାଇନ । ଅଧିକ ପଢନ୍ତୁ...

ପଞ୍ଜାବରେ ହାତ ହରାଉଛି ୱିକେଟ; ସିଦ୍ଧୁଙ୍କ ଇସ୍ତଫା ପରେ ଅଲଆଉଟ୍‌ ମୁହାଁ କଂଗ୍ରେସ !

author img

By

Published : Sep 28, 2021, 8:42 PM IST

ଚଣ୍ଡିଗଡ: ପଞ୍ଜାବ କଂଗ୍ରେସରେ ହାଇଭୋଲ୍‌ଟେଜ ଡ୍ରାମା । ହାତର ପଡୁଛି ଗୋଟିଏ ପରେ ଗୋଟିଏ ଓ୍ବିକେଟ । ଦଳ ଛାଡୁନଥିଲେ ମଧ୍ୟ ପଦ ଛାଡୁଛନ୍ତି ଜଣକ ପରେ ଜଣେ ନେତା ମନ୍ତ୍ରୀ । ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ରାଜନୀତିରେ ଆଶ୍ଚର୍ଯ୍ୟଜନକ ମ୍ୟାଚ୍‌ ଖେଳି ନିଜ ଦଳକୁ ହିଁ ଧରାଶାୟୀ କରିପକାଇଛନ୍ତି । କଂଗ୍ରେସରୁ ସିଦ୍ଧୁଙ୍କ ଇସ୍ତଫା ପରେ ଶକ୍ତିହୀନ ହେଉଛି ଦଳ । ଆଉ ଲାଗିଛି ଇସ୍ତଫାର ଲାଇନ ।

କଂଗ୍ରେସ କନ୍ଦଳ ମଝିରେ ପଞ୍ଜାବ ରାଜନୈତିକ ଆକାଶରେ ଘୋଟିଆସିଛି ସଙ୍କଟର କଳାବାଦଲ । ମଙ୍ଗଳବାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଇସ୍ତଫା ଦେଇଥିଲେ ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ । ଆଉ ଏହାପରେ ସିଦ୍ଧୁଙ୍କ ସମର୍ଥନରେ ଜଣେ ପରେ ଜଣେ ନେତା ଓ ମନ୍ତ୍ରୀ ଦେବାରେ ଲାଗିଛନ୍ତି ଇସ୍ତଫା ।

ନବଜୋତ ସିଂ ସିଦ୍ଧୁଙ୍କ ପରେ ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ରଜିଆ ସୁଲତାନା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପୂର୍ବତନ ଆଇପିଏସ ଇଧିକାରୀ ମହମ୍ମଦ ମୁସ୍ତଫାଙ୍କ ପତ୍ନୀ ହେଉଛନ୍ତି ରଜିଆ । ମହମ୍ମଦ ମୁସ୍ତଫା ସିଦ୍ଧଙ୍କ ପରାମର୍ଶଦାତା । ଇସ୍ତଫା ପରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରଜିଆ । ରଜିଆ ସୁଲତାନାଙ୍କ ପରେ ପଞ୍ଜାବର ଖେଳ, ଶିକ୍ଷା ଓ ଯୁବବ୍ୟାପାର ମନ୍ତ୍ରୀ ପରଗଟ ସିଂହଙ୍କ ଇସ୍ତଫା ସାମ୍ନାକୁ ଆସିଛି । ସେ ମଧ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏହାପୂର୍ବରୁ ପଞ୍ଜାବ କଂଗ୍ରେସର କୋଷାଧ୍ୟକ୍ଷ ମଧ୍ୟ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । କେବଳ ସେତିକି ନୁହେଁ, ପଞ୍ଜାବ କଂଗ୍ରେସର ମହାସଚିବ ଯୋଗିନ୍ଦର ଢିଙ୍ଗରା ମଧ୍ୟ ନିଜ ପଦରୁ ଇସ୍ତଫା ଦେଇ ସିଦ୍ଧୁଙ୍କୁ ସମର୍ଥନ ଜଣାଇଛନ୍ତି ।

ଗୋଟିଏ ପକ୍ଷେ ନବଜୋତ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସ ପିସିସି ସଭାପତି ପଦରୁ ଇସ୍ତଫା ଦେଇ ରାଜନୀତିରେ ଭୂମିକମ୍ପ ସୃଷ୍ଟି କରିଥିବାବେଳେ ତାଙ୍କ ସପକ୍ଷ ଗୋଷ୍ଠୀ ମଧ୍ୟ ଇସ୍ତଫା ଦେବାରେ ଲାଗିଛନ୍ତି । ଏହାକୁ ନେଇ ଦଳରେ ଏବେ ହଇଚଇ ସୃଷ୍ଟି ହୋଇଯାଇଛି । ସେପଟେ ଜଣେ ପରେ ଜଣେ ନେତା ପଦ ଛାଡୁଥିବା ଦେଖି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ସିଦ୍ଧୁଙ୍କୁ ଭେଟିବାକୁ ପଟିଆଲା ଯାଉଥିବା ସୂଚନା ମିଳିଛି ।

ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବେ ସିଦ୍ଧୁଙ୍କୁ ଚୟନ କରିଥିଲେ ଦଳର ହାଇକମାଣ୍ଡ । ଏଣୁ ତାଙ୍କର ଅଚାନକ ଇସ୍ତଫା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସେପଟେ ସିଦ୍ଧୁଙ୍କ ସହ ବିବାଦ କାରଣରୁ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା ।

କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ ଚରଣଜିତ ସିଂହହ ଚନ୍ନିଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଆସନରେ ବସାଇଛନ୍ତି କଂଗ୍ରେସ ହାଇକମାଣ୍ଡ । ହେଲେ ନିକଟରେ ଯେଭଳି ଭାବରେ ପଞ୍ଜାବ କ୍ୟାବିନେଟ ଗଠନ ହେଲା, ଏଥିରେ ସିଦ୍ଧୁ ଖୁସିନଥିବା କୁହାଯାଉଥିଲା ।

ପଞ୍ଜାବ ରାଜନୀତିରେ ଜୋରଦାର ହଟଚମଟ ଜାରି ରହିଛି । କ୍ୟାପଟେନଙ୍କ ଆଉଟ ହେବା ପରେ ଚରଣଜିତ ସିଂହ ଚନ୍ନିଙ୍କୁ ଟିମ୍‌ର ଭାର ଦେଇଥିଲା କଂଗ୍ରେସ । କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ଚରଣଜିତ ହୋଇଥିଲେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.