ETV Bharat / bharat

ପଞ୍ଜାବ କଂଗ୍ରେସରେ ତୁଟିଲା ବିବାଦ, ରାଜସ୍ଥାନ ପାଇଁ ଆରମ୍ଭ ହେଲା ରଣନୀତି

author img

By

Published : Jul 24, 2021, 7:25 AM IST

ଦଳୀୟ ବିବାଦକୁ ସଫଳତାର ସହିତ ତୁଟାଇବାରେ ସକ୍ଷମ ହୋଇଛନ୍ତି କଂଗ୍ରେସ ନେତୃବୃନ୍ଦ । ପଞ୍ଜାବ କଂଗ୍ରସରେ ଦଳୀୟ ବିବାଦରେ ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ସେପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟ ମଧ୍ୟରେ କ୍ଷମତା ଲଢେଇ ଚରମ ସୀମାରେ ପହଞ୍ଚିଛି । ରାଜସ୍ଥାନରେ ବିବାଦକୁ ତୁଟାଇବାକୁ କଂଗ୍ରେସ ନେତୃତ୍ବ ମଧ୍ୟରେ ଆଲୋଚନା ହେଉଥିବା ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ...

ପଞ୍ଜାବ କଂଗ୍ରେସରେ ତୁଟିଲା ବିବାଦ,ରାଜସ୍ଥାନ ପାଇଁ ଆରମ୍ଭ ହେଲା ରଣନୀତି

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ତୁଟିଲା ବିବାଦ,ରାଜସ୍ଥାନ ପାଇଁ ଆରମ୍ଭ ହେଲା ରଣନୀତି । କଂଗ୍ରେସରେ ଆରମ୍ଭ ହୋଇଛି ନୂତନ ରାଜନୈତିକ ସମୀକରଣ । ଦଳୀୟ ବିବାଦକୁ ସଫଳତାର ସହିତ ତୁଟାଇବାରେ ସକ୍ଷମ ହୋଇଛନ୍ତି କଂଗ୍ରେସ ନେତୃବୃନ୍ଦ । ପଞ୍ଜାବ କଂଗ୍ରସରେ ଦଳୀୟ ବିବାଦରେ ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ସେପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟ ମଧ୍ୟରେ କ୍ଷମତା ଲଢେଇ ଚରମ ସୀମାରେ ପହଞ୍ଚିଛି । ରାଜସ୍ଥାନରେ ବିବାଦକୁ ତୁଟାଇବାକୁ କଂଗ୍ରେସ ନେତୃତ୍ବ ମଧ୍ୟରେ ଆଲୋଚନା ହେଉଥିବା ଚର୍ଚ୍ଚା ହେଉଛି ।

ସବୁବେଳେ ବିବାଦରେ ଫସି କ୍ଷମତା କେନ୍ଦ୍ରରୁ ଦୂରେଇ ରହିଥିବା କଂଗ୍ରେସ ବର୍ତ୍ତମାନ ଦଳୀୟ କନ୍ଦଳକୁ ସଜାଡିବାରେ ସକ୍ଷମ ହୋଇଛି । ସାରା ଦେଶରେ କଂଗ୍ରସରେ ଦଳୀୟ ନେତା ମାନଙ୍କ ମଧ୍ୟରେ ସମତୁଲତାର ଅଭାବ ଦେଖାଦେଇଛି । ନିକଟରେ ପଞ୍ଜାବ କଂଗ୍ରେସରେ କ୍ଷମତା ଲଢେଇକୁ ନେଇ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ କ୍ରିକେଟର ରାଜନେତା ନବଜୋତ ସିଂ ସିଦ୍ଧୁ ମଧ୍ୟରେ ଲଢେଇ ଜୋରଦାର ହୋଇଥିଲା । ଉଭୟ ଦଳୀୟ ହାଇକମାଣ୍ଡ ପାଖରେ ଫେରାଦ ହୋଇଥିଲେ । ଦଳରେ ନିଜର ପତିଆରା ଲଢେଇରେ ଶେଷରେ କଂଗ୍ରେସ ନେତୃତ୍ବ ଉଭୟଙ୍କୁ ବୁଝାଇବାରେ ସକ୍ଷମ ହୋଇଛନ୍ତି । ଶେଷରେ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରସର ପ୍ରଦେଶ କଂଗ୍ରେସ ସଭାପତି ଭାବରେ ଘୋଷଣା କରାଯାଇଛି । ଆଜି ଗୋଟିଏ ମଞ୍ଚରେ ଏକତ୍ର ହୋଇଥିଲେ ଉଭୟ ଅମରିନ୍ଦର ଓ ସିଦ୍ଧୁ । ଆଗାମୀ ଦିନରେ କଂଗ୍ରେସ ଏକତ୍ର ହୋଇ ଲଢିବ ବୋଲି ସଂକେତ ଦେଇଛନ୍ତି ।

ସେପଟେ ପଞ୍ଜାବ ଭଳି ରାଜସ୍ଥାନ କଂଗ୍ରେସରେ ମଧ୍ୟ ଦେଖାଦେଇଛି ଦଳୀୟ ଫାଟ । ଗୋଟିଏ ସମୟରେ ସଚିନ ପାଇଲଟ ଗୋଷ୍ଠୀ କ୍ଷମତା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ନାକେଦମ କରିଛନ୍ତି । କିନ୍ତୁ ପରେ ଦଳୀୟ ହାଇକମାଣ୍ଡଙ୍କ ଚାପ ପରେ ସଚିନ ପାଇଲଟ ଫେରିଥିଲେ । ବର୍ତ୍ତମାନ ମଧ୍ୟ ରାଜସ୍ଥାନରେ ସଚିନ ପାଇଲଟ ଗୋଷ୍ଠୀକୁ ଗେହଲଟ ସରକାରରେ ଗୁରୁତ୍ବ ଦିଆଯାଉନାହିଁ । ଯାହାକୁ ନେଇ ସଚିନ ପାଇଲଟ ଗୋଷ୍ଠୀରେ ଅସନ୍ତୋଷ ଦେଖାଦେଇଛି । ଏ ଭଳି ସ୍ଥିତିରେ ରାଜସ୍ଥାନ କଂଗ୍ରେସରେ ମଧ୍ୟ ସଚିନ ପାଇଲଟଙ୍କୁ ଗୁରତ୍ବପୂର୍ଣ୍ଣ ପଦବୀ ଦିଆଯାଇପାରେ । ପଞ୍ଜାବରେ ଦଳୀୟ କନ୍ଦଳକୁ ସଫଳତାର ସହ ତୁଟାଇବାରେ ସକ୍ଷମ ହୋଇଥିବା କଂଗ୍ରେସ ଆଗାମୀ ଦିନରେ ରାଜସ୍ଥାନ କଂଗ୍ରେସ ପାଇଁ କି ଭଳି ରଣନୀତି ଆପଣାଉଛି ତାହା ଦେଖିବାକୁ ବାକି ରହିଲା ।

ସୂଚନାଥାଉକି ଆସନ୍ତାବର୍ଷ 5 ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହାକୁ ନଜରରେ ରଖି କଂଗ୍ରେସ ନିଜର ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ଆରମ୍ଭ କରିଛି ଦଳୀୟ ବିବାଦର ସମାଧାନ ପନ୍ଥା । ତେବେ ଦେଶକୁ ଦୀର୍ଘ ଦିନ ଶାସନ କରିଥିବା କଂଗ୍ରେସ କି ଭଳି ଆଗକୁ ନିଜର ରାଜନୈତିକ ରଣନୀତି ପ୍ରସ୍ତୁତ କରୁଛି ତାହା ଉପରେ ରହିଛି ନଜର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.