ETV Bharat / bharat

ସୋନିଆଙ୍କୁ ଅମରିନ୍ଦରଙ୍କ ଚିଠି, ପଞ୍ଜାବ ରାଜନୀତିରେ ଦିଅନି ଦଖଲ

author img

By

Published : Jul 17, 2021, 1:25 PM IST

ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ପଞ୍ଜାବ ରାଜନୀତିରେ ଦଖଲ ନଦେବାକୁ କହିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ସୋନିଆଙ୍କୁ ଚିଠି ଲେଖିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର, କହିଲେ ପଞ୍ଜାବ ରାଜନୀତିରେ କରନାହିଁ ଦଖଲ

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପଞ୍ଜାବ ସରକାର ଓ ରାଜନୀତିରେ ଦଖଲ ନ ଦେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ବର୍ତ୍ତମାନ ରାଜ୍ୟର ସ୍ଥିତି ଅନୁକୂଳ ନାହିଁ, ଫଳରେ ଦଳକୁ ଏହାର କ୍ଷତି ସହିବାକୁ ପଡିବ ବୋଲି ସେ କହିଛନ୍ତି ।

ନବଜୋତ ସିଂ ସିଦ୍ଧୁ ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷା ସୋନିଆଙ୍କୁ ଭେଟିଥିଲେ । ସେହି ଦିନ ସନ୍ଧ୍ୟାରେ ସିଦ୍ଧୁଙ୍କ ପଟିଆଲା ସ୍ଥିତ ବାସଭବନରେ ସମର୍ଥକଙ୍କ ସୁଅ ଛୁଟିଥିଲା । ସମର୍ଥକମାନେ ସିଦ୍ଧୁଙ୍କ ପତ୍ନୀଙ୍କୁ ଫୁଲତୋଡା ଦେଉଥିବାର ନଜର ଆସିଥିଲା । ତେବେ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ସଭାପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଦଳର ମୁଖ୍ୟଙ୍କ ଠାରୁ ଚିଠି ଆସିବା ପରେ ସେମାନେ ବାକି ଥିବା ସେଲିବ୍ରେସନ କରିବେ ବୋଲି କହିଛନ୍ତି ସିଦ୍ଧୁଙ୍କ ସମର୍ଥକ ।

ଏପଟେ ସିଦ୍ଧୁ ସୋନିଆଙ୍କୁ ଭେଟିବା ପରେ ଅମରିନ୍ଦର ଚିଠି ଲେଖିଛନ୍ତି । ସିଦ୍ଧୁ କଂଗ୍ରେସର ସଭାପତି ଦାୟିତ୍ବ ନେଲେ ଦଳର କ୍ଷତି ହେବ । ୨୦୨୨ରେ ପଞ୍ଜାବର ବିଧାନସଭା ନିର୍ବାଚନରେ ଏହି ନିଷ୍ପତ୍ତି ଦ୍ବାରା ଦଳର କ୍ଷତି ହେବ ବୋଲି ସେ ପରୋକ୍ଷରେ କହିଛନ୍ତି । ଦଳର ପୁରୁଣା ନେତାଙ୍କୁ ଛାଡି ସିଦ୍ଧୁଙ୍କୁ ସଭାପତି ଦାୟିତ୍ବ ଦେବାରେ ସେ ଅନିଚ୍ଛା ପ୍ରକାଶ କରିଛନ୍ତି । ଏଭଳି ନିଷ୍ପତ୍ତି ଦ୍ବାରା କଂଗ୍ରେସର ଅନେକ ନେତା ଇସ୍ତଫା ଦେଇପାରନ୍ତି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ସୂଚନା ଥାଉ କି, କଂଗ୍ରେସର ପଞ୍ଜାବ ପ୍ରଭାରୀ ହରିଶ ରାୱତ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେବା ପରେ ପଞ୍ଜାବ କଂଗ୍ରସର ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି । କଂଗ୍ରେସ ବିଧାୟକ ସିଦ୍ଧୁଙ୍କୁ ରାଜ୍ୟର ସଭାପତି ଦାୟିତ୍ବ ମିଳିବାର ସମ୍ଭାବନା ଅଛି ବୋଲି ସେ କହିବା ପରେ ରାଜ୍ୟ ରାଜନୀତିରେ ଏଭଳି ବିବାଦ ଲାଗିରହିଥିବା ଦେଖିବାକୁ ମିଳିଛି । ସିଦ୍ଧୁ ପୂର୍ବରୁ ବିଜେପି ଦଳରେ ନେତା ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.