ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଅଟକିଲା ଚନ୍ନିଙ୍କ ହେଲିକପ୍ଟର, ମୁଖ୍ୟମନ୍ତ୍ରୀ କହିଲେ ମୁଁ ଆତଙ୍କବାଦୀ ନୁହେଁ

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ହେଲିକପ୍ଟର ଉଡାଣ ଅନୁମତି ନ ମିଳିବା ଘଟଣାରେ ପ୍ରତିକ୍ରିୟା ରଖିଲେ ଚନ୍ନି । କହିଲେ ମୁଁ ମୁଖ୍ୟମନ୍ତ୍ରୀ, ଆତଙ୍କବାଦୀ ନୁହେଁ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଅଟକିଲା ଚନ୍ନିଙ୍କ ହେଲିକପ୍ଟର,ଚନ୍ନି କହିଲେ ମୁଁ ଆତଙ୍କବାଦୀ ନୁହେଁ

author img

By

Published : Feb 15, 2022, 7:23 AM IST

ଚଣ୍ଡିଗଡ଼: ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ ପାଇଁ ଉଡାଣ ଅନୁମତି ପାଇଲା ନାହିଁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ହେଲିକପ୍ଟର । ଏହି ଘଟଣାରେ କ୍ଷୁବ୍ଧ ହେବା ସହ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଚନ୍ନି । ସେ ଜଣେ ମୁଖ୍ୟମନ୍ତ୍ରୀ, ଆତଙ୍କବାଦୀ ନୁହନ୍ତି ବୋଲି ଚନ୍ନି କହିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଲୁଧିଆନା ଗସ୍ତରେ ଥିବା ବେଳେ ତାଙ୍କ ହେଲିକପ୍ଟର ଅବତରଣ କରିବାକୁ ଥିବାରୁ ଉକ୍ତ ଅଞ୍ଚଳକୁ ନୋ-ଫ୍ଲାଇଙ୍ଗ ଜୋନ୍ ଘୋଷିତ କରାଯାଇଥିଲା । ଫଳରେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ହେଲିକପ୍ଟରକୁ ଟେକ-ଅଫ ଅନୁମତି ମିଳିପାରି ନଥିଲା ।

ଫେବୃଆରୀ 20ରେ ପଞ୍ଜାବରେ ମାତ୍ର ଗୋଟିଏ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ଆଜି ପ୍ରଚାର ପାଇଁ ଲୁଧିଆନାରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦି । ତେବେ ମୋଦିଙ୍କ ଗସ୍ତ ପାଇଁ ଉକ୍ତ ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ ଘୋଷଣା କରାଯାଇଥିଲା ।

ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ଚନ୍ନି ଏକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଚଣ୍ଡିଗଡ଼ରୁ ହେଲିକପ୍ଟର ଯୋଗେ ଉଡାଣ ଭରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କ ହେଲିକପ୍ଟର ବର୍ତ୍ତମାନ ଟେକ-ଅଫ କରିପାରିବ ନାହିଁ ବୋଲି ସୂଚନା ଦିଆଯାଇଥିଲା । ତେବେ ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ କରିସାରିଥିବା ଚନ୍ନି ହେଲିକପ୍ଟରରେ ବସି ରହିଥିଲେ । ପରେ ଚନ୍ନିଙ୍କ ଏପରି ମନ୍ତବ୍ୟ ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.