ETV Bharat / bharat

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ, ମାଗିଲେ 50 ହଜାର କୋଟିର ପ୍ୟାକେଜ୍ - ମୋଦିଙ୍କୁ ଭେଟିଲେ ମାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ । ପଞ୍ଜାବ ପାଇଁ ଦାବି କଲେ ୫୦ ହଜାର କୋଟିର ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ । ସନ୍ଧ୍ୟାରେ AAP ଦଳ ମୁଖ୍ୟ କେଜ୍ରିଓ୍ବାଲଙ୍କ ସହ ମଧ୍ୟ ସାକ୍ଷାତ କାର୍ଯ୍ୟକ୍ରମ ଥିବା ସୂଚନା । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ

author img

By

Published : Mar 24, 2022, 5:01 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଗସ୍ତରେ ଥିବା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୋଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ସେ ପଞ୍ଜାବ ପାଇଁ ୫୦ ହଜାର କୋଟିର ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ପ୍ରଦାନ କରିବାକୁ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମାନଙ୍କର ଏହା ପ୍ରଥମ ଦିଲ୍ଲୀ ଗସ୍ତ । ଆପ ମୁଖ୍ୟ କେଜ୍ରିଓ୍ବାଲଙ୍କ ସହ ମଧ୍ୟ ସନ୍ଧ୍ୟାରେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ଥିବା ସୂଚନା ରହିଛି ।

ମାନ କହିଛନ୍ତି, ବର୍ତ୍ତମାନ ପଞ୍ଜାବର ଅର୍ଥନୈତିକ ସ୍ଥିତି ଭଲ ନାହିଁ । ପଞ୍ଜାବ ଏକ ସୀମାନ୍ତବର୍ତ୍ତୀ ରାଜ୍ୟ ହୋଇଥିବା ଯୋଗୁ ସୁରକ୍ଷା ମଧ୍ଯ ଏକ ବଡ ପ୍ରସଙ୍ଗ । ତେଣୁ ସୁରକ୍ଷାରେ ସ୍ଥିରତା ବଜାୟ ରଖିବା ପ୍ରସଙ୍ଗରେ ପଞ୍ଜାବ ସରକାର କେନ୍ଦ୍ର ସରକାରଙ୍କ ସହଯୋଗ ଚାହେଁ । ସେହିପରି ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ପଞ୍ଜାବରେ ଆଗାମୀ ଦୁଇ ବର୍ଷରେ ସ୍ଥିତିରେ ସୁଧାର ଆଣିବା ପାଇଁ କେନ୍ଦ୍ରକୁ ୫୦ ହଜାର କୋଟି ଟଙ୍କାର ସହାୟତା ପ୍ଯାକେଜ ମଧ୍ୟ ଦାବି କରିଛନ୍ତି ମାନ ।

ଚଳିତ ନିର୍ବାଚନରେ AAPର ପ୍ରଦର୍ଶନ ସାରା ଦେଶରେ ଚର୍ଚ୍ଚାରେ ରହିଥିଲା । ମୋଟ ୧୧୭ ଆସନ ମଧ୍ୟରୁ ୯୨ଟି ଆସନ ଜିତି ପ୍ରଚଣ୍ଡ ବହୁମତ ହାସଲ କରି କ୍ଷମତାକୁ ଆସିଥିଲା ଦଳ । ପୂର୍ବ ଘୋଷଣା ଅନୁସାରେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ବନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତେବେ ଶପଥ ନେବା ପରେ ଏକାଧିକ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ଥିବା ମାନ ଆଜି ପ୍ରଥମ ଥର ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିଛନ୍ତି । ତେବେ ସଂନ୍ଧ୍ୟାର ସେ AAP ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.