ETV Bharat / bharat

Bhagwant Mann: ପୁଣି ଏକ ବଡ ନିଷ୍ପତ୍ତି, ଗୋଟିଏ ପାଳିର ପେନସନ୍ ପାଇବେ ବିଧାୟକ - ପଞ୍ଜାବ ବିଧାୟକ ପେନସନ ଯୋଜନା

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ବଡ ଘୋଷଣା । ପଞ୍ଜାବର ବିଧାୟକ ପେନସନ ଯୋଜନାରେ ପରିବର୍ତ୍ତନ କଲେ ମୁଖ୍ୟମନ୍ତ୍ରୀ । ଏଣିକି ଗୋଟିଏ ପାଳି ପାଇଁ ବିଧାୟକଙ୍କୁ ମିଳିବ ପେନସେନ । ଅଧିକ ପଢନ୍ତୁ

ପଞ୍ଜାବ ବିଧାୟକଙ୍କୁ ଗୋଟିଏ ପାଳିର ମିଳିବ ପେନସନ: ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ନ

author img

By

Published : Mar 25, 2022, 3:43 PM IST

ଅମୃତସର: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ପୁଣି ଏକ ବଡ ଘୋଷଣା । ପଞ୍ଜାବର ବିଧାୟକ ପେନସନ ଯୋଜନାରେ ପରିବର୍ତ୍ତନ କଲେ ମୁଖ୍ୟମନ୍ତ୍ରୀ । ଏଣିକି ଗୋଟିଏ ପାଳି ପାଇଁ ବିଧାୟକଙ୍କୁ ମିଳିବ ପେନସେନ୍ । ତେବେ ଥରେ ବିଧାୟକ ହେଲେ ଜୀବନକାଳ ପର୍ଯ୍ୟନ୍ତ ବିଧାୟକଙ୍କୁ ମିଳୁଥିଲା ପେନସନ । ମାତ୍ର ଏହାକୁ ପରିବର୍ତ୍ତନ କରିବା ସହ ଗୋଟିଏ ପାଳି ପାଇଁ ପେନସନ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

  • Today, we have taken another big decision. The pension formula for Punjab's MLAs will be changed. MLAs will now be eligible for only one pension.

    Thousands of crores of rupees which were being spent on MLA pensions will now be used to benefit the people of Punjab. pic.twitter.com/AdeAmAnR7E

    — Bhagwant Mann (@BhagwantMann) March 25, 2022 " class="align-text-top noRightClick twitterSection" data=" ">

ସେହିପରି ଏହା ଦ୍ବାରା ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ବିଧାୟକଙ୍କ ପେନସନ ପାଇଁ ଖର୍ଚ୍ଚ ହୋଇଯାଉଥିବା ବେଳେ ଏହି ଟଙ୍କା ଏବେ ପଞ୍ଜାବ ଲୋକଙ୍କ ହିତରେ ବ୍ୟବହାର ହେବ ବୋଲି ମାନ କହିଛନ୍ତି । ଏଥିସହ ରାଜ୍ୟରେ ବେକାରୀ ଓ ବେରୋଜଗାର ସଂଖ୍ୟା ବଡ ସମସ୍ୟା ବୋଲି ସେ କହିଛନ୍ତି । ତେବେ ବହୁତ ସଂଖ୍ୟାରେ ଯୁବକ ଓ ଯୁବତୀଙ୍କ ପାଖରେ ଡିଗ୍ରୀ ଥାଇ ମଧ୍ୟ ଚାକିରୀ ନପାଇ ଘରକୁ ଫେରି ଯାଉଛନ୍ତି । ଏହାକୁ ନେଇ ପ୍ରଶ୍ନ କରିବାରୁ ସେମାନଙ୍କୁ ଲାଠି ମାଡ କରାଯାଉଛି ବୋଲି ମାନ କହିଛନ୍ତି ।

ସେହିଭଳି ଆମ ସରକାର ଏହାକୁ ଗୁରୁତ୍ୱର ସହ ନେଉଛି । ରାଜ୍ୟରୁ ବେକାରୀ ସମସ୍ୟା ଦୂର କରିବା ଲାଗି ଯୋଜନ କରୁଛୁ ।ଖୁବଶୀଘ୍ର ଏହା ଉପରେ ଏକ ବଡ ଘୋଷଣା କରିବୁ ବୋଲି ମୁଖ୍ୟମନ୍ତ୍ରୀ ମାନ କହିଛନ୍ତି । ତେବେ ଭଗୱନ୍ତ ମାନଙ୍କ ଏହି ପଦକ୍ଷେପ ସାଧରଣ ଲୋକେ ସ୍ବାଗତ କରିଛନ୍ତି ।

ଅନ୍ୟପଟେ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଭଗୱନ୍ତ ଦୁର୍ନୀତି ବିରୋଧରେ ଏକ ହେଲ୍ପଲାଇନ ନମ୍ବର ଜାରି କରାଯିବ ବୋଲି କହିଥିଲେ । ଏଥିରେ ସେ ସାଧାରଣ ଲୋକଙ୍କୁ ଦୁର୍ନୀତି ବିରୋଧରେ ଭିଡିଓ କରି ପଠେଇବା ପାଇଁ ନିବେଦନ କରିଥିଲେ । ଏଥିସହ ଏହି ନମ୍ବରରେ ଯୋଗଯୋଗ କରିବାକୁ କହିବା ସହ ଆମ ସରକାର ଏହା ଉପରେ ଯଥାଚିତ ପଦକ୍ଷେପ ଦୋଷୀ ବିରୋଧରେ ନେବେ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଥିଲେ ।

ଏହାସହିତ ପ୍ରଥମ କ୍ୟାବିନେଟ ବୈଠକରେ 25 ହଜାର ଚାକିରି ପ୍ରଦାନ କରାଯିବ ବୋଲି ଘୋଷଣା କରିବା ସହିତ 35 ହଜାର ଠିକା କର୍ମଚାରୀଙ୍କୁ ରେଗୁଲାର କରାଯିବ ବୋଲି ଘଷଣା କରିଥିଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.