ETV Bharat / bharat

India-Canada row: କାନାଡାରେ ଭାରତୀୟଙ୍କ ପାଇଁ ହେଲ୍ପଲାଇନ ପ୍ରତିଷ୍ଠା ଦାବି

author img

By ETV Bharat Odisha Team

Published : Sep 24, 2023, 10:42 AM IST

କାନାଡାରେ ଭାରତୀୟ ଛାତ୍ର ଓ NRIଙ୍କ ପାଇଁ ହେଲ୍ପଲାଇନ ପ୍ରତିଷ୍ଠା କରିବାକୁ ଦାବି କଲେ ପଞ୍ଜାବ ବିଜେପି ମୁଖ୍ୟ । ଅଧିକ ପଢନ୍ତୁ

ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ବିବାଦ
ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ବିବାଦ

ଚଣ୍ଡିଗଡ଼: ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଥମିବାରୁ ନା ନେଉନି । ସେପଟେ ଖଲିସ୍ତାନୀ ନେତା କାନାଡାରେ ରହୁଥିବା ହିନ୍ଦୁ କାନାଡୀୟଙ୍କୁ ଭାରତ ଫେରିଯିବାକୁ ଧମକ ଦେଇଛି । ଏହିସବୁ ଘଟଣା ଏବେ ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ପ୍ରତି ଆଶଙ୍କା ସୃଷ୍ଟି କରିଛି । ତେଣୁ କାନାଡାରେ ପଢୁଥିବା ଭାରତୀୟ ଛାତ୍ର ଏବଂ NRIଙ୍କ(ପ୍ରବାସୀ ଭାରତୀୟ) ସୁରକ୍ଷା ପାଇଁ ସେଠି ଗୋଟିଏ ହେଲ୍ପଲାଇନ ସ୍ଥାପନ କରିବାକୁ ପଞ୍ଜାବ ବିଜେପି ମୁଖ୍ୟ ସୁନୀଲ ଝାକର ବୈଦେଶିକ ମନ୍ତ୍ରଣାଳୟକୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

ଝାକର ଚିଠିରେ ଭାରତୀୟ ନାଗରିକଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି । କାନାଡା ସହ ବିବାଦର ଅନ୍ତ ନ ଘଟିବା ପର୍ଯ୍ୟନ୍ତ ସେଠାରେ ବସବାସ କରୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କ'ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ତାହାର ଏକ ବିସ୍ତୃତ ବିବୃତ୍ତି ଜାରି କରିବାକୁ ବୈଦେଶିକ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଏହାଦ୍ବାରା କାନାଡାରେ ରହୁଥିବା ପ୍ରବାସୀ ଭାରତୀୟ, ବିଶେଷକରି ସେଠାରେ ଉଚ୍ଚଶିକ୍ଷା ପାଇଁ ଯୋଜନା କରୁଥିବା ଛାତ୍ରମାନଙ୍କ ମଧ୍ୟରେ ଚିନ୍ତା, ଭୟାବହତା ଓ ଆଶଙ୍କା କିଛି ମାତ୍ରାରେ କମି ପାରିବ ବୋଲି ଝାକର କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: କାନାଡା-ଭାରତ ବିବାଦ: ନିଜ୍ଜାର ହତ୍ୟାକାଣ୍ଡର ତଦନ୍ତ ଜରୁରୀ କହିଲା ଆମେରିକା

ଏଥିସହ ବିଦେଶରେ ପଢିବାକୁ ଯୋଜନା କରୁଥିବା ଭାରତୀୟ ଛାତ୍ରଙ୍କ ପାଇଁ ଗୋଟିଏ ହ୍ବାଟ୍ସଆପ୍‌ ଯୋଗାଯୋଗ ନମ୍ବର ଜାରି କରିବାକୁ ଝାକର ପରାମର୍ଶ ଦେଇଛନ୍ତି । ଯାହାଫଳରେ ଆବଶ୍ୟକ ସ୍ଥଳରେ ସେହି ଛାତ୍ରମାନେ ଅଧିକାରୀଙ୍କ ସହ ସମ୍ପର୍କ କରିପାରିବେ । ଏଥିସହ ଏକ ହେଲ୍ପଲାଇନ୍‌ ପ୍ରତିଷ୍ଠା ହୋଇପାରିଲେ ନାଗରିକମାନେ ଏଥିରେ ଯୋଗାଯୋଗ କରି ଭାରତୀୟ ରାଷ୍ଟ୍ରଦୂତଙ୍କଠାରୁ ସହାୟତା ନେଇପାରିବେ ବୋଲି ସେ କହିଛନ୍ତି ।

ପ୍ରକାଶ ଥାଉକି, କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଆତଙ୍କବାଦୀ ନିଜ୍ଜାର ହତ୍ୟା ପାଇଁ ଭାରତକୁ ଦାୟୀ କରିବା ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ତିକ୍ତ ହୋଇଛି । ଉଭୟ କାନାଡା ଓ ଭାରତ ନିଜ ନିଜର ନାଗରିକଙ୍କ ପାଇଁ ଟ୍ରାଭେଲ ଆଡଭାଇଜରୀ ଜାରି କରିଛନ୍ତି । ଏପରିକି ଭାରତ କାନାଡା ନାଗରିକଙ୍କ ପାଇଁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଭିସା ସେବା ବନ୍ଦ କରିଛି । ଏହାକୁ ନେଇ କାନାଡ଼ାରେ ଥିବା ଭାରତୀୟଙ୍କ ମଧ୍ୟରେ ଆଶଙ୍କା ଦୂର କରିବାକୁ ଓ ସୁରକ୍ଷା ପାଇଁ ହେଲ୍ପଲାଇନ ଖୋଲିବାକୁ ପଞ୍ଜାବ ବିଜେପି ମୁଖ୍ୟ ନିବେଦନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.