ETV Bharat / bharat

Punjab Results: 30 ବର୍ଷରେ ପ୍ରଥମ ଥର, ବାଦଲ ପରିବାର ହାତରୁ ଗଲା କ୍ଷମତା ! - ବାଦଲ ସଦସ୍ୟ ବିନା ପଞ୍ଜାବ ବିଧାନସଭା

୩୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ବାଦଲ ପରିବାରର କୌଣସି ବିଧାୟକଙ୍କୁ ପଞ୍ଜାବ ବିଧାନସଭାରେ ଦେଖିବାକୁ ମିଳିବ ନାହିଁ । ବାଦଲ ପରିବାରରେ ସମସ୍ତ ପ୍ରାର୍ଥୀଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

୩ ଦଶନ୍ଧିରେ ପ୍ରଥମ ଥର, ବାଦଲ ପରିବାର ନେତାଙ୍କୁ ଦେଖିବନି ପଞ୍ଜାବ ବିଧାନସଭା

author img

By

Published : Mar 10, 2022, 7:27 PM IST

ଚଣ୍ଡିଗଡ଼: ପଞ୍ଜାବରେ ବିଧାନସଭା ଭୋଟ ଗଣତି ଜାରି ରହିଛି । ବର୍ତ୍ତମାନର ଟ୍ରେଣ୍ଡ ମୁତାବକ ପଞ୍ଜାବରେ ଆପ୍‌ ସରକାର ଗଢ଼ିବା ଏକ ପ୍ରକାର ସୁନିଶ୍ଚିତ ହୋଇଛି । ୩୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ବାଦଲ ପରିବାରର କୌଣସି ବିଧାୟକଙ୍କୁ ପଞ୍ଜାବ ବିଧାନସଭାରେ ଦେଖିବାକୁ ମିଳିବ ନାହିଁ । ଏହାପୂର୍ବରୁ ୧୯୯୨ରେ ଏଭଳି ଘଟଣାକ୍ରମ ଦେଖିବାକୁ ମିଳିଥିଲା । ତେବେ ସେହି ସମୟରେ ନିର୍ବାଚନକୁ ବୟକଟ୍‌ କରିଥିଲା ଅକାଳି ଦଳ ।

ପଞ୍ଜାବ ରାଜନୈତିକ କରିଡରରେ ଅକାଳି ଦଳ ଓ ବାଦଲ ପରିବାର ଏକ ପ୍ରମୁଖ ଭୁମିକା ରହିଛି । ବିଗତ ବିଧାନସଭା ନିର୍ବାଚନମାନଙ୍କରେ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ବାଦଲ ପରିବାର ନେତା ବା ବିଧାୟକ ପ୍ରମୁଖ ଭୁମିକା ଗ୍ରହଣ କରି ଆସିଥିଲେ । ୨୦୨୨ ନିର୍ବାଚନରେ ଆପ୍‌ ସମସ୍ତ ବିରୋଧୀ ହେଭିୱେଟଙ୍କୁ କଡ଼ା ଟକ୍କର ଦେଇ ପରାଜୟ ରାସ୍ତା ଦେଖାଇଛନ୍ତି । ଏଥିରେ ବାଦଲ ପରିବାର ନେତାଏ ମଧ୍ୟ ସାମିଲ ରହିଛନ୍ତି ।

୩ ଦଶନ୍ଧି ପୂର୍ବରୁ ୧୯୯୨ ମସିଆରେ ଅକାଳି ଦଳର ଏଭଳି ଚିତ୍ର ଦେଖିବାକୁ ମିଳିଥିଲା । ତେବେ ସେହି ସମୟରେ ସିରୋମଣି ଅକାଳି ଦଳ ନିର୍ବାଚନକୁ ବୟକଟ୍‌ କରିଥିଲା । ଅକାଳି ଦଳ ଉପରେ ବଂଶବାଦ ରାଜନୀତି ଅଭିଯୋଗ ଲାଗିଥିବାରୁ ସ୍ବତଃ ପ୍ରବୃତ ଭାବରେ ନିର୍ବାଚନକୁ ଓହରି ଯାଇଥିଲା ପୁରା ବାଦଲ ପରିବାର ଓ ଅକାଳି ଦଳ ।

ପ୍ରକାଶ ସିଂହ ବାଦଲ ଲାମ୍ବି ବିଧାନସଭା ଆସନରୁ ପରାଜିତ ହୋଇଛନ୍ତି । ଆପ୍‌ର ଗୁରମିତ ସିଂହ ଖୁଦିଆନଙ୍କଠାରୁ ପ୍ରାୟ ୧୦ ହଜାର ଭୋଟ ବ୍ୟବଧାନରେ ହାରିଛନ୍ତି ପ୍ରକାଶ ସିଂହ ବାଦଲ । ତା ସହିତ ତାଙ୍କ ପୁଅ ସୁଖବୀର ସିଂହ ବାଦଲ ଜଲାଲବାଦ ବିଧାନସଭା ଆସନରୁ ପରାଜୟବରଣ କରିଛନ୍ତି । ସେ ଆପ୍‌ର ପ୍ରାର୍ଥୀ ଜଗଦୀପ କମ୍ବୋଜଙ୍କଠାରୁ ୩୦ ହଜାର ଭୋଟରେ ପରାଜିତ ହୋଇଛନ୍ତି ।

ପ୍ରକାଶ ସିଂହ ବାଦଲଙ୍କ ସମ୍ପର୍କୀୟ ମନପ୍ରୀତ ସିଂହ ବାଦଲ ମଧ୍ୟ ଏଥର ନିର୍ବାଚନରେ ପରାଜିତ ହୋଇଛନ୍ତି । ସୁଖବୀର ସିଂହ ବାଦଲଙ୍କ ସେ ସମ୍ପର୍କୀୟ ଭାଇ । ପୂର୍ବରୁ ସେ ପଞ୍ଜାବର ବିତ୍ତମନ୍ତ୍ରୀ ଦାୟତ୍ବରେ ରହିଥିଲେ । ବାଠିଣ୍ଡା ବିଧାନସଭା ଆସନରୁ ସେ ପରାଜିତ ହୋଇଛନ୍ତି । ତେବେ ସେ କଂଗ୍ରେସ ଦଳ ପକ୍ଷରୁ ପ୍ରତିଦ୍ବନ୍ଦିତା କରିଥିଲେ ।

ଖାଲି ଏତିକି ନୁଁହନ୍ତି ବାଦଲ ପରିବାରର ଅନେକ ସମ୍ପର୍କୀୟ ଏଥର ବିଧାନସଭା ନିର୍ବାଚନରେ ପରାଜିତ ହୋଇଛନ୍ତି । ସୁଖବୀର ସିଂହ ବାଦଲଙ୍କ ଭିଣୋଇ ବିକ୍ରମ ସିଂହ ମଜିଥିଆ ମଧ୍ୟ ପୂର୍ବ ଅମୃତସରରୁ ପରାଜିତ ହୋଇଛନ୍ତି । ସେ ଆପ୍‌ର ଜୀବନଜୋତ କୌରଙ୍କଠାରୁ ପରାଜିତ ହୋଇଛନ୍ତି । ତେବେ ମଥିଜାଙ୍କ ପତ୍ନୀ ଗନିଭ୍‌ଙ୍କ କୌର ନିଜ ବିଧାନସଭା ଆସନରୁ ବିଜୟ ହାସଲ କରିଛନ୍ତି ।

ସେପଟେ ପ୍ରକାଶ ସିଂହ ବାଦଲଙ୍କ ଜ୍ବାଇଁ ଆଦେଶ ପ୍ରତାପ ସିଂହ କୌରନ ପତ୍ତି ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି । ସେ ଆପ୍‌ର ଲାଲ୍‌ଜିତ ସିଂହ ଭୁଲାରଙ୍କଠାରୁ ପରାଜିତ ହୋଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରତାପ ସିଂହ କୌରନଙ୍କ ପୁଅ ହେଉଛନ୍ତି ଆଦେଶ ପ୍ରତାପ ସିଂହ କୌରନ । ତେବେ ଏଥର ବାଦଲ ପରିବାରର ନେତା ବିନା ପଞ୍ଜାବ ବିଧାନସଭାର ଚିତ୍ର ଭିନ୍ନ ହେବାକୁ ଯାଉଛି । କାରଣ ଟ୍ରେଣ୍ଡ କହୁଛି ଏଠାରେ ଆପ୍‌ ସରକାର ଗଢ଼ିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.