ETV Bharat / bharat

ରାସ୍ତାରେ ଘଣ୍ଟାକୁ 15 କିମି ବେଗରେ ଗଡୁଛି ‘ପଞ୍ଜାବ ରାଫେଲ’

author img

By

Published : Mar 5, 2021, 7:21 PM IST

ରାଫେଲ ଜେଟ ଆକୃତିର ଗାଡି ପ୍ରସ୍ତୁତ କଲେ ପଞ୍ଜାବର ଆର୍କିଟେକ୍ । ଏହି ରାଫେଲ ଯୁଦ୍ଧକ୍ଷେତ୍ର କିମ୍ବା ଆକାଶରେ ଉଡିବ ନି, ବରଂ ରାସ୍ତାରେ ଗଡିବ । ଯାହା ଘଣ୍ଟାକୁ 15 ରୁ 20 କିମ ବେଗରେ ଗତି କରିପାରୁଛି । ଅଧିକ ପଢନ୍ତୁ...

Punjab Architect designs jet-shaped vehicle that run in road
ପଞ୍ଜାବର ଆର୍କିଟେକ ତିଆରି କଲେ ରାଫେଲ ଜେଟ

ଚଣ୍ଡୀଗଡ: ଅତ୍ଯାଧୁନିକ ଯୁଦ୍ଧବିମାନ ରାଫେଲ ଜେଟ୍ ଆକୃତିର ଗାଡି ପ୍ରସ୍ତୁତ କଲେ ପଞ୍ଜାବର ଆର୍କିଟେକ୍ । ତେବେ ଏହା ଯୁଦ୍ଧକ୍ଷେତ୍ର କିମ୍ବା ଆକାଶରେ ଉଡିବ ନି, ବରଂ ରାସ୍ତାରେ ଗଡୁଥିବା ରାଫେଲ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପଞ୍ଜାବର ଭଟିଣ୍ଡାରେ ।

ପଞ୍ଜାବର ଆର୍କିଟେକ ତିଆରି କଲେ ରାଫେଲ ଜେଟ

ରାଫେଲ ଜେଟରୁ ଅନୁପ୍ରାଣିତ ହୋଇ ପଞ୍ଜାବ ଭଟିଣ୍ଡାର ଆର୍କିଟେକ୍ ରାମପାଲ ବେହନିୱାଲ 'ପଞ୍ଜାବ ରାଫେଲ' ନାମକ ଏକ ଗାଡି ପ୍ରସ୍ତୁତ କରିଛନ୍ତି । ଯାହା ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କରାଯାଇଛି । ଏହି ରାଫେଲ ଆକୃତିର ଗାଡି ପ୍ରସ୍ତୁତ କରି ଲୋକଙ୍କୁ ରାଫେଲର ମଜା ପ୍ରଦାନ କରୁଛନ୍ତି । ଯାହା ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏବଂ ନିଜସ୍ବ ଖର୍ଚ୍ଚରେ ପ୍ରସ୍ତୁତ କରିଛନ୍ତି ।

ଏହି ରାଫେଲ ଜେଟ ଆକୃତିର ଗାଡିରେ ଚକ, ଷ୍ଟିୟରିଂ ଏବଂ କାରର ଇଞ୍ଜିନ ବ୍ୟବହାର କରାଯାଇଛି । ରାଫେଲ ଦେଖିବାକୁ ଯେ ଭଳି ଥାଏ ଠିକ ସେହି ଭଳି 'ପଞ୍ଜାବ ରାଫେଲ' ପ୍ରସ୍ତୁତ ହୋଇଛି । ଏକା ସାଙ୍ଗରେ 5 ଜଣ ଛାତ୍ରଛାତ୍ରୀ ବସିପାରିବେ । ଯାହା ଘଣ୍ଟାକୁ 15 ରୁ 20 କିମ ବେଗରେ ଗତି କରିପାରୁଛି ।

ବିଧ୍ବଂସି ରାଫେଲ ଭାରତରେ ପହଞ୍ଚିଲା ପରେ ଏହାର କ୍ରେଜ୍ ବଢିଛି । ଭାରତରେ ରାଫେଲକୁ ନେଇ ବହୁ କଳ୍ପନାଜଳ୍ପନା ପ୍ରକାଶ ପାଇଥିବାବେଳେ ଶେଷରେ ଭାରତୀୟ ବାୟୁସେନାରେ ସାମିଲ ହୋଇଛି ଫ୍ରାନ୍ସ ନିର୍ମିତ ବିଧ୍ବଂସି ରାଫେଲ ଜେଟ୍ । ବର୍ତ୍ତମାନ ବାୟୁସେନାରେ 8 ଟି ରାଫେଲ ସାମିଲ ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.