ETV Bharat / bharat

କ୍ଷୀର ପାଇଁ ପୁଲୱାମାକୁ ନୂଆ ପରିଚୟ

author img

By

Published : Jan 18, 2021, 9:03 AM IST

ପ୍ରଚୁର ପରିମାଣରେ କ୍ଷୀର ଉତ୍ପାଦନ କରି ଏକ ଅଲଗା ପରିଚୟ ସୃଷ୍ଟି କରୁଛି ପୁଲୱାମା। ଏହି ଜିଲ୍ଲା ଶ୍ବେତ ବିପ୍ଲବ ନେଇ ଏହି ଧିରେଧିରେ ନିଜ ପତିଆରା ଜାହିର କରୁଥିବା ଆଲୋଚନା ହେଉଛି। ଏକଦା ଆତଙ୍କବାଦ ପାଇଁ ପରିଚିତ ଥିବା ପୁଲୱାମା ଏବେ ଶ୍ବେତବିପ୍ଳବରେ ହୋଇଛି ଆତ୍ମନିର୍ଭର। ଅଧିକ ପଢ଼ନ୍ତୁ...

pulwana getting famous for a heavy milk production and export
କ୍ଷୀର ପାଇଁ ପୁଲୱାମାକୁ ନୂଆ ପରିଚୟ

ଶ୍ରୀନଗର: ପ୍ରଚୁର ପରିମାଣରେ ଦୁଗ୍ଧ ଉତ୍ପାଦନ କରୁଥିବା ପୁଲୱାମା ଜିଲ୍ଲା କାଶ୍ମୀରର ଆନନ୍ଦ ନାମରେ ପରିଚିତ। କିନ୍ତୁ ଦୁଗ୍ଧ ଉତ୍ପାଦନ ସହ ଏହି ଆନନ୍ଦ ନାମର ସମ୍ବନ୍ଧ କଣ? ଗୁଜରାଟର ଏକ ସହର ଆନନ୍ଦ ପ୍ରଚୁର ପରିମାଣରେ ଦୁଗ୍ଧ ଉତ୍ପାଦନ ପାଇଁ ପରିଚିତ। ଏହି ସହର ଶ୍ବେତକ୍ରାନ୍ତିରେ ସହାୟକ ରହିଥିବା କିମ୍ବଦନ୍ତୀ ରହିଛି।

କ୍ଷୀର ପାଇଁ ପୁଲୱାମାକୁ ନୂଆ ପରିଚୟ

ଆନନ୍ଦରେ ସବୁଠାରୁ ଅଧିକ ଦୁଗ୍ଧ ଉତ୍ପାଦନ କରୁଥିବାରୁ ଏହି ଜିଲ୍ଲାକୁ କ୍ଷୀରର ସହର ବୋଲି ମଧ୍ୟ କୁହାଯାଏ। ଏହି ସ୍ଥାନକୁ ଏସିଆର ସବୁଠାରୁ ବଡ଼ ଦୁଗ୍ଧ ଉତ୍ପାଦକ ଭାବରେ ପରିଚୟ ମିଳିଛି। ପୁଲୱାମାରେ ପ୍ରତିଦିନ 8 ଲକ୍ଷ 50 ହଜାର ଲିଟର ଦୁଗ୍ଧ ଉତ୍ପାଦନ ହୁଏ। ବାନିହାଲଠାରୁ ଉତ୍ତର ଉପତ୍ୟାକାର ବିଭିନ୍ନ ଅଞ୍ଚଳକୁ ଏହି କ୍ଷୀର ରପ୍ତାନୀ ହୁଏ। ପୁଲୱାମାରେ 62ଟି ସରକାରୀ ପଞ୍ଜୀକୃତ କ୍ଷୀର ସୋସାଇଟି ରହିଛି ଯେଉଁଠୁ ପ୍ରତିଦିନ ଦୁଗ୍ଧ ସଂଗ୍ରହ ହେଉଛି।

ଏହି ସୋସାଇଟିରେ ବିଭିନ୍ନ ଆଧୁନିକ ଉପକରଣ ସାହାଯ୍ୟରେ ଦୁଗ୍ଧର ଗୁଣବତ୍ତା ଯାଞ୍ଚ କରାଯାଏ। ପରେ ଦୁଗ୍ଧ ଉତ୍ପାଦକ କେନ୍ଦ୍ରଗୁଡ଼ିକରୁ ସଂଗ୍ରୃହିତ ହୋଇଥିବା କ୍ଷୀରର ଗ୍ରେଡିଂ ହୁଏ। ଏଭଳି ଭାବରେ କ୍ଷୀର 25 ଟଙ୍କାରୁ ଆରମ୍ଭ ହୋଇ 35ରୁ 40 ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୁଏ। ପୁଲୱାମାରେ ପୂର୍ବରୁ 1 ଲକ୍ଷ 16 ହଜାର ଗାଇ ବା ଅନ୍ୟ କ୍ଷୀର ଉତ୍ପାଦନ କରୁଥିବା ପଶୁ ରହଥିଲେ। ବର୍ତ୍ତମାନ ଏହା 98ହଜାରକୁ ହ୍ରାସ ପାଇଛି। କାଶ୍ମୀର ଘାଟି ଉପରେ ପୁଲୱାମା ହେଉଛି ସବୁଠାରୁ ଅଧିକ ଦୁଗ୍ଧ ଉତ୍ପାଦନକାରୀ ଜିଲ୍ଲା।

ପୁଲୱାମାରେ ବାର୍ଷିକ 3 କୋଟି ଲିଟର ଦୁଗ୍ଧ ଉତ୍ପାଦନ ହେଉଛି। ଡାଏରୀ ପ୍ଲାଣ୍ଟର ଉନ୍ନତି ପାଇଁ ପଶୁପାଳନ ବିଭାଗ ବହୁ ଯୋଜନା କାର୍ଯ୍ୟକାରୀ କରିଛି। ଯୁବଗୋଷ୍ଠୀଙ୍କୁ ଏହାଦ୍ବାରା ରୋଜଗାରକ୍ଷମ ହୋଇ ପାରୁଛନ୍ତି। ସରକାରୀ ଯୋଜନା ଅନୁଯାୟୀ 5ରୁ 50 ଗାଇ ପର୍ଯ୍ୟନ୍ତ ପ୍ରତି ଗାଇ ପାଇଁ 35 ହଜାର ସରକାରୀ ରିହାତି ରହିଛି। ଗୋଟିଏ ଗାଇର ମୂଲ୍ୟ 70 ହଜାର ହେଲେ ସରକାର ଏଥିପାଇଁ 50 ପ୍ରତିଶତ ରିହାତି ଦେଉଛନ୍ତି।

ଜିଲ୍ଲାରେ ମୋଟ 15 ଦୁଗ୍ଧ ସଂଗ୍ରହ କେନ୍ଦ୍ର ରହିଛି, ଯେଉଁଠୁ ଦୁଗ୍ଧ ସଂଗ୍ରହ କରାଯାଇ ଘାଟିର ବିଭିନ୍ନ ଅଞ୍ଚଳକୁ ରପ୍ତାନୀ ହେଉଛି। ବର୍ତ୍ତମାନ ଏହି ଡାଏରୀ ପ୍ଲାଣ୍ଟ ହଜାର ହଜାର ଯୁବକଙ୍କୁ ରୋଜଗାର ପ୍ରଦାନ କରି ସହାୟକ ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.