ETV Bharat / bharat

Pulwama Attack: ଆହତ CRPF ଯବାନ ଶହୀଦ, ସର୍ଚ୍ଚ ଅପରେସନ ଜାରି

author img

By

Published : Jul 17, 2022, 4:00 PM IST

Updated : Jul 17, 2022, 10:11 PM IST

ପୁଲଓ୍ବାମାରେ ଜଣେ CRPF ଯବାନ ଶହୀଦ । ଆତଙ୍କବାଦୀ ଆକ୍ରମଣରେ ହୋଇଥିଲେ ଗୁରୁତର । ଜାରି ରହିଛି ସର୍ଚ୍ଚ ଅପରେସନ । ଅଧିକ ପଢନ୍ତୁ

Pulwama Attack: ଜଣେ ଯବାନ ଶହୀଦ, ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର: ପୁଲୱାମାର ଗାଙ୍ଗୁ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣରେ ଆହତ ହୋଇଥିବା ଜଣେ CRPF ଯବାନଙ୍କ ମୃତ୍ୟୁ ଘଟିଛି । ଆଜି ପୂର୍ବାହ୍ନରେ ହୋଇଥିବା ଆକ୍ରମଣରେ ଯବାନଜଣଙ୍କ ଗୁରୁତର ହୋଇଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ତାଙ୍କୁ ମୃତ ଘୋଷଣା କରାଯାଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ସୁରକ୍ଷା ବାହିନୀ । ଶହୀଦ ହୋଇଥିବା ଯବାନଙ୍କ ପରିଚୟ ଖୁବଶୀଘ୍ର ସେନା ସ୍ପଷ୍ଟ କରିବାର ସମ୍ଭାବନା ରହିଛି ।

  • One CRPF personnel succumbed to his injuries after terrorists attacked police and CRPF personnel in the Gangoo area of Pulwama today. Area cordoned off. Search in progress: Jammu and Kashmir Police

    (Visuals deferred by unspecified time) pic.twitter.com/owS6eK3cU7

    — ANI (@ANI) July 17, 2022 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, ପୁଲୱାମା ଜିଲ୍ଲାର ଗାଙ୍ଗୁରେ ଆତଙ୍କବାଦୀ ଏବଂ CRPF ଓ ପୋଲିସର ମିଳିତ ବାହିନୀ ମଧ୍ୟରେ ଗୁଳି ବିନିମୟରେ ହୋଇଥିଲା । ଏଥିରେ 182 ବାଟାଲିୟନ CRPF ର ASI ବିନୋଦ କୁମାର ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 17, 2022, 10:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.