ETV Bharat / bharat

ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସ୍ବାମୀ, ସରଳ ଜୀବନକୁ ନେଇ ଚର୍ଚ୍ଚାରେ

author img

By

Published : Dec 30, 2022, 4:46 PM IST

ହକି ବିଶ୍ବକପ ପାଇଁ ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କୁ ଓଡିଶା ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ମନ୍ତ୍ରୀ ଅତନୁ ସବ୍ୟସାଚୀ ତାଙ୍କୁ ନିମନ୍ତ୍ରଣ କରିଥିଲେ ।ପୋଷାକ ଯେ ପରିଚୟ ଦିଏ ତାହାକୁ ଭୁଲ ପ୍ରମାଣିତ କରିଛନ୍ତି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସ୍ବାମୀ । ଅଧିକ ପଢନ୍ତୁ

puducherry chief minister
ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସ୍ବାମୀ

ହାଇଦ୍ରାବାଦ: ଗୋଟିଏ ରାଜ୍ୟର ମୁଖିଆ ସେ । ରାଜ୍ୟରେ ଏକ ଉଚ୍ଚ ଆସନରେ ଥାଇ ବି ଜୀବନ ଖୁବ ସରଳ । ସୁଟ୍‌ବୁଟ୍‌ ପିନ୍ଧି ନିଜର ପରିଚୟ ଦେବାଠୁ ବହୁ ଦୂରରେ ସେ । ଆମେ କହୁଛୁ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସ୍ବାମୀଙ୍କ କଥା । ନିକଟରେ ତାଙ୍କର ଏକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଜଣେ ସାଧାରଣ ଲୋକଙ୍କ ପରି ପୋଷାକ ପରିଧାନ କରିଛନ୍ତି । ଏ ଫଟୋ ସେହି ସମୟର ଯେବେ ସେ ହକି ବିଶ୍ବକପ ପାଇଁ ନିମନ୍ତ୍ରଣ ପତ୍ର ଗ୍ରହଣ କରୁଥିଲେ । ଆସନ୍ତା ବର୍ଷ ଜାନୁଆରୀ 13ରୁ ଓଡିଶାରେ ହକି ବିଶ୍ବକପ ଆୟୋଜନ ହେବ । ଏ ନେଇ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଉଛି । ଓଡିଶାରୁ ଅତନୁ ସବ୍ୟସାଚୀ ଏନ ରଙ୍ଗାସ୍ବାମୀଙ୍କୁ ନିମନ୍ତ୍ରଣ ପାଇଁ ଯାଇଥିଲେ । ଜଣେ ସାଧାରଣ ଲୋକ ପରି ତାଙ୍କଠୁ ନିମନ୍ତ୍ରଣ ପତ୍ର ଗ୍ରହଣ କରିଥିଲେ ଏନ ରଙ୍ଗାସ୍ବାମୀ ।

ଲୁଙ୍ଗି ପିନ୍ଧି ନିମନ୍ତ୍ରଣ ପତ୍ର ଗ୍ରହଣ କରିଥିଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ । ଜଣେ ମୁଖ୍ୟମନ୍ତ୍ରୀ ଭାବେ ନିମନ୍ତ୍ରଣ କରି ଗ୍ରହଣ କରିବା ବିରଳ ନିଶ୍ଚୟ । ନିମନ୍ତ୍ରଣ ପତ୍ର ଗ୍ରହଣ ଏନ ରଙ୍ଗାସ୍ବାମୀ କହିଥିଲେ ଜଗନ୍ନାଥ ଧାମରୁ ଆସିଥିବା ଲୋକେ ତାଙ୍କୁ ଭେଟିବା ପାଇଁ କୌଣସି ପ୍ରୋଟକଲ କିମ୍ବା କୌଣସି ଅନୁମତିର ଆବଶ୍ୟକ ନାହିଁ । ଏହି କଥାଟି ସମସ୍ତଙ୍କ ହୃଦୟକୁ ଛୁଇଁଛି । ଜଣେ ସାଧାରଣ ଲୋକ ପରି ନିମନ୍ତ୍ରଣ ଗ୍ରହଣ କରି ସେ ପ୍ରମାଣିତ କରିଛନ୍ତି ଯେ ସେ କେତେ ସରଳ । ପୋଷାକ ପରିଚୟ ପ୍ରଦାନ କରେନାହିଁ ଏହାକୁ ତାଙ୍କ କ୍ଷେତ୍ରରେ ଭୁଲ ପ୍ରମାଣିତ ହୋଇଛି । 71 ବର୍ଷୀୟ ଏନ ରଙ୍ଗାସ୍ବାମୀ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଅଛନ୍ତି । କଂଗ୍ରେସ ଦଳରୁ ରାଜନୀତି ଆରମ୍ଭ କରିଥିଲେ । 2001ରୁ 2008 ଯାଏ ସେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଥିଲେ । ପରେ ଦଳରେ ଅଣଦେଖା କରାଯିବାରୁ 2011ରେ ନିଜର ଦଳ ଗଠନ କରିଥିଲେ । ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । 2011 ବିଧାନସଭା ନିର୍ବାଚନର ବିଜେପି ସମର୍ଥନରେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ରଙ୍ଗାସ୍ବାମୀ । ତାଙ୍କର ଏହିପରି ସରଳ ଜୀବନଯାପନ ପାଇଁ ତାଙ୍କୁ 'ଜୁନିଅର କାମରାଜ' ଆଖ୍ୟା ଦିଆଯାଇଛି ।

ଗୋଟିଏ ଗୋଟିଏ ଫଟୋ ଅନେକ କଥା କୁହେ । ସମାଜକୁ କିଛି ଶିକ୍ଷା ଦିଏ ଫଟୋ । ଏହି ଫଟୋଟି ଠିକ ସେହିପରି କିଛି ବାର୍ତ୍ତା ଦେଉଛି । ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସ୍ବାମୀଙ୍କ ଏହି ଫଟୋଟି ଜଣେ ଉଚ୍ଚ ପଦରେ ରହି ବି ଜୀବନକୁ କେତେ ସରଳ ଭାବରେ ବଞ୍ଚିହୁଏ ତାହା ଦର୍ଶାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.