ନୂଆଦିଲ୍ଲୀ: ଚଳିତବର୍ଷ ପଶ୍ଚିମବଙ୍ଗରେ 8ମ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି । ବର୍ତ୍ତମାନ ସୁଦ୍ଧା 4ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି । ଆସନ୍ତା 17 ତାରିଖରେ ପଞ୍ଚମ ପର୍ଯ୍ୟାୟ ଭୋଟିଂ । ପଶ୍ଚିମବଙ୍ଗ ଦଖଲ ମିଶନରେ ଆଜି ପୁଣି ମୈଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ।
-
Schedule of HM Shri @AmitShah's public programs today in West Bengal.
— BJP (@BJP4India) April 12, 2021 " class="align-text-top noRightClick twitterSection" data="
Watch on
• https://t.co/vpP0MInUi4
• https://t.co/ZFyEVldUYK
• https://t.co/lcXkSnNPDn
• https://t.co/jtwD1z6SKE pic.twitter.com/tJ29Cp18Dv
">Schedule of HM Shri @AmitShah's public programs today in West Bengal.
— BJP (@BJP4India) April 12, 2021
Watch on
• https://t.co/vpP0MInUi4
• https://t.co/ZFyEVldUYK
• https://t.co/lcXkSnNPDn
• https://t.co/jtwD1z6SKE pic.twitter.com/tJ29Cp18DvSchedule of HM Shri @AmitShah's public programs today in West Bengal.
— BJP (@BJP4India) April 12, 2021
Watch on
• https://t.co/vpP0MInUi4
• https://t.co/ZFyEVldUYK
• https://t.co/lcXkSnNPDn
• https://t.co/jtwD1z6SKE pic.twitter.com/tJ29Cp18Dv
ଆଜି(ସୋମବାର) ପଶ୍ଚିମବଙ୍ଗ ମୋଦି ଓ ଶାହଙ୍କ ତୋଫାନୀ ରାଲି ଦେଖିବାକୁ ମିଳିବ । ଦିଦିଙ୍କ ଗଡ ଭାଙ୍ଗିବାକୁ ଆଜି ଦୁଇ ହେଭିୱେଟ କରିବେ ପ୍ରଚାର ପ୍ରସାର । ପ୍ରଧାନମନ୍ତ୍ରୀ ମୋଦି ଆଜି ଏକା ସାଙ୍ଗରେ ତିନୋଟି ଜନସଭାକୁ ସମ୍ବୋଧନ କରିବେ । ଶାହ ଆଜି 4ଟି ସ୍ଥାନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରିବେ । ରବିବାର(ଗତକାଲି) ଶାହ 3ଟି ରାଲି ସହ 3ଟି ଜନସଭା କରିଥିଲେ ।
ଆଜି(ସୋମବାର) ଶାହ 2 ଟି ରୋଡ ଶୋ’ କରିବା ସହ 2 ଟି ଜନସଭାକୁ ସମ୍ବୋଧିତ କରିବେ । ପୂର୍ବାହ୍ନ 11ଟା 30 ମିନିଟିରୁ କାଲିପୋଙ୍ଗରୁ ରୋଡ ଶୋ’ ଆରମ୍ଭ କରିବେ । ଏହା ପରେ ମଧ୍ୟାହ୍ନ 1.40 ସମୟରେ ଧୁପଗୁରିରେ ଜନସଭାକୁ ଯିବେ । 3.30 ରେ ହେମଦାବାଦରେ ଜନସଭା ପରେ 5ଟା ପରେ ସିଲିଗୁରିରେ କରିବେ ଆଉ ତାପରେ ପୁଣି ଏକ ରୋଡ ଶୋ’ କୁ ଓହ୍ଲାଇବେ ଶାହ ।
ସେହିପରି ବେଙ୍ଗଲରେ ଦିଦିଙ୍କ ‘ଖେଲା ହୋବେ ଶେଷ’ ନାରା ଦେଇ ପୁଣି ପ୍ରଚାର ମୈଦାନକୁ ଆସିବେ ମୋଦି । ମଧ୍ୟାହ୍ନ 12ଟାରୁ 3.15 ପର୍ଯ୍ୟାନ୍ତ ବ୍ୟାକ ଟୁ ବ୍ୟାକ ଜନସଭା କରିବେ ମୋଦି । ପ୍ରଥମେ ବର୍ଦ୍ଧମାନ ପରେ କଲ୍ୟାଣୀ ଓ 3.15 ବେଳକୁ ବରସାତରେ ବେଙ୍ଗଲ ଜନତାକୁ ଉଦବୋଧନ ଦେବେ ମୋଦି ।
ସୂଚନାଯୋଗ୍ୟ, ପଞ୍ଚମ ପର୍ଯ୍ୟାୟ ନିର୍ବାଚନ 6ଟି ଜିଲ୍ଲାର 45 ଟି ଆସନରେ ହେବ । ଏହି ପର୍ଯ୍ୟାୟରେ 24 ପ୍ରଗଣାର 16ଟି ଆସନ, ଦାଜିର୍ଲିଂର ସମସ୍ତ 5ଟି , ନାଦିଆର ଓ ପୂର୍ବ ବର୍ଦ୍ଧମାନର 8ଟି ସିଟ ସହ ଜଳପାଇଗୁଡାରେ 7 ଓ କୌଲିମପେଙ୍ଗରେ ଗୋଟିଏ ସିଟରେ ମତଦାନ କରାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ