ETV Bharat / bharat

କ୍ୟାପଟେନ ମୋନିକାଙ୍କ ପ୍ରଶଂସାରେ ସାରା ଦେଶ, ଜରୁରୀକାଳୀନ ଅବତରଣ କରି ବଞ୍ଚାଇଥିଲେ ୧୮୫ ଜୀବନ

author img

By

Published : Jun 20, 2022, 10:12 PM IST

ସ୍ପାଇସଜେଟ ବିମାନରେ ନିଆଁ ଲାଗିବା ଫଳରେ ପାଟନାରେ ହୋଇଥିବା ଜରୁରୀକାଳୀନ ଅବତରଣ । ଏହି ସମୟରେ କ୍ୟାପଟେନ ମୋନିକା ଖନ୍ନା ଏହାର ପାଇଲଟ ଥିଲେ । ତାଙ୍କର ଉପସ୍ଥିତ ବୁଦ୍ଧି ଯୋଗୁଁ ୧୮୫ ଯାତ୍ରୀଙ୍କ ଜୀବନ ବଞ୍ଚିପାରିଥିଲା । ଭାରତର ଏହି ସାହାସୀ ଝିଅକୁ ସାରା ଦେଶ ପ୍ରଶଂସା କରିଛି । ଅଧିକ ପଢନ୍ତୁ

କ୍ୟାପଟେନ ମୋନିକାଙ୍କ ପ୍ରଶଂସାରେ ସାରା ଦେଶ, ଜରୁରୀକାଳୀନ ଅବତରଣ କରି ବଞ୍ଚାଇଥିଲେ ୧୮୫ ଜୀବନ
କ୍ୟାପଟେନ ମୋନିକାଙ୍କ ପ୍ରଶଂସାରେ ସାରା ଦେଶ, ଜରୁରୀକାଳୀନ ଅବତରଣ କରି ବଞ୍ଚାଇଥିଲେ ୧୮୫ ଜୀବନ

ପାଟନା: ବିହାରର ପାଟନା ଏୟାରପୋର୍ଟରେ ରବିବାର ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଥିଲେ ଯାତ୍ରୀ । ପାଟନାରୁ ଦିଲ୍ଲୀକୁ ଅଭିମୁଖେ ଯାଉଥିବା ସ୍ପାଇସଜେଟ ବିମାନ SG-723 (SpiceJet Boeing 723) ରେ ଅଚାନକ ନିଆଁ ଲାଗିଥିଲା । ମଝି ଆକାଶରେ ନିଆଁ ଲାଗିବା ପରେ ବିମାନର ଜରୁରୀକାଳୀନ ଅବତରଣ (SpiceJet on emergency landing in Patna) ହୋଇଥିଲା । ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ୧୮୫ ଯାତ୍ରୀଙ୍କ ଜୀବନ ବଞ୍ଚିଥିଲା । ଏହି ବିମାନରେ ଥିବା କ୍ୟାପଟେନ ମୋନିକା ଖନ୍ନା (Pilot Monica Khanna) ମଧ୍ୟ ଥିଲେ । ମୋନିକାଙ୍କ ଏହି ସାହସିକତାକୁ ସାରା ଦେଶରେ ଭୂୟସୀ ପ୍ରଶଂସା କରାଯାଇଛି ।

ପାଟନା ଏୟାରପୋର୍ଟରେ ଅଘଟଣ
ପାଟନା ଏୟାରପୋର୍ଟରେ ଅଘଟଣ
କ୍ୟାପଟେନ ମୋନିକା ଖନ୍ନା
କ୍ୟାପଟେନ ମୋନିକା ଖନ୍ନା

ପାଇଲଟଙ୍କ ବୁଦ୍ଧି ବଞ୍ଚାଇଲା ୧୮୫ ଜୀବନ:-

ବିମାନେରେ ମୋଟ ୧୮୫ ଜଣ ଯାତ୍ରୀ ରହିଥିଲେ । ବିମାନଟି ପାଟନାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା । ସ୍ପାଇସଜେଟ୍ ବିମାନର ପାଇଲଟମାନେ ରବିବାର ନିଜର ବୁଦ୍ଧିମତା ପ୍ରଦର୍ଶନ କରି ଏହି ପ୍ରଶଂସନୀୟ କାର୍ଯ୍ୟ କରିଥିଲେ । ଯଦି ପାଇଲଟ ଠିକ ସମୟରେ ନିଷ୍ପତ୍ତି ନେଇନଥାନ୍ତେ, ତେବେ ନିଶ୍ଚିତ ଭାବରେ ବଡ଼ ଅଘଟଣ ଘଟିଥାନ୍ତା । ଏଥିପାଇଁ ସ୍ପାଇସଜେଟ ସୋମବାର ଏହାର ପାଇଲଟମାନଙ୍କୁ ପ୍ରଶଂସା କରି କହିଛି ଯେ ଏୟାରଲାଇନ୍ସ ସେମାନଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ବାସ ରଖିଛି । ଯାତ୍ରୀମାନେ ମଧ୍ୟ ସେମାନଙ୍କୁ ବିଶ୍ବାସ କରନ୍ତି କାରଣ ସେମାନେ ଭଲ ତାଲିମପ୍ରାପ୍ତ ।

କ୍ୟାପଟେନ ମୋନିକା ଖନ୍ନା
କ୍ୟାପଟେନ ମୋନିକା ଖନ୍ନା

ପାଇଲଟଙ୍କୁ ନେଇ ଗର୍ବିତ ସ୍ପାଇସଜେଟ:-

ସ୍ପାଇସଜେଟ ପାଇଲଟଙ୍କ ନେତୃତ୍ବ ନେଉଥିବା କ୍ୟାପଟେନ ଗୁରୁଚରଣ ଅରୋରା କହିଛନ୍ତି ଯେ, 'ମୁଁ ସମସ୍ତ ଯାତ୍ରୀଙ୍କୁ ସ୍ପାଇସଜେଟ ପାଇଲଟଙ୍କ ଉପରେ ବିଶ୍ବାସ ରଖିବାକୁ ନିବେଦନ କରୁଛି । ସେମାନେ ସମସ୍ତେ ଭଲ ତାଲିମପ୍ରାପ୍ତ । ସ୍ପାଇସଜେଟ ପାଇଲଟମାନେ ପାଟନାରେ ପରିସ୍ଥିତିକୁ କିପରି ପରିଚାଳନା କରିଥିଲା ତାର ସାକ୍ଷୀ ବିଶ୍ବ ରହିଛି ଏବଂ ଏହା ଆମ ପାଇଁ ଗର୍ବର ବିଷୟ । ଯେକୌଣସି ଘଟଣାକୁ ଶାନ୍ତିପୂର୍ଣ୍ଣ ଭାବରେ ପରିଚାଳନା କରିବା ପାଇଁ ସ୍ପାଇସଜେଟ ପାଇଲଟମାନଙ୍କୁ ସକ୍ଷମ ଏବଂ ତାଲିମ ଦେଇଛି । ଏଥିପାଇଁ ସମସ୍ତ ଯାତ୍ରୀ ସେମାନଙ୍କ ପାଇଁ ଗର୍ବିତ ହେବା ଉଚିତ ।"

ଏହା ବି ପଢନ୍ତୁ- ମଝି ଆକାଶରେ ବିମାନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଇଞ୍ଜିନରେ ଲାଗିଥିଲା ନିଆଁ:-

ବିମାନର ବାମ ପାର୍ଶ୍ବରେ ନିଆଁ ଲାଗିବା ପରେ ସ୍ପାଇସଜେଟ ବିମାନକୁ ପାଟନାର ବିହତା ଏୟାରଫୋର୍ସ ଷ୍ଟେସନରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା । ପାଟନା ଜିଲ୍ଲା ମାଜିଷ୍ଟ୍ରେଟ ଚନ୍ଦ୍ରଶେଖର ସିଂ କହିଛନ୍ତି ଯେ ବିମାନର ବାମ ପାର୍ଶ୍ବରେ ନିଆଁ ଲାଗିଯାଇଥିଲା । ଯାହା ପରେ ବିମାନଟି ତୁରନ୍ତ ଅବତରଣ କରିଥିଲା । ଅବତରଣ କରିବା ପରେ ବିମାନର ବ୍ଲେଡ୍ ବଙ୍କା ହୋଇଥିବାର ଦେଖାଗଲା । ଫୁଲୱାରୀ ସରିଫର ସ୍ଥାନୀୟ ଲୋକେ ନିଆଁ ଦେଖି ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ସତର୍କ କରାଇଥିଲେ । ଅଗ୍ନିକାଣ୍ଡର କାରଣ ବୈଷୟିକ ତ୍ରୁଟି ଥିଲା ଏବଂ ଇଞ୍ଜିନିୟରିଂ ଦଳ ଏ ନେଇ ଅଧିକ ସନ୍ଧାନ କରୁଥିବା ଜଣାପଡ଼ିଛି ।

ମୋନିକା ଖନ୍ନା କିଏ ?

କ୍ୟାପଟେନ ମୋନିକା ଖନ୍ନା ହେଉଛନ୍ତି ସ୍ପାଇସଜେଟର ଜଣେ ଉଚ୍ଚ ତାଲିମପ୍ରାପ୍ତ ପାଇଲଟ । ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ ଅନୁସାରେ ସେ ଭ୍ରମଣକୁ ଭଲ ପାଉଥିବା ବେଳେ ଫ୍ୟାସନ ଓ ଟ୍ରେଣ୍ଡ୍ସ ଉପରେ ମଧ୍ୟ ଆଗ୍ରହ ରଖନ୍ତି । ପାଟନା ସ୍ପାଇସଜେଟ ବିମାନ ଦୁର୍ଘଟଣା ପରେ ତାଙ୍କ ନାଁ ସାମନାକୁ ଆସିଛି । ସେ ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ସଙ୍ଗେ ସଙ୍ଗେ ବିମାନର ଜରୁରୀକାଳୀନ ଅବତରଣ କରାଇଥିଲେ । ଫଳରେ ଯାତ୍ରୀଙ୍କ କୌଣସି ପ୍ରକାର କ୍ଷତି ଘଟିନାହିଁ । ୧୮୫ ଯାତ୍ରୀ ସୁରକ୍ଷିତ ଭାବେ ବିମାନରୁ ଉଦ୍ଧାର ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.