ETV Bharat / bharat

ଉଦୟାନିଧି ଷ୍ଟାଲିନଙ୍କୁ ଧମକ ନେଇ ତାମିଲନାଡୁରେ ବିରୋଧ, ଅମିତ ମାଲବ୍ୟ ଓ ଅଯୋଧ୍ୟା ସନ୍ଥଙ୍କ ବିରୋଧରେ ଏତଲା

ତାମିଲନାଡୁରେ ରାସ୍ତାକୁ ଓହ୍ଲାଇଲେ ଡିଏମକେ କର୍ମୀ । ବିଜେପି ମିଡିଆ ସେଲ ମୁଖ୍ଯ ଅମିତ ମାଲବ୍ୟ ଓ ଅଯୋଧ୍ୟା ସନ୍ଥଙ୍କ ବିରୋଧରେ ଏତଲା । ଉଦୟାନିଧିଙ୍କ ବିରୋଧରେ ମଧ୍ୟ ମୁଜାଫପୁର କୋର୍ଟରେ ହୋଇଛି ମାମଲା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 5, 2023, 10:36 PM IST

ଉଦୟାନିଧି ଷ୍ଟାଲିନଙ୍କୁ ଧମକ ନେଇ ତାମିଲନାଡୁରେ ବିରୋଧ, ମନ୍ତ୍ରୀ ଓ ଅଯୋଧ୍ୟାର ସନ୍ଥଙ୍କ ବିରୋଧରେ ଏତଲା

ଚେନ୍ନାଇ: ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ଦେବା ପରେ ତାମିଲାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟ କ୍ରୀଡା ମନ୍ତ୍ରୀ ଉଦୟାନିଧି ଷ୍ଟାଲିନଙ୍କୁ ବିଜେପି ସମେତ ବିଭିନ୍ନ ଦକ୍ଷିଣପନ୍ଥୀ ସଂଗଠନ ବିରୋଧ କରିଥିଲେ । ଉଦୟାନିଧିଙ୍କ ବିରୋଧରେ ମାମଲା ରୁଜୁ ମଧ୍ୟ ହୋଇଥିଲା । ଅଯୋଧ୍ୟାର ଜଣେ ସନ୍ଥ ପରମହଂସ ଆଚାର୍ଯ୍ୟ ଉଦୟାନିଧି ଷ୍ଟାଲିନଙ୍କ ମୁଣ୍ଡ କାଟିଲେ 10 କୋଟି ଟଙ୍କା ଘୋଷଣା କରିଥିଲେ । ଏବେ ଏହି ମାମଲାରେ ଡିଏମକେ ନେତା ଓ କର୍ମୀ ଉଦୟାନିଧିଙ୍କ ସପକ୍ଷରେ ରାସ୍ତାକୁ ଓହ୍ଲାଇଛନ୍ତି । ବିଜେପି ସାମାଜିକ ଗଣମାଧ୍ୟମ ବ୍ୟାପାର ମୁଖ୍ୟ ଅମିତ ମାଲବ୍ୟଙ୍କ ନାମରେ ମଦୁରାଇ ପୋଲିସ ନିକଟରେ ଡିଏମକେ ଲିଗାଲ ସେଲ ଏକ ଏତଲା ରୁଜୁ କରିଛି ।

ସେହିପରି ହତ୍ୟା ଧମକ ଦେଇଥିବା ସନ୍ଥ ପରମହଂସ ଆଚାର୍ଯ୍ୟଙ୍କ ନାମରେ ମଧ୍ଯ ଏତଲା ଦେଇଛି ଡିଏମକେ । ଆଜି ଡିଏମକେ ସମର୍ଥକମାନେ ରାସ୍ତାରୁ ଓହ୍ଲାଇ ସନ୍ଥ ପରମହଂସ ଆଚାର୍ଯ୍ୟଙ୍କ ବିରୋଧରେ ନାରାବାଜୀ କରିଥିଲେ । ସେହିପରି ବିଜେପି ମିଡିଆ ମୁଖ୍ୟ ଅମିତ ମାଲବ୍ୟ ଉଦୟାନିଧିଙ୍କ ବିରୋଧରେ ଆପତ୍ତିଜନକ ଟ୍ବିଟ କରିଥିବା ଅଭିଯୋଗ କରି ଡିଏମକେ ଲିଗାଲ ସେଲ ମଦୁରାଇ ପୋଲିସ କମିଶନର ଅଫିସରେ ଏତଲା ଦେବା ସହ ବିଜେପି ବିରୋଧରେ ନାରାବାଜୀ କରିଛି ।

ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ଦେଇ ଅଡୁଆରେ ପଡିଥିବା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନଙ୍କ ବିରୋଧରେ ବିହାର ମୁଜାଫରପୁର କୋର୍ଟରେ ଏକ ମାମଲା ଦାଏର କରାଯାଇଛି । ମୁଜାଫରପୁରର ସୁଧୀର କୁମାର ଓଝା ନାମକ ଜଣେ ଆଇନଜୀବୀ ଉଦୟାନିଧିଙ୍କ ବିରୋଧରେ ମୁଜାଫରପୁର ସିଭିଲ କୋର୍ଟରେ ଏହି ଆବେଦନ ଦାଏର କରିଛନ୍ତି । ଅଭିଯୋଗକାରୀ ଆବେଦନରେ ଉଲ୍ଲେଖ କରିଛନ୍ତି ଯେ, ଉଦୟାନିଧି ସନାତନ ଧର୍ମ ସମ୍ପର୍କରେ ଦେଇଥିବା ବିବାଦୀୟ ତଥା ଅପମାନଜନକ ମନ୍ତବ୍ୟ ସମଗ୍ର ଦେଶର ହିନ୍ଦୁ ଧର୍ମାବଲମ୍ବୀଙ୍କ ଧାର୍ମିକ ଭାବନାକୁ କଠୋର ଆଘାତ କରିଛି ।

ଏହା ମଧ୍ୟ ପଢନ୍ତୁ :-Remark on Sanatan Dharma: ମୁଜାଫରପୁର କୋର୍ଟରେ ଉଦୟାନିଧିଙ୍କ ବିରୋଧରେ ମାମଲା

ତାମିଲନାଡୁରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଦାୟିତ୍ବରେ ଥିବା ଉଦୟାନିଧନ ଶନିବାର ଚେନ୍ନାଇରେ ଏକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ସନାତନ ଧର୍ମକୁ ମ୍ୟାଲେରିଆ, ଡେଙ୍ଗୁ, କୋରୋନା ଭଳି ରୋଗ ସହ ତୁଳନା କରିଥିଲେ । ଏହାକୁ ଶେଷ କରାଯିବାର ଆବଶ୍ୟକତା ମଧ୍ୟ ଥିବା ସେ କହିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ସମାଲୋଚନା ନିନ୍ଦା ଓ ଏତଲା ରୁଜୁ ପ୍ରକ୍ରିୟା ଜାରି ରହିଛି । ଉଦୟାନିିଧି କିନ୍ତୁ ନିଜ ମନ୍ତବ୍ୟରେ ଅଡି ରହିଛନ୍ତି । ସେ ଧର୍ମ ବିରୋଧୀ ନୁହେଁ ବରଂ ଜାତିବାଦ ବିରୋଧରେ କହିଥିବା ବାରମ୍ବାର ଦାବି କରିବାରେ ଲାଗିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.