ETV Bharat / bharat

Prophet row: ଗିରଫଦାରୀରୁ ବର୍ତ୍ତିବାକୁ ସୁପ୍ରିମକୋର୍ଟର ଦ୍ବାରସ୍ଥ ନୁପୂର ଶର୍ମା - ନୁପୂର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ

ଗିରଫରୁ ବର୍ତ୍ତିବା ପାଇଁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମା । ନିଜ ଓ ପରିବାର ସଦସ୍ୟଙ୍କ ସୁରକ୍ଷା କାରଣ ଦର୍ଶାଇ କୋର୍ଟରେ ହେଲେ ହାଜର । ଏକାଧିକ ରାଜ୍ୟରେ ନୁପୂରଙ୍କ ବିରୋଧରେ ଦାଏର ହୋଇଛି 9 ଟି ମାମଲା । ଅଧିକ ପଢନ୍ତୁ

Prophet row: ଗିରଫରୁ ବର୍ତ୍ତିବା ପାଇଁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ନୁପୂର ଶର୍ମା

author img

By

Published : Jul 18, 2022, 7:57 PM IST

ନୂଆଦିଲ୍ଲୀ: ଧାର୍ମିକ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଥିବା ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମା ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି । ନୁପୂରଙ୍କ ବିରୋଧରେ ଦେଶବ୍ୟାପୀ ବିଭିନ୍ନ ରଜ୍ୟରେ ଏକାଧିକ ମାମଲା ଦାଏର ହୋଇଛି । ଭିନ୍ନଭିନ୍ନ ରାଜ୍ୟର ପୋଲିସ ମଧ୍ୟ ତାଙ୍କୁ ହାଜର ହେବା ପାଇଁ ସମନ କରିଛି । ତେବେ ସେ ଏଥିରୁ ବର୍ତ୍ତିବା ପାଇଁ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇ ସୁରକ୍ଷା ମାଗିଛନ୍ତି ।

ନିଲମ୍ବିତ ବିଜେପି ମୁଖପାତ୍ର ନୁପୂର ଶର୍ମା, ତାଙ୍କ ପରିବାର ସଦସ୍ୟଙ୍କୁ ଦେଶ ଓ ଦେଶ ବାହାରୁ ନିୟମିତ ଦୁଷ୍କର୍ମ ଓ ହତ୍ୟା ନେଇ ଧମକ ମିଳିବାରେ ଲାଗିଥିବା ଅଭିଯୋଗ କରିଛନ୍ତି । ତେଣୁ ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଉଚିତ ସୁରକ୍ଷା ଯୋଗାଇବା ପାଇଁ କୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି । ନୁପୂରଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ 9ଟି ମାମଲା ରୁଜୁ ହୋଇଛି । ଏକାଧିକ ରାଜ୍ୟର ପୋଲିସ ତାଙ୍କୁ ହାଜର ହେବା ପାଇଁ ସମନ ମଧ୍ୟ ଜାରି କରିଛନ୍ତି । ତେବେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେ ହାଜର ହେବା ପାଇଁ ସମୟ ଗଡାଇ ଚାଲିଛନ୍ତି ।

ଗତ ମାସରେ ସର୍ବୋଚ୍ଚ କୋର୍ଟ ନୁପୂରଙ୍କୁ ଭର୍ତ୍ସନା କରିବା ସହ ଦେଶରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ସ୍ଥିତି ପାଇଁ ଦାୟୀ କରିଥିଲେ । ନୁପୂରଙ୍କ ଦାୟିତ୍ବହୀନ ମନ୍ତବ୍ୟ ପାଇଁ ଦେଶରେ ଏପରି ସ୍ଥିତି ସୃଷ୍ଟି ହୋଇଥିବା କହିବା ସହ ନୁପୂର ଶର୍ମା କ୍ଷମା ମାଗିବା ଉଚିତ ବୋଲିି କୋର୍ଟ କହିଥିଲେ । ତେବେ ଏହା କୋର୍ଟଙ୍କ ନିର୍ଦ୍ଦେଶ ନଥିବାରୁ ସେପରି କିଛି କରି ନଥିଲେ ନୁପୂର ଶର୍ମା । କିଛି ଦିନର ବ୍ୟବଧାନ ପରେ ନୁପୂର ପୁଣି ନିଜ ଓ ନିଜ ପରିବାର ସୁରକ୍ଷା ସମ୍ପର୍କିତ କାରଣ ଦର୍ଶାଇ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.