ETV Bharat / bharat

ଭାରତୀୟ ସେନାରେ ମହିଳା ଅଧିକାରୀଙ୍କୁ କର୍ଣ୍ଣେଲ ପଦବୀକୁ ପଦୋନ୍ନତି

author img

By

Published : Aug 24, 2021, 9:21 AM IST

ଭାରତୀୟ ସେନାରେ 26 ବର୍ଷର ନିରବଚ୍ଛିନ୍ନ ସେବା ପରେ ଭାରତୀୟ ସେନାର ଚୟନ ବୋର୍ଡ ପାଞ୍ଚ ଜଣ ମହିଳା ଅଧିକାରୀଙ୍କୁ କର୍ଣ୍ଣେଲ ପଦବୀକୁ ପଦୋନ୍ନତି ଦେବାପାଇଁ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

Indian Army
Indian Army

ନୂଆଦିଲ୍ଲୀ: ଭାରତୀୟ ସେନାରେ 26 ବର୍ଷର ନିରବଚ୍ଛିନ୍ନ ସେବା ପରେ ଭାରତୀୟ ସେନାର ଚୟନ ବୋର୍ଡ ପାଞ୍ଚ ଜଣ ମହିଳା ଅଧିକାରୀଙ୍କୁ କର୍ଣ୍ଣେଲ ପଦବୀକୁ ପଦୋନ୍ନତି ଦେବାପାଇଁ ନିଷ୍ପତ୍ତି ନେଇଛି । ପ୍ରଥମ ଥର ପାଇଁ ସେନା ସିଗନାଲ କୋର, ଇଲେକ୍ଟ୍ରୋନିକ ଏବଂ ମେକାନିକାଲ ଇଞ୍ଜିନିୟରିଂ କୋର ଓ ଇଞ୍ଜିନିୟରିଂ କୋରରେ ଯୋଗଦେଇଥିବା ମହିଳା ଅଧିକାରୀମାନେ କର୍ଣ୍ଣେଲ ପଦବୀକୁ ପଦୋନ୍ନତି ପାଇଛନ୍ତି ।

ପୂର୍ବରୁ ମହିଳା ଅଧିକାରୀଙ୍କୁ କର୍ଣ୍ଣେଲ ପଦବୀକୁ ପଦୋନ୍ନତି କେବଳ ଆର୍ମି ମେଡିକାଲ କୋର, ଜଜ ଆଡଭୋକେଟ ଜେନେରାଲ ଏବଂ ଆର୍ମି ଏଜୁକେସନ କୋର ପାଇଁ ମିଳୁଥିଲା । ଭାରତୀୟ ସେନାର ଅନ୍ୟାନ୍ୟ ଶାଖା ଗୁଡିକୁ ପଦୋନ୍ନତି ସଂପ୍ରସାରଣ ସେନାରେ ମହିଳା ଅଧିକାରୀମାନଙ୍କ ନିମନ୍ତେ ଚାକିରି କାଳରେ ଅଧିକ ସୁଯୋଗ ସୃଷ୍ଟି କରିବ । ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ ନିଷ୍ପତ୍ତି ସହ ସେନାର ଅଧିକ ଶାଖାରେ ପଦୋନ୍ନତି ଭାରତୀୟ ସେନାର ଲିଙ୍ଗଗତ ସମାନତାର ପରିଚାୟକ ହେବ।

କର୍ଣ୍ଣେଲ ପଦବୀକୁ ପଦୋନ୍ନତି ପାଇଥିବା ପାଞ୍ଚ ଜଣ ମହିଳା ଅଧିକାରୀ ହେଲେ କୋର ଅଫ ସିଗନାଲର ଲେଫ୍ଟନାଣ୍ଟ କର୍ଣ୍ଣେଲ ସଙ୍ଗୀତା ସାର୍ଦ୍ଦନା, କୋର ଅଫ ଇଏମଇର ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋନିଆ ଆନନ୍ଦ ଓ ଲେଫ୍ଟନାଣ୍ଟ କର୍ଣ୍ଣେଲ ନବନୀତ ଡୁଗଲ, କୋର ଅଫ ଇଞ୍ଜିନିୟରର୍ସରୁ ଲେଫ୍ଟନାଣ୍ଟ କର୍ଣ୍ଣେଲ ରୀନୁ ଖାନ୍ନା ଏବଂ ଲେଫ୍ଟନାଣ୍ଟ କର୍ଣ୍ଣେଲ ରୀଚା ସାଗର । ସମସ୍ତ ଅଧିକାରୀଙ୍କୁ ସ୍ଥଳସେନା ମୁଖ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.