ETV Bharat / bharat

କୃଷି ଆଇନ ବିରୋଧରେ ସ୍ବର ଉତ୍ତୋଳନ କରିବ କିଷାନ ପଞ୍ଚାୟତ - କଂଗ୍ରେସର ସାଧାରଣ ସମ୍ପାଦକ

ଉତ୍ତରପ୍ରଦେଶର ମଥୁରାରେ କିଷାନ ପଞ୍ଚାୟତକୁ ସମ୍ବୋଧିତ କରିବେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ । ଅଧିକ ପଢନ୍ତି...

କଂଗ୍ରେସ ସାଧାରଣ ସମ୍ପାଦକ
କଂଗ୍ରେସ ସାଧାରଣ ସମ୍ପାଦକ
author img

By

Published : Feb 23, 2021, 12:58 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମଥୁରାରେ ମଙ୍ଗଳବାର କିଷାନ ପଞ୍ଚାୟତକୁ ସମ୍ବୋଧିତ କରିବେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ । ପଶ୍ଚିମ ଉତ୍ତରପ୍ରଦେଶର 28ଟି ଜିଲ୍ଲାରେ କଂଗ୍ରେସ କିଷାନ ପଞ୍ଚାୟତର ଆୟୋଜନ କରିଛି । ଏହା ଚାଷୀମାନଙ୍କୁ ସମର୍ଥନ କରିବା ସହିତ କୃଷି ଆଇନ ବିରୋଧରେ ସ୍ବର ଉତ୍ତୋଳନ କରିବାରେ ସହାୟକ ହେବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ମିଳିଛି ।

ଉତ୍ତରପ୍ରଦେଶ କଂଗ୍ରେସ ସରଣପୁରରେ ଫେବୃଆରୀ 10ରେ ଜୟ ଜବାନ ଜୟ କିଷାନ କାର୍ଯ୍ୟକ୍ରମ ଆୟୋଜିତ କରିଥିଲା ଯାହାକୁ ପ୍ରିୟଙ୍କା ଗାନ୍ଧୀ ସମ୍ବୋଧିତ କରିଥିଲେ । ସେହି ଦିନଠୁ ଦଳର ବରିଷ୍ଠ ନେତା ଜିଲ୍ଲାରୁ ତହସିଲ ସ୍ତରରେ କିଷାନ ପଞ୍ଚାୟତକୁ ସମ୍ବୋଧିତ କରିଆସୁଛନ୍ତି । ମାତ୍ର ଦଳର ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ଦ୍ବାରା କିସାନ ପଞ୍ଚାୟତକୁ ସମ୍ବୋଧିତ କରିବା ଦଳର ରାଜନୈତି ଭିତ୍ତିଭୂମି ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସରଣପୁରରେ ହୋଇଥିବା କିଷାନ ପଞ୍ଚାୟତକୁ କଂଗ୍ରେସ ନେତା ଇମରାନ ମାସୁଦ ଆୟୋଜନ କରିଥିଲେ ଯାହାକୁ ପ୍ରିୟଙ୍କା ଗାନ୍ଧୀ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ କଂଗ୍ରେସର ଅନେକ ବରିଷ୍ଠ ନେତା ସାମିଲ ହୋଇଥିଲେ । ଏହା ଏକ ସ୍ବକନ୍ତ୍ର କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଜରିଆରେ ଆମେ ସରକାରଙ୍କର ପ୍ରକୃତ ରୂପ ସାମ୍ନାକୁ ଆଣିବୁ । ଏହା ପଛରେ କୌଣସି ରାଜନୈତିକ କାରଣ ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା ରାସିଦ ଅଲଭି । କଂଗ୍ରେସ କମିଟିର ମୁଖ୍ୟ ନାଦିମ ଜାଭେଦ ଗଣମାଧ୍ୟମକୁ କହିଛନ୍ତି ଆମେ କୃଷକଙ୍କ ପାଇଁ ଲଢୁଛୁ ଏବଂ ଆମେ ଚାଷୀଙ୍କ ସହିତ ସର୍ବଦା ରହିଛୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.