ETV Bharat / bharat

UP Assembly Polls: ଆଜି ନୋଏଡାରେ ପ୍ରଚାର କରିବେ ପ୍ରିୟଙ୍କା

author img

By

Published : Jan 31, 2022, 12:37 PM IST

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ନୋଏଡାରେ ପ୍ରଚାର କରିବେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ । ଅଧିକ ପଢନ୍ତୁ

UP Assembly Polls:ଆଜି ନୋଏଡାରେ ପ୍ରଚାର କରିବେ ପ୍ରିୟଙ୍କା

ଲକ୍ଷ୍ନୌ: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ଆରମ୍ଭ ହୋଇଗଲାଣି ପ୍ରଚାର । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ନୋଏଡାରେ ପ୍ରଚାର କରିବେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ । କଂଗ୍ରେସ ପ୍ରାର୍ଥୀ ପଙ୍ଖୁରି ପାଠକଙ୍କ ପାଇଁ ଆଜି ଡୋରଡୁ ଡୋର କ୍ୟାମ୍ପେନ କରିବେ ପ୍ରିୟଙ୍କା । ନିର୍ବାଚନ ଆୟୋଗ ନିର୍ବାଚନୀ କଟକଣା ଲଗାଇବା ପରେ ଏହା ପ୍ରିୟଙ୍କାଙ୍କ ପ୍ରଥମ ଫିଜିକାଲ ରାଲି ।

ଏହା ପୂର୍ବରୁ ସୋସିଆଲ ମିଡିଆ ଫୋସବୁକ, ୟୁଟ୍ୟୁବରେ ଭର୍ଚ୍ଚୁଆଲ ମୋଡରେ ପ୍ରଚାର କରୁଥିଲେ ପ୍ରିୟଙ୍କା । ତେବେ ଆସନ୍ତାକାଲି (ମଙ୍ଗଳବାର) ବି ଦାଦ୍ରିରେ ପ୍ରଚାର କରିବେ ପ୍ରିୟଙ୍କା । ଆଜି ନୋଏଡାରେ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା ସହ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ପ୍ରିୟଙ୍କା । ଏଥିସହ ‘ଲଡକି ହୁଁ ଲଢ ଶକ୍ତି ହୁଁ’ର ମହିଳାଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ତେବେ କୋରୋନା ସମୟରେ ୫ଟି ରାଜ୍ୟରେ ନିର୍ବାଚନ ହେବାକୁ ଥିବାବେଳେ ରାଲି ଓ ସମାବେଶ ଉପରେ କଟକଣା ଲଗାଇଥିଲେ ନିର୍ବାଚନ ଆୟୋଗ । ଆଜି ଏହାର ସମୟ ସୀମା ଶେଷ ହେବାକୁ ଥିବା ବେଳେ ଏହା ବଳବତ୍ତର ରହିବ ନା କିଛି ମାତ୍ରାରେ କୋହଳ ହେବ ସେନେଇ ଆଜି ବୈଠକ କରିବେ ଇସି । ଉତ୍ତର ପ୍ରଦେଶରେ ଫେବୃଆରୀ ୧୦ ତାରିଖରୁ ମାର୍ଚ୍ଚ ୭ ତାରିଖ ଯାଏଁ ୭ଟି ପର୍ଯ୍ୟାୟରେ ମତଦାନ ହେବ । ମାର୍ଚ୍ଚ ୧୦ରେ ଫଳ ପ୍ରକାଶ ପାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.