ETV Bharat / bharat

ବେକାରୀ ସମସ୍ୟା ଓ ମହଙ୍ଗା ମାଡ ନେଇ ଯୋଗୀଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା - କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ଉତ୍ତରପ୍ରଦେଶ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ରାଜ୍ୟରେ ବେକାରୀ ସମସ୍ୟା ଓ ମହଙ୍ଗା ମାଡ ନେଇ ସେ ଯୋଗୀଙ୍କୁ ଟାର୍ଟେଟ କରିଛନ୍ତି । ଅଧିକ ପଢନ୍ତୁ...

ବେକାରୀ ସମସ୍ୟା ଓ ମହଙ୍ଗା ମାଡ ନେଇ ଯୋଗୀଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା

author img

By

Published : Sep 20, 2021, 8:52 AM IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ରାଜ୍ୟରେ ବେକାରୀ ସମସ୍ୟା ଓ ମହଙ୍ଗା ମାଡ ନେଇ ସେ ଯୋଗୀଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଗାଦିରେ ବସିବା ପୂର୍ବରୁ ଯେଉଁ ପ୍ରତିଶ୍ରୃତି ଦେଇଥିଲେ ତାହାକୁ ଭୁଲି ଯାଇଛନ୍ତି ଯୋଗୀ ଆଦିତ୍ୟନାଥ । ରାଜ୍ଯରେ ଲୋକଙ୍କୁ ଚାକିରୀ ଦେବା, ଖାଲି ପଡିଥିବା ପଦବୀ ପୁରଣ କରିବା, ଚାଷୀଙ୍କୁ ଆଖୁ, ଗହମ, ଧାନ ଓ ଆଳୁର ଉଚିତ ମୂଲ୍ୟ ପ୍ରଦାନ କରିବା , ବିଜୁଳି ଦର ହ୍ରାସ ନେଇ ପ୍ରତିଶ୍ରୃତି ଦେଇଥିଲେ ଯୋଗୀ ସରକାର । ହେଲେ ଏସବୁ ପ୍ରତିଶ୍ରୃତି ପୁରଣ କରିବାରେ ସରକାର ବିଫଳ ହେଉଛନ୍ତି ବୋଲି ଟୁଇଟ କରି କହିଛନ୍ତି ପ୍ରିୟଙ୍କା ।

କେବଳ ସେତିକି ନୁହେଁ ଦରଦାମ ରାଜ୍ୟରେ ଆକାଶ ଛୁଆଁ ହୋଇଛି । ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପୁଷ୍ଟିହୀନତା, ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର, ଅପହରଣ, ହତ୍ୟା ମାମଲା ଏବଂ ଦଳିତଙ୍କ ବିରୋଧରେ ଅପରାଧ ମାମଲାରେ ଉତ୍ତରପ୍ରଦେଶ ବର୍ତ୍ତମାନ ଏକ ନମ୍ବର ସ୍ଥାନରେ ରହିଛି ବୋଲି ପ୍ରିୟଙ୍କା ଅଭିଯୋଗ କରିଛନ୍ତି । ଆସନ୍ତା ବର୍ଷ ୟୁପି ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ କଂଗ୍ରେସ ଏବେଠୁ ଆରମ୍ଭ କଲାଣି କସରତ । ନିର୍ବାଚନ ରଣନୀତି ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରୁଛି ଦଳ । ଦଳୀୟ ନେତାଙ୍କୁ ଧରି ଘନଘନ ବୈଠକ କରୁଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.