ଚେନ୍ନାଇ: ଖାଦ୍ୟ ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀକୁ ‘PRIYA FOODS’ ରପ୍ତାନୀ କ୍ଷେତ୍ରରେ ସଫଳତା ପାଇଁ ମିଳିଲା ସିଲଭର ଆଓ୍ବାର୍ଡ । ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ରପ୍ତାନି ସଂଗଠନ (FIEO) ଦ୍ୱାରା ଆୟୋଜିତ ସାଉଥ୍ ରିଜିଅନ୍ ରପ୍ତାନି ଉତ୍କର୍ଷ ପୁରସ୍କାର ସମାରୋହରେ ପ୍ରିୟା ଫୁଡ୍ସକୁ ଷ୍ଟାର ରପ୍ତାନି ପାଇଁ ସିଲଭର ଆୱାର୍ଡ ମିଳିଛି ।
![ରପ୍ତାନୀ କ୍ଷେତ୍ରରେ PRIYA FOODSକୁ ସିଲଭର ଆଓ୍ବାର୍ଡ](https://etvbharatimages.akamaized.net/etvbharat/prod-images/15258811_301_15258811_1652284722990.png)
ଚେନ୍ନାଇର କ୍ରାଉନ୍ ପ୍ଲାଜା ଅଦ୍ୟାର ପାର୍କ ହୋଟେଲରେ ଫେଡେରେସନ୍ ଅଫ୍ ଇଣ୍ଡିଆନ ଏକ୍ସପର୍ଟ କମ୍ପାନୀର ସାଉଥ୍ ରିଜିଅନ୍ ପାଇଁ ଏକ୍ସପର୍ଟ ଏକ୍ସିଲେନ୍ସି ଆଓ୍ବାର୍ଡ ସେରିମନି ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମୁଖ୍ୟ ଅତିଥି ଭାବେ ସାମିଲ ହୋଇ ପୁରସ୍କାର ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଗ୍ରାମୀଣ ଶିଳ୍ପ, କୁଟୀର ଶିଳ୍ପ, କ୍ଷୁଦ୍ର ଶିଳ୍ପ, ସ୍ଲମ କ୍ଲିୟରାନ୍ସ ବୋର୍ଡ ମନ୍ତ୍ରୀ ଟି.ଏମ ଅନବରସାନ ମଧ୍ୟ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ PRIYA FOODSର କର୍ତ୍ତୃପକ୍ଷ ମଧ୍ୟ ଅଂଶଗ୍ରହଣ କରିଥିଲେ । ସଂସ୍ଥାର ସିନିୟର ମ୍ୟାନେଜର ବୀରମଚାନେନି କୃଷ୍ଣଚାନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଠାରୁ ଏହି ଆଓ୍ବାର୍ଡ ଗ୍ରହଣ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ