ETV Bharat / bharat

Heeraba: ଶତାୟୁ ହୀରାବେନ, ଜିଉଁଥିଲେ ସ୍ବାସ୍ଥ୍ୟକର-ସାଧାରଣ-ଧାର୍ମିକ ଜୀବନ

author img

By

Published : Dec 30, 2022, 5:11 PM IST

ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଆ ଥିଲେ ଶତାୟୁ (Heeraben Modi) । ସେ ସ୍ବାସ୍ଥ୍ୟକର-ସାଧାରଣ-ଧାର୍ମିକ ଜୀବନ ଜିଉଁଥିଲେ । ତାଙ୍କ ଜୀବନଶୈଳୀ ଆଜିର ଯୁବପିଢିଙ୍କ ପାଇଁ ନିଶ୍ଚିତ ଏକ ଉଦାହରଣ । ସୁସ୍ଥ ଓ ନିରୋଗୀ ଜୀବନ ଜିଉଁଥିଲେ ହୀରାବେନ । ଆଜି ୧୦୦ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଥିବା ବେଳେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି ରୋଚକ ତଥ୍ୟ । ଅଧିକ ପଢନ୍ତୁ

Heeraben
Heeraben

ଅହମ୍ମଦାବାଦ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ (୧୯୨୨-୨୦୨୨)ଙ୍କ ୧୦୦ବର୍ଷ ବୟସରେ ଦେହାନ୍ତ ଘଟିଛି । ଶତାୟୁ ହୀରାବେନ (Heeraben Modi)ଙ୍କ ଜୀବନଶୈଳୀ ଆଜିର ଯୁବପିଢିଙ୍କ ପାଇଁ ଉଦାହରଣ ନିଶ୍ଚିତ । ହୀରାବେନ ଯିଏକି ହୀରାବା ନାମରେ ବେଶ ଜଣାଶୁଣା । ସେ ସ୍ବାସ୍ଥ୍ୟକର ସାଧାରଣ ଓ ଧାର୍ମିକ ଜୀବନ ଜିଉଁଥିଲେ । ଏହାସହ ସବୁବେଳେ ଗୋଟିଏ ସମୟରେ ନିଜ ଖାଦ୍ୟ ଗ୍ରହଣ କରୁଥିଲେ । ଯାହାକି ତାଙ୍କୁ ଶତାୟୁ କରିଥିଲା ।

Heeraben
ମାଆଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି

ହୀରାବେନଙ୍କ ସମ୍ପର୍କରେ...

ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନ ୫ ପୁଅ ଓ ଜଣେ ଝିଅଙ୍କ ସହ ରହୁଥିଲେ । ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ୪ର୍ଥ ପୁତ୍ର । ସେ ସାନପୁଅ ପଙ୍କଜ ମୋଦିଙ୍କ ସହିତ ଗାନ୍ଧୀନଗରରେ ଥିବା ପୈତୃକ ସ୍ଥାନରେ ରହୁଥିଲେ । ସେ ୧୯୨୨ ମସିହା ଜୁନ ୧୮ତାରିଖରେ ଜନ୍ମଗ୍ରହଣ କରିଥିବା ବେଳେ ଆଜି ତାଙ୍କର ଦେହାନ୍ତ ଘଟିଛି । ଗତକାଲି ଅହମ୍ମଦାବାଦ ହସ୍ପିଟାଲରେ ତାଙ୍କର ଚିକିତ୍ସା ଥିବା ବେଳେ ଆଜି ତାଙ୍କର ଦେହାନ୍ତ ଘଟିଛି । ସାଧାରଣ ଜୀବନ ଜିଉଁଥିବା ହୀରାବେନ ପ୍ରତିଦିନ ସକାଳୁ ଉଠୁଥିଲେ । ପ୍ରତିଦିନ ଗାଧୋଇବା ପରେ ସେ ପୂଜା କରୁଥିଲେ ।

Heeraben
ସର୍ବଦା ଦେଖୁଥିଲେ ସମାଚାର

ମୋଦିଙ୍କ ସାନଭାଇ ପଙ୍କଜ ମୋଦି ନିଜ ମାଆଙ୍କ କିଛି ସ୍ନେହଭରା ସ୍ମୃତିକୁ ସ୍ମରଣ କରି କହିଛନ୍ତି, "ମୋ ମାଆ ଜଣେ ଧାର୍ମିକ ମହିଳା ଥିଲେ (Heeraben Modi was a highly religious woman ) । ସେ ସବୁବେଳେ ଭୋର ସକାଳୁ ଉଠୁଥିଲେ । ପ୍ରତିଦିନ ସେ ମନ୍ତ୍ର ଉଚାରଣ କରିବା ସହ ପୂଜା କରୁଥିଲେ । ଏହାସହିତ ଧାର୍ମିକ କଥାବସ୍ତୁକୁ ସେ ଛୋଟଛୋଟ ପିଲାଙ୍କୁ କହୁଥିଲେ । ମୋ ମାଆ ସୁସ୍ଥ ଓ ନିରୋଗୀ ଜୀବନ ଜିଉଁଥିଲେ । ସେ କେବେ ହେଲେ ଔଷଧ ସେବନ କରୁନଥିବା ସହ ପରିଣତ ବୟସରେ ମଧ୍ୟ ତାଙ୍କର ସ୍ମୃତିଶକ୍ତି ପ୍ରଖର ଥିଲା । ସେ ସର୍ବଦା ଘରୋଇ ଖାଦ୍ୟ ଖାଇବାକୁ ପସନ୍ଦ କରିବା ସହ ପ୍ରତିଦିନ ସକାଳ ଭୋଜନ କରୁଥିଲେ । ଏହାସହ ପ୍ରତିଦିନ ସମୟ ଅନୁସାରେ ପ୍ରାତଃ ଭୋଜନ, ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ କରୁଥିଲେ ।"

Heeraben
ମୋଦି ଓ ମାଆ ହୀରାବେନଙ୍କ ସ୍ନେହଭରା ଦୃଶ୍ୟ

ଏହା ବି ପଢନ୍ତୁ- ପଞ୍ଚଭୂତରେ ବିଲୀନ ହେଲେ ହୀରାବେନ, ଭାଇଙ୍କ ସହ ମୁଖାଗ୍ନି ଦେଲେ ମୋଦି

ଖାଲି ସେତିକି ନୁହେଁ ଦୁନିଆରେ କଣ ଘଟୁଛି ସେ ସମ୍ପର୍କରେ ଜାଣିବା ଲାଗି ସର୍ବଦା ହୀରାବେନଙ୍କ ଆଗ୍ରହ ରହୁଥିଲା । ସେ ନିଜ ନିତ୍ୟକର୍ମ ଶେଷ କରିବା ପରେ ଟେଲିଭିଜନ ଆଗରେ ବସି ସମାଚାର ଦେଖୁଥିଲେ ବୋଲି କହିଛନ୍ତି ପଙ୍କଜ । ହୀରାବେନ ମୋଦି ଦାମୋଦରଦାସ ମୁଲଚାନ୍ଦ ମୋଦିଙ୍କୁ ବିବାହ କରିଥିଲେ । ତାଙ୍କ ଶାଶୁଘର ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ଘର ଥିଲା ଗୁଜୁରାଟ ମେହସାନା ଜିଲ୍ଲାର ଭଦାନଗର ଅଞ୍ଚଳରେ । ହୀରାବେନ ଏଠାରେ ନିଜ ସଂସାର ସହିତ ବସବାସ କରୁଥିଲେ । ହୀରାବେନଙ୍କ ବଡ଼ପୁଅ ସୋମଭାଇ ମୋଦି ଗୁଜୁରାଟ ସ୍ବାସ୍ଥ୍ୟ ବିଭାଗରେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ଭାବେ କାର୍ଯ୍ୟ କରି ଏବେ ଅବସର ନେଇଛନ୍ତି ।

Heeraben
ସପରିବାର ସହ ହୀରାବେନ

ଦ୍ବିତୀୟ ପୁଅ ଅମ୍ରିତ ମୋଦି ଜଣେ ମେସିନ ଅପରେଟର, ତୃତୀୟ ପୁଅ ପ୍ରହ୍ଲାଦ ମୋଦି ଜଣେ ଶସ୍ୟ ବ୍ୟବସାୟୀ ଥିବାବେଳେ ଚତୁର୍ଥ ପୁଅ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ( Prime Minister of India Narendra Modi) । ତାଙ୍କ ସାନପୁଅ ତଥା ୫ମ ନଂ ପୁଅ ପଙ୍କଜ ମୋଦି ଗୁଜୁରାଟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଜଣେ ଅଧିକାରୀ ଭାବେ କାର୍ଯ୍ୟରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.