ETV Bharat / bharat

କାଲି ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଠାରୁ ଦୁଇ ଦିନିଆ ଉତ୍ତର ପ୍ରଦେଶ ବାରଣାସୀ ଓ ନିଜ ଗୃହରାଜ୍ୟ ଗୁଜୁରାଟ ଗସ୍ତରେ ଯିବେ । ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ସୁରତ ଅନ୍ତର୍ଜାତୀୟ ବିମାନବନ୍ଦର ନୂତନ ସମନ୍ବିତ ରହଣୀସ୍ଥଳ ଭବନର ଉଦଘାଟନ କରିବେ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 16, 2023, 10:22 PM IST

ଆସନ୍ତାକାଲି ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଠାରୁ ଦୁଇ ଦିନିଆ ଉତ୍ତର ପ୍ରଦେଶ ବାରଣାସୀ ଓ ନିଜ ଗୃହରାଜ୍ୟ ଗୁଜୁରାଟ ଗସ୍ତରେ ଯିବେ । ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ସୁରତ ଅନ୍ତର୍ଜାତୀୟ ବିମାନବନ୍ଦର ନୂତନ ସମନ୍ବିତ ରହଣୀସ୍ଥଳ ଭବନର ଉଦଘାଟନ କରିବେ । ପୂର୍ବାହ୍ନ ପ୍ରାୟ ୧୧ଟା ୪୫ ମିନିଟରେ ସୁରତ ହୀରା ଏକ୍ସଚେଞ୍ଜକୁ ଉଦଘାଟନ କରିବେ । ପରେ ମୋଦି ନିଜ ଗୃହରାଜ୍ୟରୁ ବିଦାୟ ନେଇ ନିଜ ସଂସଦୀୟ କ୍ଷେତ୍ର ବାରାଣାସୀ ଗସ୍ତ କରିବେ । ଅପରାହ୍ନ ପ୍ରାୟ ୩ ଟା ୩୦ ମିନିଟରେ ବାରଣାସୀରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗେ ସାମିଲ ହେବେ। ପରେ ସଂଧ୍ୟା ୫ଟା ୧୫ ରେ ନମୋ ଘାଟଠାରେ କାଶୀ ମନ୍ଦିର ସଙ୍ଗମ ୨୦୨୩କୁ ଉଦଘାଟନ କରିବେ ।

ଅଧିକ ପଢନ୍ତୁ- ବଦଳିବ ବାରଣାସୀର ରୂପରେଖ, ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କଲେ ମୋଦି

ସୁରତରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ:- ପ୍ରଧାନମନ୍ତ୍ରୀ ମୋଦି ସୁରତ ବିମାନ ବନ୍ଦରର ନୂତନ ସମନ୍ବିତ ରହଣୀସ୍ଥଳ ଭବନର ଉଦଘାଟନ କରିବେ। ଏହି ରହଣୀସ୍ଥଳ ଭବନ ୧୨ଶହ ଘରୋଇ ଯାତ୍ରୀ ଓ ୬୦୦ ଆନ୍ତର୍ଜାତିକ ଯାତ୍ରୀଙ୍କୁ ଅତ୍ୟନ୍ତ ବ୍ୟସ୍ତ ବହୁଳ ସମୟରେ ମଧ୍ୟ ବିମାନ ବନ୍ଦରରେ ଯାତାୟତ ସୁବିଧା ପ୍ରଦାନ କରିବ । ଏହା ଫଳରେ ଏହାର ଯାତ୍ରୀ ଆଗମନ ସାମର୍ଥ୍ୟ ୫୫ଲକ୍ଷ ଛୁଇଁବାର ଅନୁମାନ କରାଯାଉଛି । ରହଣିସ୍ଥଳ ଭବନ ସୁରତ ନଗରୀର ପ୍ରବେଶ ଦ୍ବାରା ହୋଇଥିବାବେଳେ, ଏହାର ସ୍ଥାନୀୟ ସଂସ୍କୃତିକୁ ଆଧାର କରି ପର୍ଯ୍ୟଟକ ମାନଙ୍କ ନିମନ୍ତେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ । ଏହି ଉନ୍ନିତକରଣ ପ୍ରତୀକ୍ଷା ଗୃହ ଯାତ୍ରୀମାନଙ୍କ ଅଭିଜ୍ଞତାକୁ ସମୃଦ୍ଧ କରିବା ସହ ରଣ୍ଡେର ଅଞ୍ଚଳର ପ୍ରାଚୀନ ଗୃହ ଗୁଡିକର କାଠ ଖୋଦେଇ କାର୍ଯ୍ୟ ସହ ଦର୍ଶକଙ୍କୁ ପରିଚିତ କରାଇବ । ବିମାନ ବନ୍ଦରର ନୂତନ ରହଣୀସ୍ଥଳ ଭବନରେ ଏକାଧିକ ଆଧୁନିକ ସୁବିଧା ସୁଯୋଗ ରହିଛି । ଏହାଛଡା ସୌର ଶକ୍ତି ଦ୍ବାରା ବିମାନ ବନ୍ଦର ପରିଚାଳନା ପାଇଁ ବ୍ୟବସ୍ଥା ହୋଇଛି ।

ଏତତ ବ୍ୟତୀତ ଦ୍ବିତୀୟ କାର୍ଯ୍ୟକ୍ରମ ଭାବେ ସୁରତରେ ପ୍ରଧାନମନ୍ତ୍ରୀ ମୋଦି ହୀରା ଏକ୍ସଚେଞ୍ଜକୁ ଉଦଘାଟନ କରିବେ । ଅନ୍ତର୍ଜାତିକ ହୀରା ଓ ଅଳଙ୍କାର ବ୍ୟବସାୟର ଏହା ବିଶ୍ବର ବୃହତ୍ତମ ଓ ଆଧୁନିକ କେନ୍ଦ୍ର ହେବ । ଏହା ଉଭୟ ଖଦଡ ଓ ପଲିସ ହୀରା ଓ ଅଳଙ୍କାରର ବୈଶ୍ବକ ବାଣିଜ୍ୟ କେନ୍ଦ୍ର ହେବ । ଏକ୍ସଚେଞ୍ଜରେ ଅତ୍ୟାଧୁନିକ ‘କଷ୍ଟମ କ୍ଲିୟରିଂ ହାଉସ’ ଆମଦାନୀ ଓ ରପ୍ତାନୀ ନିମନ୍ତେ ରହିବ । ଏଥିରେ ଥିବା ଅଳଙ୍କାର ମଲ ପାଇକାରୀ ଅଳଙ୍କାର ବ୍ୟବସାୟରେ ସହାୟକ ହେବା ସହ ଏଥିରେ ଆନ୍ତର୍ଜାତିକ ବ୍ୟାଙ୍କିଂ ଓ ନିରାପଦ ଭଲ୍ଟର ମଧ୍ୟ ବ୍ୟବସ୍ଥା ରହିବ ।

ବାରାଣାସୀରେ ପ୍ରଧାନମନ୍ତ୍ରୀ:- ସେହିପରି ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବାରାଣାସୀର କଟିଂ ସ୍ମାରକୀ ବିଦ୍ୟାଳୟଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅଂଶଗ୍ରହଣ କରିବେ । ସେଠାରେ ପ୍ରଧାନମନ୍ତ୍ରୀ ପିଏମ ଆବାସ, ପିଏମ ସ୍ବନିଧି, ପିଏମ ଉଜ୍ଜଳା ଭଳି କେତେକ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ ମତ ବିନିମୟ କରିବେ । ପରେ ପ୍ରଧାନମନ୍ତ୍ରୀ ନମୋ ଘାଟଠାରେ କାଶୀ-ତାମିଲ ସଙ୍ଗମମ ୨୦୨୩କୁ ଉଦଘାଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କନ୍ୟାକୁମାରୀ-ବାରାଣାସୀ ତାମିଲ ସଙ୍ଗମମ ଟ୍ରେନର ପତାକା ଦେଖାଇ ଶୁଭାରମ୍ଭ କରିବେ । ଡିସେମ୍ବର ୧୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ବାରାଣାସୀର ଉମରାହା ଠାରେ ନବନିର୍ମିତ ସ୍ବରଭେଦ ମହାମନ୍ଦିର ଉଦଘାଟନ କରିବେ । ଏହି ଅବସରରେ ସେ ମହାମନ୍ଦିରରେ ଭକ୍ତମାନଙ୍କୁ ମଧ୍ୟ ସମ୍ବୋଧିତ କରିବେ । ପରେ ପ୍ରଧାନମନ୍ତ୍ରୀ ନିଜ ସଂସଦୀୟ କ୍ଷେତ୍ରରେ ଏକ ଗ୍ରାମୀଣ ଅଞ୍ଚଳ ସେବାପୁରୀଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅଂଶଗ୍ରହଣ କରିବେ । କାଶୀ ସଂସଦ ଖେଳ ପ୍ରତିଯୋଗିତା ୨୦୨୩ର କେତେକ ଖେଳ ମଧ୍ୟ ଦେଖିବେ ।

ଅଧିକ ପଢନ୍ତୁ- ନୌସେନା ଦିବସ 2023: ଉନ୍ମୋଚିତ ହେବ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି

ଗତ ନଅବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ବାରାଣାସୀର ଦୃଶ୍ୟପଟର ପରିବର୍ତ୍ତନ ସହ ସେଠାକାର ବାସିନ୍ଦାମାନଙ୍କ ଜୀବନମାନର ଉନ୍ନତି ନେଇ ମଧ୍ୟ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆସିଛନ୍ତି । ଏ ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ବରୂପ ପ୍ରଧାନମନ୍ତ୍ରୀ ୧୯ ହଜାର ୧୫୦ କୋଟି ଟଙ୍କାର କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ।

ପ୍ରଧାନମନ୍ତ୍ରୀ ନୂତନ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ନଗର ନ୍ୟୁ ବାହୁପୁର ଉତ୍ସର୍ଗୀକୃତ ମାଲବାହୀ କରିଡର ପ୍ରକଳ୍ପର ଉଦଘାଟନ କରିବେ । ପ୍ରାୟ ୧୦ ହଜାର ୯୦୦ କୋଟି ଟଙ୍କା ବ୍ୟୟରେ ଏହା ନିର୍ମିତ ହୋଇଛି । ଏହାଛଡା ବାଲିଆ-ଗାଜିପୁର ସିଟି ରେଳପଥ ଦୋହରୀକରଣ ପ୍ରକଳ୍ପ, ଇନ୍ଦ୍ର-ଦୋହାରୀଘାଟ ରେଳପଥ ପ୍ରଶସ୍ତିକରଣ ପ୍ରକଳ୍ପ ମଧ୍ୟ ଉଦଘାଟିତ ହେବାର କାର୍ଯ୍ୟକ୍ରମ ରହିଛି । ଏତତ ବ୍ୟତୀତ ବାରାଣାସୀ-ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ, ଦୋହରୀଘାଟ-ମାଉ ମେମୁ ଟ୍ରେନ ଓ ଆଉ କେତେକ ମାଲବାହୀ ଟ୍ରେନକୁ ମାଲ ପରିବହନ କରିଡର ଠାରେ ପତାକା ଦେଖାଇ ଶୁଭାରମ୍ଭ କରିବେ । ବନାରସ ଲୋକୋମୋଟିଭ ୱାକ୍ସ ଦ୍ବାରା ନିର୍ମିତ ୧୦ହଜାର ତମ ଲୋକୋମୋଟିଭକୁ ଶୁଭାରମ୍ଭ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.