ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଆସନ୍ତାକାଲି ପୂର୍ବାହ୍ନ ୧୦.୩୦ରେ ନୂଆଦିଲ୍ଲୀ ସ୍ଥିତି ପ୍ରଗତି ମଇଦାନର ସମନ୍ୱିତ ଟ୍ରାଞ୍ଜିଟ କରିଡର ପ୍ରକଳ୍ପ ( Pragati Maidan Integrated Transit Corridor project ) ର ମୁଖ୍ୟ ଟନେଲ ଉଦଘାଟନ କରିବେ । ଏହାସହ ପାଞ୍ଚଟି ଭୂତଳରାସ୍ତା ମଧ୍ୟ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ମଧ୍ୟ ସମ୍ବୋଧିତ କରିବେ । ସମନ୍ୱିତ ଟ୍ରାଞ୍ଜିଟ କରିଡର ପ୍ରକଳ୍ପ ହେଉଛି ପ୍ରଗତି ମଇଦାନ ପୁନଃ ର୍ନିମାଣ ପ୍ରକଳ୍ପର ଏକ ଅଂଶବିଶେଷ ।
-
PM Modi will dedicate to the nation the main tunnel and five underpasses of Pragati Maidan Integrated Transit Corridor Project on 19th June at 10:30 am, under Pragati Maidan Redevelopment Project. He will also address the gathering on the occasion: PMO pic.twitter.com/ZBYLNDGvev
— ANI (@ANI) June 17, 2022 " class="align-text-top noRightClick twitterSection" data="
">PM Modi will dedicate to the nation the main tunnel and five underpasses of Pragati Maidan Integrated Transit Corridor Project on 19th June at 10:30 am, under Pragati Maidan Redevelopment Project. He will also address the gathering on the occasion: PMO pic.twitter.com/ZBYLNDGvev
— ANI (@ANI) June 17, 2022PM Modi will dedicate to the nation the main tunnel and five underpasses of Pragati Maidan Integrated Transit Corridor Project on 19th June at 10:30 am, under Pragati Maidan Redevelopment Project. He will also address the gathering on the occasion: PMO pic.twitter.com/ZBYLNDGvev
— ANI (@ANI) June 17, 2022
ପ୍ରଗତି ମଇଦାନ ସମନ୍ୱିତ ଟ୍ରାଞ୍ଜିଟ କରିଡର ପ୍ରକଳ୍ପ ୯୨୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ର୍ନିମାଣ କରାଯାଇଛି । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁଦାନ ପ୍ରାପ୍ତ । ପ୍ରଗତି ମଇଦାନରେ ବିକଶିତ ହେଉଥିବା ନୂତନ ବିଶ୍ୱସ୍ତରୀୟ ପ୍ରଦର୍ଶନୀ ଏବଂ ସମ୍ମିଳନୀ କକ୍ଷକୁ ବାଧା ମୁକ୍ତ ଏବଂ ସହଜ ଯାତାୟାତ ପାଇଁ ଏହା ଲକ୍ଷ୍ୟ ରଖାଯାଇଛି । ଯାହା ଦ୍ୱାରା ପ୍ରଗତି ମଇଦାନରେ ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଦର୍ଶକ ଏବଂ ପରିଦର୍ଶକଙ୍କ ଅଂଶଗ୍ରହଣ ସହଜ ହୋଇପାରିବ । ଏହି ପ୍ରକଳ୍ପର ପ୍ରଭାବ ପ୍ରଗତି ମଇଦାନଠାରୁ ବହୁ ଆଗରେ ରହିବ । କାରଣ ଏହା ସହଜ ଯାନବାହନ ଚଳାଚଳକୁ ସୁନିଶ୍ଚିତ କରିବ ।
ଏହି ମୁଖ୍ୟ ଟନେଲ ରିଙ୍ଗ ରୋଡ ସହିତ ପ୍ରଗତି ମଇଦାନ ଦେଇ ଯାଉଥିବା ପୁରାଣ କିଲା ରୋଡ ଦେଇ ଇଣ୍ଡିଆ ଗେଟ ସହିତ ସଂଯୋଗ କରୁଛି । ଛଅ ଲେନ ବିଭାଜିତ ଟନେଲର ପ୍ରଗତି ମଇଦାନରେ ବିଶାଳ ଭୂତଳ ପାର୍କିଂକୁ ଅନ୍ତର୍ଭୁକ୍ତ କରିବା ସହିତ ଏକାଧିକ ଉଦ୍ଦେଶ୍ୟକୁ ସାଧିତ କରିବ । ଟନେଲର ଏକ ଅନନ୍ୟ ବିଶେଷତ୍ୱ ହେଉଛି ପାର୍କିଂ ସ୍ଥଳର ଉଭୟ ପାଶ୍ୱର୍ରୁ ଯାତାୟାତକୁ ସୁଗମ କରିବା ପାଇଁ ମୁଖ୍ୟ ଟନେଲ ରାସ୍ତା ତଳେ ଦୁଇଟି କ୍ରସ ଟନେଲ ନିର୍ମାଣ କରାଯାଇଛି ।
ସହଜ ଯାତାୟତ ପାଇଁ ପାଇଁ ସ୍ମାର୍ଟ ଅଗ୍ନି ନିର୍ବାପକ ପରିଚାଳନା, ଆଧୁନିକ ବାୟୁ ଚଳାଚଳ ଏବଂ ସ୍ୱୟଂଚାଳିତ ଡ୍ରେନେଜ, ଡିଜିଟାଲ ନିୟନ୍ତ୍ରିତ ସିସିଟିଭି ଏବଂ ଟନେଲ ଭିତରେ ସର୍ବସାଧାରଣ ଘୋଷଣା ପ୍ରଣାଳୀ ଭଳି ଅତ୍ୟାଧୁନିକ ବିଶ୍ୱ ମାନର ସୁବିଧା ସହିତ ଏହା ସୁସଜ୍ଜିତ । ବହୁ ପ୍ରତୀକ୍ଷିତ ଏହି ଟନେଲ ଭୈରୋଁ ମାର୍ଗ ପାଇଁ ଏକ ବିକଳ୍ପ ମାର୍ଗ ଭାବରେ କାର୍ଯ୍ୟ କରିବ, ଯାହା ଏହାର ପରିବହନ କ୍ଷମତାଠାରୁ ଅଧିକ ଚାଲିଥାଏ ।
ଏହି ଟନେଲ ସହିତ ଛଅଟି ଭୂତଳ ରାସ୍ତା ରହିବ - ମଥୁରା ରୋଡରେ ଚାରିଟି, ଭୈରୋଁ ମାର୍ଗରେ ଗୋଟିଏ ଏବଂ ରିଙ୍ଗ ରୋଡ ଏବଂ ଭୈରୋଁ ମାର୍ଗ ଛକରେ ଗୋଟିଏ ରହିଛି ।