ETV Bharat / bharat

ଜମ୍ମୁ କାଶ୍ମୀରବାସୀଙ୍କୁ ମିଳିବ 5 ଲକ୍ଷ ପର୍ଯ୍ୟନ୍ତ ବୀମା ସୁରକ୍ଷା, ମୋଦି ଲଞ୍ଚ କରିବେ PMJAY-SEHAT

author img

By

Published : Dec 24, 2020, 9:35 PM IST

ଆସନ୍ତା ଡିସେମ୍ବାର 26 ଅର୍ଥାତ ଶନିବାର ଆୟୁଷ୍ମାନ ଭାରତର ପିଏମ ଜୟ ସେହତ (PM JAY SEHAT)ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା କେନ୍ଦ୍ରଶାସିତ ଅଞ୍ଚଳର ଏକ ନୂଆ ସ୍ବାସ୍ଥ୍ୟବୀମା ଯୋଜନା । ଅଧିକ ପଢନ୍ତୁ...

ଜମ୍ମୁ କାଶ୍ମୀରବାସୀଙ୍କୁ ମିଳିବ 5 ଲକ୍ଷ ପର୍ଯ୍ୟନ୍ତ ବୀମା ସୁରକ୍ଷା, ପ୍ରଧାନମନ୍ତ୍ରୀ ଲଞ୍ଚ କରିବେ PMJAY-SEHAT

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ସ୍ବାସ୍ଥ୍ୟବୀମା ସୁରକ୍ଷାରେ ସାମିଲ ହୋଇପାରିନଥିବା ଜମ୍ମୁ କାଶ୍ମୀରକୁ ମିଳିବାକୁ ଯାଉଛି ନୂଆ ଯୋଜନାର ଲାଭ । ଆସନ୍ତା ଡିସେମ୍ବାର 26 ଅର୍ଥାତ ଶନିବାର ଆୟୁଷ୍ମାନ ଭାରତର ପିଏମ ଜୟ ସେହତ (PM JAY SEHAT)ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜମ୍ମୁ କାଶ୍ମୀର ଅଧିବାସୀଙ୍କୁ ଭିଡିଓ କନଫରେନ୍ସ ଯୋଗେଁ ଯୋଜନାର ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ।

ଜମ୍ମୁ କାଶ୍ମୀରର ସୂଚନା ଓ ଜନସମ୍ପର୍କ ବିଭାଗ ଅନୁଯାୟୀ ସେହତ ଯୋଜନାର ଅର୍ଥ ହେଉଛି ସୋସିଆଲ ଏଣ୍ଡେଭର ଫର ହେଲ୍‌ଥ ଆଣ୍ଡ୍‌ ଟେଲିମେଡିସିନ (Social Endeavour for Health and Telemedicine) । ଏହା କେନ୍ଦ୍ରଶାସିତ ଅଞ୍ଚଳର ଏକ ନୂଆ ସ୍ବାସ୍ଥ୍ୟବୀମା ଯୋଜନା । ବିଭାଗ ପକ୍ଷରୁ ରାଜ୍ୟ ପାଇଁ ଏହାକୁ ଐତିହାସିକ କ୍ଷଣ ବୋଲି କୁହାଯାଇଛି ।

ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି, କେନ୍ଦ୍ରଶାସିତ ଅଞ୍ଚଳରେ ରହୁଥିବା ସମସ୍ତ ଅଧିବାସୀଙ୍କୁ 5 ଲକ୍ଷ ପର୍ଯ୍ୟନ୍ତ ମାଗଣା ସ୍ବାସ୍ଥ୍ୟବୀମା ମିଳିବ । ଜମ୍ମୁ କାଶ୍ମୀର ପାଇଁ ଏହା ଐତିହାସିକ କ୍ଷଣ । ସେହିପରି ପରିଚାଳନା ବିସ୍ତାର ପାଇଁ ଅତିରିକ୍ତ ପରିବାରଙ୍କୁ ପାଖାପାଖି 15 ଲକ୍ଷ ଟଙ୍କା ଅଧିକ ମିଳିବ । ଏହି ଯୋଜନା ପିଏମ ଜୟ ସହିତ ବୀମା ମୋଡରେ କାର୍ଯ୍ୟ କରିବ । ଏହି ଯୋଜନାର ଲାଭ ସମ୍ପୂର୍ଣ୍ଣ ଦେଶରେ ମିଳିବ । ଏହାସହ ପିଏମ ଜୟ ଯୋଜନା ଅନ୍ତର୍ଗତ ଥିବା ସମସ୍ତ ହସ୍ପିଟାଲରେ ଏହି ଯୋଜନାର ସୁବିଧା ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.