ETV Bharat / bharat

ରାଜକୋଟରେ ଏମ୍ସର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୋଦି

ଗୁଜୁରାଟର ରାଜକୋଟରେ ଭିଡିଓ କନଫରେନ୍ସି ଜରିଆରେ ଏମ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

author img

By

Published : Dec 31, 2020, 1:04 PM IST

ରାଜକୋଟରେ ଏମ୍ସର ଭିତ୍ତିପ୍ରସ୍ତର ସ୍ଥାପନ
ରାଜକୋଟରେ ଏମ୍ସର ଭିତ୍ତିପ୍ରସ୍ତର ସ୍ଥାପନ

ନୂଆଦିଲ୍ଲୀ: ଗୁଜୁରାଟର ରାଜକୋଟରେ ଏମ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସି ଜରିଆରେ କଲେ କାର୍ଯ୍ୟକ୍ରମର ଶୁଭାରମ୍ଭ ।

ସ୍ବାସ୍ଥ୍ୟ ହିଁ ସମ୍ପଦ, ଚଳିତ ବର୍ଷଟି ଏହା ଆମକୁ ଭଲ ଭାବରେ ଶିଖାଇଛି । ଏହି ବର୍ଷ ଆମ ପାଇଁ ଏକ ଚ୍ୟାଲେଞ୍ଜ ଭାବରେ ଉଭା ହୋଇଛି । ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବାକୁ ଆମେ ସର୍ବଦା ପ୍ରସ୍ତୁତ ବୋଲି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବର୍ଷର ଶେଷ ଦିନରେ ଭାରତର ସମସ୍ତ ଡାକ୍ତର, ନର୍ସ, ସ୍ବାସ୍ଥ୍ୟ କର୍ମଚାରୀ, ସଫେଇ କର୍ମଚାରୀଙ୍କ ସମେତ କୋରୋନା ଯୋଦ୍ଧାଙ୍କୁ ମନେପକାଇବାର ଦିନ । କର୍ମକ୍ଷେତ୍ରରେ ଯେଉଁମାନେ ନିଜ ଜୀବନକୁ ଆମ ପାଇଁ ବାଜି ଲଗେଇଛନ୍ତି ସେମାନଙ୍କୁ କୋଟି କୋଟି ପ୍ରମାଣ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଯେତେବେଳେ ଯାଏଁ ଔଷଧ ନାହିଁ ସେ ପର୍ଯ୍ୟନ୍ତ କିଛି ବି ଅଣଦେଖା କରାଯିବନାହିଁ ବୋଲି ଏହି ସମାରୋହରେ କହିଛନ୍ତି ମୋଦି । ସମୟ 11ଟାରେ ଭିଡିଓ କନଫରେନ୍ସି ଜରିଆରେ ଭିତ୍ତିପ୍ରସ୍ତରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ସୂଚନାଥାଉକି,ଏହି ମେଡିକାଲ ନିର୍ମାଣ ପାଇଁ 201 ଏକର ଜମି ଅଧିଗ୍ରହଣ ହୋଇଛି । ଏହି ପ୍ରକଳ୍ପ ନିର୍ମାଣ ପାଇଁ 1195 କୋଟି ବ୍ୟୟ ଅଟକଳ ହୋଇଛି । ଏହାକୁ 2022 ମଧ୍ୟ ଭାଗ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହି ହସ୍ପିଟାଲରେ 750 ଆତ୍ୟାଧୁନିକ ଶଯ୍ୟା ବିଶିଷ୍ଟ 30ଟି ଶଯ୍ୟା ବିଶିଷ୍ଟ ଆୟୁଷ ବ୍ଳକ ରହିବ । ଏଥି ସହ 125ଏମବିବିଏସ ସିଟ ସହ 60ଟି ନର୍ସିଂ ସିଟ ରହିବ ବୋଲି ସୂଚନା ମିଳିଛି । ଗୁଜୁରାଟର ସ୍ବାସ୍ଥ୍ୟ ସେବାର ପରିବର୍ତ୍ତନ ଆଣିବା ଏମ୍ସର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମେତ ଗୁଜୁରାଟର ରାଜ୍ୟପାଳ ଆଚ୍ୟାର୍ଯ୍ୟ ଦେବରାତ, ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଓ କେନ୍ଦ୍ର ରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ଅଶ୍ବନୀ କୁମାର ଚୌବେ ପ୍ରମୁଖ ଯୋଗ ଦେଇଛନ୍ତି ।

@ANI

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.