ETV Bharat / bharat

Ujjwala Yojana 2.0: ଏଣିକି ଗ୍ୟାସ ସଂଯୋଗ ପାଇଁ ଆବଶ୍ୟକ ନାହିଁ ଠିକଣା ପ୍ରମାଣପତ୍ର

author img

By

Published : Aug 10, 2021, 4:16 PM IST

Ujjwala Yojana 2.0 ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗ୍ୟାସ କନେକ୍ସନ ପାଇବା ପାଇଁ ଆଉ ପ୍ରମାଣପତ୍ର ଦେଖାଇବାର ଆବଶ୍ୟକତା ନଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

Ujjwala Yojana 2.0: ଏଣିକି ଗ୍ୟାସ ସଂଯୋଗ ପାଇଁ ଆବଶ୍ୟକ ନାହିଁ ଠିକଣା ପ୍ରମାଣପତ୍ର
Ujjwala Yojana 2.0: ଏଣିକି ଗ୍ୟାସ ସଂଯୋଗ ପାଇଁ ଆବଶ୍ୟକ ନାହିଁ ଠିକଣା ପ୍ରମାଣପତ୍ର

ନୂଆଦିଲ୍ଲୀ: ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଉଜ୍ଜ୍ବଳା ଯୋଜନା(Ujjwala Yojana 2.0) ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଦେଶର ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ଦ୍ବିତୀୟ ପର୍ଯ୍ୟାୟ ଉଜ୍ଜ୍ବଳା ଯୋଜନାରେ ଅନେକ ଭଉଣୀଙ୍କୁ ମାଗଣା ଗ୍ୟାସ ସଂଯୋଗ ଏବଂ ଗ୍ୟାସ ଚୁଲା ମିଳୁଛି । ଏଥିପାଇଁ ହିତାଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

ଆମ ଝିଅମାନେ ଘର ଏବଂ ରୋଷେଇରୁ ବାହାରକୁ ଆସି ରାଷ୍ଟ୍ର ନିର୍ମାଣରେ ସେବାରେ ଯୋଗଦାନ ଦେଇପାରିବେ, ଯେବେ ରୋଷେଇ ସମ୍ବନ୍ଧୀୟ ସମସ୍ୟାର ପ୍ରଥମେ ସମାଧାନ ହେବ । ତେଣୁ ଗତ 6ରୁ 7 ବର୍ଷ ମଧ୍ୟରେ ଏହିପରି ପ୍ରତ୍ୟେକ ସମାଧାନ ପାଇଁ, ଏକ ମିଶନ ମୋଡରେ କାର୍ଯ୍ୟ କରାଯାଇଛି ବୋଲି କହିଛନ୍ତି ମୋଦି ।

ଉଜ୍ଜ୍ବଳା ଯୋଜନା ଭଉଣୀମାନଙ୍କର ସ୍ବାସ୍ଥ୍ୟ, ସୁବିଧା ଏବଂ ସଶକ୍ତିକରଣର ଏହି ସଂକଳ୍ପକୁ ଅଧିକ ଗୁରୁତ୍ବ ଦେଇଛି । ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ 8 କୋଟି ଗରିବ, ଦଳିତ, ବଞ୍ଚିତ, ପଛୁଆ, ଆଦିବାସୀ ପରିବାରକୁ ମାଗଣା ଗ୍ୟାସ ସଂଯୋଗ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ 2 କୋଟିରୁ ଅଧିକ ଗରିବଙ୍କ ପକ୍କା ଘର ନିର୍ମାଣ କରାଯାଇଛି। ଏହି ଘରଗୁଡିକର ଅଧିକାଂଶ ମାଲିକାନା ଅଧିକାର ମହିଳାମାନଙ୍କ ପାଖରେ ରହିଛି | ଆମେ ହଜାର ହଜାର କିଲୋମିଟର ଗ୍ରାମୀଣ ରାସ୍ତା ନିର୍ମାଣ କରିଥିଲୁ, ତା’ପରେ ପ୍ରାୟ 3 କୋଟି ଗରିବ ପରିବାରକୁ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ବିଭିନ୍ନ ରାଜ୍ୟର ଲୋକେ ଗାଁରୁ ସହରକୁ କାମ କରିବାକୁ ଯାଉଛନ୍ତି, କିନ୍ତୁ ସେଠାରେ ସେମାନେ ପ୍ରମାଣ ପତ୍ର ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଉଜ୍ଜ୍ବଳା 2.0 ଯୋଜନା ଏହିପରି ଲକ୍ଷ ଲକ୍ଷ ପରିବାରକୁ ସର୍ବାଧିକ ଆଶ୍ବସ୍ତି ପ୍ରଦାନ କରିବ। ବର୍ତ୍ତମାନ ଶ୍ରମିକମାନେ ଠିକଣାର ପ୍ରମାଣପତ୍ର ପାଇଁ ଏଣେତେଣେ ସରକାରୀ ଅଫିସ ବୁଲୁଛନ୍ତି । ଏହାର ଆଉ ଆବଶ୍ୟକତା ନାହିଁ । କାରଣ ପ୍ରବାସୀଙ୍କ ସଚ୍ଚୋଟତା ଉପରେ ସରକାରଙ୍କର ସମ୍ପୂର୍ଣ୍ଣ ବିଶ୍ବାସ ଅଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.