ETV Bharat / bharat

ଗୁଜୁରାଟ ତ୍ରିମନ୍ଦିରରେ Mission Schools of Excellence ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

author img

By

Published : Oct 19, 2022, 10:17 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜୁରାଟର ଅଦାଲାଜ (Adalaj) ସ୍ଥିତ ତ୍ରିମନ୍ଦିର ଠାରେ ମିସନ ସ୍କୁଲ୍ସ ଅଫ ଏକ୍ସଲେନ୍ସର ଶୁଭାରମ୍ଭ (Prime Minister Narendra Modi launched Mission Schools of Excellence ) କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜୁରାଟର ଅଦାଲାଜ (Adalaj) ସ୍ଥିତ ତ୍ରିମନ୍ଦିର ଠାରେ ମିସନ ସ୍କୁଲ୍ସ ଅଫ ଏକ୍ସଲେନ୍ସର ଶୁଭାରମ୍ଭ ( Prime Minister Narendra Modi launched Mission Schools of Excellence ) କରିଛନ୍ତି । ଏହି ମିଶନର ପରିକଳ୍ପନା ମୋଟ ୧୦,୦୦୦ କୋଟି ଟଙ୍କା ବ୍ୟୟକୁ ନେଇ କରାଯାଇଛି । ତ୍ରିମନ୍ଦିର ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପ୍ରାୟ ୪୨୬୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଗୁଡିକର ମଧ୍ୟ ଶୁଭାରମ୍ଭ କରିଥିଲେ । ଏହି ମିଶନ ଗୁଜୁରାଟରେ ନୂତନ ଶ୍ରେଣୀ ଗୃହ, ସ୍ମାର୍ଟ ଶ୍ରେଣୀ ଗୃହ, କମ୍ପ୍ୟୁଟର ଲ୍ୟାବ ସ୍ଥାପନ କରି ଏବଂ ରାଜ୍ୟର ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମିର ସାମଗ୍ରିକ ଉନ୍ନୟନ ଦ୍ୱାରା ଶିକ୍ଷା ଭିତ୍ତିଭୂମିକୁ ମଜବୁତ କରିବାରେ ସାହାଯ୍ୟ କରିବ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଗୁଜରାଟ ଅମୃତ କାଳ ନିମନ୍ତେ ଅମୃତ ସୃଷ୍ଟି ଦିଗରେ ଏକ ସ୍ମରଣୀୟ ପଦକ୍ଷେପ ନେଉଛି । ଏହି ଅବସର ଏକ ବିକଶିତ ଭାରତ ଏବଂ ଏକ ବିକଶିତ ଗୁଜରାଟ ପାଇଁ ଏକ ମାଇଲ ଖୁଣ୍ଟ ଭାବେ କାର୍ଯ୍ୟ କରିବାକୁ ଯାଉଛି । ମିଶନ ସ୍କୁଲ ଅଫ ଏକ୍ସଲେନ୍ସ ପାଇଁ ସେ ସମସ୍ତ ନାଗରିକ, ଶିକ୍ଷକ, ଯୁବକ ଏବଂ ଗୁଜରାଟର ଆଗାମୀ ପିଢିକୁ ମଧ୍ୟ ଶୁଭେଚ୍ଛା ଜଣାଇ ଥିଲେ ।

ସାମ୍ପ୍ରତିକ ସମୟରେ ୫ଜି ଟେକ୍ନୋଲୋଜିର ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯଦିଓ ଆମେ ପ୍ରଥମରୁ ଆରମ୍ଭ କରି ୪ର୍ଥ ପିଢିର ଇଣ୍ଟରନେଟ ବ୍ୟବହାର କରିଛେ, ୫ଜି ସମଗ୍ର ଭାରତରେ ସେବା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିବ । ପ୍ରତ୍ୟେକ ପିଢ଼ି ସହିତ ଟେକ୍ନୋଲୋଜି ଆମକୁ ଜୀବନର ପ୍ରତ୍ୟେକ ଛୋଟ ଛୋଟ ଦିଗ ସହିତ ମଧ୍ୟ ଯୋଡିଛି । ୫ଜି ଟେକ୍ନୋଲୋଜିର ଦକ୍ଷତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ଶିକ୍ଷା କ୍ଷେତ୍ରକୁ ସ୍ମାର୍ଟ ସୁବିଧା ସୁଯୋଗ ପ୍ରଦାନ, ସ୍ମାର୍ଟ ଶ୍ରେଣୀ ଗୃହ ଏବଂ ସ୍ମାର୍ଟ ପ୍ରଣାଳୀରେ ଶିକ୍ଷା ପ୍ରଦାନ ଠାରୁ ବହୁତ ଆଗକୁ ଏବଂ ପରବର୍ତ୍ତୀ ସ୍ତରକୁ ନେଇଯିବ । ସେ ଆହୁରି ମଧ୍ୟ କହିଥିଲେ ଯେ, ଆମର ଛାତ୍ରଛାତ୍ରୀମାନେ ବର୍ତ୍ତମାନ ଆଭାସୀ ବାସ୍ତବତାର ଶକ୍ତି ଏବଂ ବିଦ୍ୟାଳୟରେ ଇଣ୍ଟରନେଟ ଦ୍ୱାରା ଶିକ୍ଷା ସମ୍ପର୍କରେ ଅନୁଭବ କରିପାରିବେ । ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ ଯେ ମିଶନ ସ୍କୁଲ ଅଫ ଏକ୍ସଲେନ୍ସ ମାଧ୍ୟମରେ ଗୁଜରାଟ ସମଗ୍ର ଦେଶରେ ପ୍ରଥମ ତଥା ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଏହି ଅବିସ୍ମରଣୀୟ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଆଦିବାସୀ କ୍ଷେତ୍ରରେ ଶିକ୍ଷଣ କେନ୍ଦ୍ର ଗୁଡିକର ସଂଖ୍ୟା କମ ହେବା ବିଷୟରେ ପ୍ରଧାନମନ୍ତ୍ରୀ ଟିପ୍ପଣୀ ଦେଇ କହିଥିଲେ ଯେ, ସେଠାରେ ବିଜ୍ଞାନ ଶିକ୍ଷା ପାଇଁ ଆଦୌ କୌଣସି ଯୋଜନା ନଥିଲା । ଏହି ଦୁଇ ଦଶନ୍ଧି ମଧ୍ୟରେ ଗୁଜୁରାଟର ଲୋକମାନେ ନିଜ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା କ୍ଷେତ୍ରରେ ପରିବର୍ତ୍ତନ ଆଣି ପାରିଛନ୍ତି । ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ, ଏହି ଦୁଇ ଦଶନ୍ଧି ମଧ୍ୟରେ ଗୁଜରାଟରେ ୧.୨୫ ଲକ୍ଷରୁ ଅଧିକ ନୂତନ ଶ୍ରେଣୀ ଗୃହ ନିର୍ମାଣ କରାଯାଇଛି ଏବଂ ୨ ଲକ୍ଷରୁ ଅଧିକ ଶିକ୍ଷକ ମଧ୍ୟ ନିଯୁକ୍ତି ପାଇଛନ୍ତି । “ମୋର ସେହି ଦିନ ସବୁ ମନେ ଅଛି, ଯେତେବେଳେ ଶାଳା ପ୍ରବେଶୋତ୍ସବ ଏବଂ କନ୍ୟା କେଲାଭାନି ମହୋତ୍ସବ ପରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଯେତେବେଳେ ପୁଅ ଓ ଝିଅ ପ୍ରଥମ ଥର ସ୍କୁଲକୁ ଯାଇଥାନ୍ତି, ସେତେବେଳେ ଏହା ଏକ ଉତ୍ସବ ପରି ପାଳନ କରାଯିବାର ଏକ ପ୍ରୟାସ ନେଇ ଏହା କରାଯାଇଥିଲା,” ବୋଲି କହିଥିଲେ ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏବଂ ଗୁଜୁରାଟ ସରକାରଙ୍କ ମନ୍ତ୍ରୀ ଜିତୁ ଭାଇ ଭାଗାନି, କୁବେର ଭାଇ ଦିନ୍ଦୋର ଏବଂ କିରିତି ସିଂହ ବାଘେଲା ପ୍ରମୁଖ ଉପସ୍ଥିତ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.