ନୂଆଦିଲ୍ଲୀ: ଆସନ୍ତାକାଲି(ମଙ୍ଗଳବାର) ପାଳିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ମହିଳା ଦିବସ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଥିବା ୨୯ ଜଣ ମହିଳାଙ୍କୁ ନାରୀଶକ୍ତି ପୁରସ୍କାରରେ ସମ୍ମାନିତ କରିବେ ରାଷ୍ଟ୍ରପତି । ଆଜି ଏହି ମହିଳାମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କି ଅମୃତ ମହତ୍ସୋବ କାର୍ଯ୍ୟକ୍ରମ ଅଧୀନରେ ସପ୍ତାହେ ବ୍ୟାପୀ କାର୍ଯ୍ୟକ୍ରମ ଜାରି ରହିଛି । ଏହି ଅବସରରେ ଆସନ୍ତାକାଲି ଏହି ବିଶିଷ୍ଟ ମହିଳାଙ୍କୁ ରାଷ୍ଟ୍ରପତି ଭବନରେ ସମ୍ମାନିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
-
#WATCH | Prime Minister Narendra Modi interacts with winners of Nari Shakti Puraskar Awards, on the eve of Women’s Day pic.twitter.com/4Dewpyt4n6
— ANI (@ANI) March 7, 2022 " class="align-text-top noRightClick twitterSection" data="
">#WATCH | Prime Minister Narendra Modi interacts with winners of Nari Shakti Puraskar Awards, on the eve of Women’s Day pic.twitter.com/4Dewpyt4n6
— ANI (@ANI) March 7, 2022#WATCH | Prime Minister Narendra Modi interacts with winners of Nari Shakti Puraskar Awards, on the eve of Women’s Day pic.twitter.com/4Dewpyt4n6
— ANI (@ANI) March 7, 2022
ଆଜି ପୁରସ୍କୃତ ହେବାକୁ ଥିବା ବିଶିଷ୍ଟ ମହିଳାମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତାକାଲି ମଧ୍ୟ ଆୟୋଜିତ ହେବାକୁ ଥିବା ସେମିନାରକୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ସମ୍ବୋଧିତ ମଧ୍ୟ କରିବାର କାର୍ଯ୍ୟସୂଚୀ ରହିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଏହି ସମିନାରରେ ଏକାଧିକ ପ୍ରସଙ୍ଗକୁ ଆଲୋଚନା ପରିସରକୁ ନିଆଯିବ ।
ଧାର୍ମିକ, ସାଂସ୍କୃତିକ, ମହିଳା ସଶକ୍ତିକରଣ ଓ ସାମାଜିକ ନ୍ୟାୟ ଆଦି ବିଷୟ ସେମିନାରରେ ଆଲୋଚନା ହେବା ନେଇ ସ୍ଥିରୀକୃତ ହୋଇଛି । ସେହିପରି ବିଶେଷ ଭାବେ ମହିଳାମାନଙ୍କୁ ସ୍ବାବଲମ୍ବୀ ଓ ସଶକ୍ତ କରିବା ପାଇଁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଚଳାଉଥିବା ଯୋଜନା ଗୁଡିକର ଅବସର ଓ ଏହାର କାର୍ଯ୍ୟକାରୀତା ସମ୍ପର୍କରେ ମଧ୍ୟ ଏହି ସେମିନାରରେ ଆଲୋଚନା ହେବ । କେନ୍ଦ୍ର ମହିଳା ସଶକ୍ତିକରଣ ମନ୍ତ୍ରୀ ସ୍ମୃତି ଇରାନୀ, କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ସ୍ବାଧି ନିରଞ୍ଜନ ଜ୍ୟୋତି, ଭାରତୀ ପ୍ରବୀଣ ପାଓ୍ବାର ପ୍ରମୁଖ ମଧ୍ୟ ଏହିି ସେମିନାରର ଅଂଶଗ୍ରହଣ କରିବେ ।
ପ୍ରତିବର୍ଷ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି । ବିଭିନ୍ନ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ମହିଳାଙ୍କ ଅବଦାନକୁ ସ୍ବୀକୃତି ଦେବା ପାଇଁ ବିଶିଷ୍ଟ ମହିଳାମାନଙ୍କୁ ନାରୀଶକ୍ତି ପରୁସ୍କାର ପ୍ରଦାନ କରିଆସୁଛନ୍ତି ଭାରତ ସରକାର । ଚଳିତ ବର୍ଷ ସମଗ୍ର ଦେଶରୁ ବିଭିନ୍ନ କ୍ଷେତ୍ରରେ ମୋଟ ୨୯ ମହିଳାଙ୍କୁ ନାରୀଶକ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ