ETV Bharat / bharat

ସୋମନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର ନୂଆ ଅଧ୍ୟକ୍ଷ ହେଲେ ପ୍ରଧାନମନ୍ତ୍ରୀ ମୋଦି - ସୋମନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ

ସୋମନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର ନୂଆ ଅଧ୍ୟକ୍ଷ ହେଲେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : Jan 18, 2021, 7:58 PM IST

Updated : Jan 18, 2021, 9:14 PM IST

19:42 January 18

ସୋମନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର ନୂଆ ଅଧ୍ୟକ୍ଷ ହେଲେ ପ୍ରଧାନମନ୍ତ୍ରୀ ମୋଦି

ଗାନ୍ଧୀନଗର: ଦେଶର ପ୍ରସିଦ୍ଧ ଶୈବପୀଠ ସୋମନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର ନୂଆ ଅଧ୍ୟକ୍ଷ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଯୁକ୍ତ କରାଯାଇଛି । ଏବେଠୁ ସୋମନାଥ ଟ୍ରଷ୍ଟ ବୋର୍ଡର ନୂଆ ଅଧ୍ୟକ୍ଷ ରହିବେ ପ୍ରଧାନମନ୍ତ୍ରୀ ।

ସୋମନାଥ ଟ୍ରଷ୍ଟର ଭର୍ଚୁଆଲ ବୈଠକ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏଲ.କେ ଆଡଭାନୀଙ୍କ ସମେତ ସମସ୍ତ ଟ୍ରଷ୍ଟି ସୋମବାର ଯୋଗଦେଇଥିଲେ । ପୂର୍ବରୁ ଏହି ବୈଠକ ଦୁଇଥର ସ୍ଥିର କରାଯାଇଥିଲା, କିନ୍ତୁ କିଛି ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ବାତିଲ କରାଯାଇଥିଲା |  

ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ଏହି ବୈଠକରେ ସୋମନାଥ ମନ୍ଦିରର ବିକାଶମୂଳକ କାର୍ଯ୍ୟ ତଥା ସୋମନାଥ ଟ୍ରଷ୍ଟର  ଅଧ୍ୟକ୍ଷ ପଦ ନିଯୁକ୍ତିକୁ ନେଇ ଆଲୋଚନା କରାଯାଇଥିଲା। ତେବେ ଶେଷରେ ସୋମନାଥ ଟ୍ରଷ୍ଟର ନୂତନ ଅଧ୍ୟକ୍ଷ ଭାବେ ନରେନ୍ଦ୍ର ମୋଦିଙ୍କୁ ନିଯୁକ୍ତ କରାଯାଇଛି । 

Last Updated : Jan 18, 2021, 9:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.