ETV Bharat / bharat

ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ଭାରତ ଗଣତନ୍ତ୍ରର ଜନନୀ କହିଲେ ମୋଦିି

author img

By

Published : Aug 15, 2022, 10:15 AM IST

Updated : Aug 15, 2022, 11:06 AM IST

76ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାକୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବୋଧନ କରି କଣ କଣ କହିଛନ୍ତି ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ଆଜି 76ତମ ସ୍ବାଧୀନତା ଦିବସ ପାଳନ କରୁଛି ଦେଶ । ଏହି ଅବସରରେ ଲାଲକିଲ୍ଲାକୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ସମସ୍ତଙ୍କୁ ଏହି ଐତିହାସିକ ଦିନର ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ସ୍ବାଧୀନତା ଲଢେଇରେ ଜୀବନ ଦେଇଥିବା ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ମୋଦି ।

ଜାତିର ପିତା ମହାତ୍ମା ଗାନ୍ଧୀ, ସୁବାଷ ଚନ୍ଦ୍ର ବୋଷ, ବି.ଆର ଆମ୍ବେଦକରଙ୍କ ବଳିଦାନକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ । ଦେଶବାସୀ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ''ସାରା ବିଶ୍ବରେ ତ୍ରିରଙ୍ଗା ଫରଫର ହୋଇ ଉଡୁଛି । ଭାରତୀୟ ବୀରାଙ୍ଗନା ବୀରତ୍ବର ପରାକାଷ୍ଠା ଦେଖାଇଛନ୍ତି । ୭୫ବର୍ଷରେ ଅନେକ ଉତ୍‌ଥାନ ପତନ ଦେଇ ଦେଶ ଗତି କରିଛି ହେଲେ ହାର୍‌ ମାନିନାହିଁ ସଂକଳ୍ପ ପୂରା କରିଛି । ଅଭାବ, ଉପହାସ ଭିତରେ କେବେ ବି ପଛକୁ ଫେରିନାହୁଁ । ଗୁଲାମି ଶାସନର ଅନ୍ତ ପରେ ଆମେ ସଫଳତାର ପାହାଚ ଚଢିଛେ ।’’

ଆମେ ଆଉ ଦୁନିଆର ପ୍ରମାଣପତ୍ର ଉପରେ ବଞ୍ଚିବାକୁ ଚାହୁଁନାହୁଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସାମର୍ଥ୍ୟର ସହ ବିଶ୍ବ ଦରବାରରେ ଛିଡ଼ା ହେବାକୁ ହୋଇ ଆମକୁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ହେବ । ଆମ ଭାଷା ଓ ସାମର୍ଥ୍ୟକୁ ନେଇ ଆମେ ଗର୍ବ କରିବା ଉଚିତ୍‌ । ବିବିଧତା ଭାରତ ଶକ୍ତି । ଭାରତ ଗଣତନ୍ତ୍ରର ଜନନୀ । ଆଗାମୀ 25 ବର୍ଷ ବହୁ ଗୁରୁତ୍ବପୂର୍ଣ୍ଣ । ଆଗାମୀ ବର୍ଷ ପାଇଁ ପଞ୍ଚପଣ, ସାମର୍ଥ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ଦେଶର ଏପରି କୌଣସି ସ୍ଥାନ ନଥିଲା ଯେଉଁଠି ଗୁଲାମି ବିରୋଧରେ କଷ୍ଟ, ଯାତନା ଓ ଆହୁତି ଦେଇନାହାନ୍ତି । ସେହି ମହାପୁରୁଷଙ୍କ ସ୍ମରଣ ଓ ଋଣ ସୁଝିବାର ସମୟ ଆସିଛି । ସେମାନଙ୍କ ସ୍ବପ୍ନକୁ ପୂରଣ କରିବାର ସମୟ ଆସିଛି । ପୂଜ୍ୟ ବାପୁଜୀ, ନେତାଜୀ, ବାବା ଆମ୍ବେଦକର, ବୀର ସବରକର ଯିଏ କର୍ତ୍ତବ୍ୟ ପଥରେ ତାଙ୍କ ଜୀବନ ଦେଇଛନ୍ତି । ମଙ୍ଗଳ ପାଣ୍ଡେ, ଆଜାଦ, ଭଗତ ସିଂ, ରାଜଗୁରୁ ତତ୍ୟ ଟୋପେଙ୍କ ଭଳି ଅନେକ କ୍ରାନ୍ତିବୀର ଗୋରାଙ୍କ ନିଦ ହଜେଇ ଦେଇଥିଲେ । ରାଣୀ ଲକ୍ଷ୍ମୀ ବାଇଙ୍କ ଭଳି ବୀରାଙ୍ଗନାଙ୍କର ଆମ ଭାରତୀୟ ନାରୀଶକ୍ତିର ବଳିଦାନର ପରାକାଷ୍ଠା । ତାଙ୍କର ଏହି ତ୍ୟାଗ ଓ ବଳିଦାନ ପ୍ରତି ପ୍ରତିଟି ଭାରତୀୟ ଗର୍ବ ଅନୁଭବ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶ ସ୍ବାଧୀନତା ପରେ ଦେଶ ଗଠନରେ ମୁଖ୍ୟ ଭୂମିକା ତୁଲାଇଥିବା ମହାପୁରୁଷଙ୍କୁ ଆଜି ପ୍ରଣାମ କରିବାର ଅବସର ଆସିଛି ବୋଲି କହିଛନ୍ତି ପିଏମ ।

ଆଦିବାସୀ ସମାଜ ଗୌରବ ବାବଦରେ କହି ବିର୍ସା ମୁଣ୍ଡା ଯିଏ ସ୍ଵାଧୀନତାର ଅଙ୍ଗ ଭାବେ ମାତୃଭୂମି ପାଇଁ ଜୀବନ ଦେଇଛନ୍ତି । ନାରାୟଣ ଗୁରୁ, ମହର୍ଷି ଅରବିନ୍ଦ, ତାଗିର ହିନ୍ଦୁସ୍ତାନର ପ୍ରତି କୋଣରେ ଭାରତର ଚେତନା ବାଣ୍ଟି ଚାଲିଥିଲା । ସ୍ବାଧୀନତା ସ୍ବର ପାଲଟିଥିଲେ । ୭୫ବର୍ଷର ଏହି ଯାତ୍ରା ଅନେକ ସୁଖ ଦୁଃଖ ସହ ବିତିଛି । ଏହା ଭିତରେ ଆମ ଦେଶବାସୀ ଉପଲବ୍ଧ କରିଛନ୍ତି । ହାର ନ ମାନି ସଂକଳ୍ପ ପୁରା କରିଛି । ଅଭାବ ଉପହାସ ଓ ଆଜାଦିର ଅନ୍ତିମ ଚରଣରେ ଦେଶକୁ ଭୟଭୀତ, ନିରାଶ ଓ ହତାଶ କରିବା ପାଇଁ ଅନେକ ଉପାୟ କରାଯାଇଥିଲା । ଏହି ମାଟିରେ ସେ ସାମର୍ଥ୍ୟ ଅଛି ଯାହା ବଳରେ ସେ ଜିତି ଆସିଛି । ଭାରତର ବିବିଧତା ହିଁ ତାର ଶକ୍ତି । ଶକ୍ତି ଏକ ଅତୁଟ ପ୍ରମାଣ ବିବିଧତା । ଭାରତ ବିଶ୍ବ ଗଣତନ୍ତ୍ରର ଜନନୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Last Updated : Aug 15, 2022, 11:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.