ETV Bharat / bharat

ଜର୍ମାନୀ ଓ UAE ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : Jun 23, 2022, 6:10 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଜର୍ମାନୀର ଚାନସେଲର ଓଲାଫ ସ୍କୋଲେଜଙ୍କ ନିମନ୍ତ୍ରଣ କ୍ରମେ ଆସନ୍ତା ୨୬-୨୭ରେ ଜର୍ମାନୀ ଗସ୍ତରେ ଯିବେ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଜର୍ମାନୀର ଚାନସେଲର ଓଲାଫ ସ୍କୋଲେଜଙ୍କ ନିମନ୍ତ୍ରଣ କ୍ରମେ ଆସନ୍ତା ୨୬-୨୭ରେ ଜର୍ମାନ ଗସ୍ତରେ ଯିବେ। ସେଠାରେ ଅନୁଷ୍ଠିତ ଜି୭ ସମ୍ମିଳନୀ (Group of Seven Meeting)ରେ ଯୋଗଦେବେ । ଏହି ସମ୍ମିଳନୀରେ ପରିବେଶ, ଶକ୍ତି, ଜଳବାୟୁ, ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ, ଲିଙ୍ଗଗତ ସମାନତା ଏବଂ ଗଣତନ୍ତ୍ର ଉପରେ ଆୟୋଜିତ ଦୁଇଟି ଅଧିବେଶନକୁ ସମ୍ବୋଧିତ କରିବେ ।

ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅନ୍ତର୍ଜାତୀୟ ସହଯୋଗକୁ ମଜବୁତ କରିବାକୁ ଏକ ପ୍ରୟାସରେ ଆର୍ଜେଣ୍ଟିନା, ଇଣ୍ଡୋନେସିଆ, ସେନେଗାଲ ଏବଂ ଦକ୍ଷିଣ ଆଫ୍ରିକା ଭଳି ଅନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ର ମାନେ ମଧ୍ୟ ସାମିଲ ହେବେ । ହେବାକୁ ଥିବା ଶିଖର ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ କିଛି ଅଂଶଗ୍ରହଣକାରୀ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ ।

ଜି୭ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିବା ଅର୍ଥ ଦୃଢ ତଥା ଘନିଷ୍ଠ ସହଭାଗୀତା ଏବଂ ଭାରତ ଜର୍ମାନୀ ମଧ୍ୟରେ ଉଚ୍ଚ ସ୍ତରୀୟ ରାଜନୈତିକ ସମ୍ପର୍କର ବାର୍ତ୍ତା । ଶେଷ ଥର ପାଇଁ ଭାରତ-ଜର୍ମାନୀ ଆନ୍ତଃ ସରକାରୀ ପରାମର୍ଶ (ଆଇଜିସି)ର ଷଷ୍ଠ ସଂସ୍କରଣରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ୨ ମେ ୨୦୨୨ରେ ଜର୍ମାନ ଗସ୍ତରେ ଯାଇଥିଲେ ।

ସେହିପରି ଜି୭ ସମ୍ମିଳନୀରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ୨୮ ଜୁନରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତରେ ଯିବେ। ସେଠାରେ ୟୁଏଇର ପୂର୍ବତନ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଶେଖ ଖଲିଫା ବିଲ ଜାୟେଦ ଅଲ ନାହ୍ୟାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ଏହାବାଦ ପ୍ରଧାନମନ୍ତ୍ରୀ ୟୁଏଇର ନୂତନ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଶେଖ ମହମ୍ମଦ ବିନ ଜାୟେଦ ଅଲ ନାହ୍ୟାନଙ୍କୁ ଶୁଭେଚ୍ଛା ଜଣାଇବେ । ପ୍ରଧାନମନ୍ତ୍ରୀ ସେହି ଦିନ ରାତି ଭାରତ ପ୍ରତ୍ୟାବର୍ତ୍ତନ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.