ETV Bharat / bharat

କୁତ୍ସିତ ମାନସିକତା: ଦଳିତ ଦମ୍ପତିଙ୍କୁ ମନ୍ଦିରରେ ପ୍ରବେଶ ବାରଣ, ବନ୍ଧା ହେଲେ ପୂଜକ - ଜାଲୋରରେ ଦଳିତ ଦମ୍ପତିଙ୍କ ଭିିଡିଓ ଭାଇରାଲ

ଆଧୁନିକ ସଭ୍ୟ ସମାଜରେ ଆଜି ବି କେତେକ ସ୍ଥାନରେ ବଞ୍ଚି ରହିଛି କୁତ୍ସିତ ମାନସିକତା । ରାଜସ୍ଥାନର ଜାଲୋର ଜିଲ୍ଲାରେ ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଏକ ନବବିବାହିତ ଦଳିତ ଦମ୍ପତିଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦେଲେନି ମନ୍ଦିର ପୂଜକ । ଅଧିକ ପଢ଼ନ୍ତୁ

ଦଳିତ ଦମ୍ପତିଙ୍କୁ ମନ୍ଦିରରେ ପ୍ରବେଶ କରାଇ ଦେଲେ ନାହିଁ, ବନ୍ଧା ହେଲେ ପୂଜକ

author img

By

Published : Apr 26, 2022, 11:07 AM IST

ଜୟପୁର: ଆଧୁନିକ ସଭ୍ୟ ସମାଜରେ ଆଜି ବି କେତେକ ସ୍ଥାନରେ ବଞ୍ଚି ରହିଛି କୁତ୍ସିତ ମାନସିକତା । ଜାତି ବର୍ଣ୍ଣ ପ୍ରଭେଦ କରିବାକୁ ଆଜି ବି ପଛାଉ ନାହାନ୍ତି ଲୋକେ । ରାଜସ୍ଥାନର ଜାଲୋର ଜିଲ୍ଲାରେ ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ପାଖରେ ଅଛି ନୀଳକଣ୍ଠ ମନ୍ଦିର । ଏଠାରେ ଏକ ନବବିବାହିତ ଦଳିତ ଦମ୍ପତିଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦେଲେନି ମନ୍ଦିର ପୂଜକ ।

ଏହି ଘଟଣା ପରେ ନବବିବାହିତ ଦମ୍ପତି ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହି ଘଟଣାର ତଦନ୍ତ କରିବା ପରେ ମନ୍ଦିର ପୂଜକଙ୍କୁ ଗିରଫ କରିଛି ପୋଲିସ । ମନ୍ଦିର ପୂଜକ ଦମ୍ପତିଙ୍କୁ ମନ୍ଦିର ଭିତରେ ପ୍ରବେଶ କରିବାକୁ ଦେଇନଥିଲେ । ଏହାସହ ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଏହି ସମସ୍ତ ଘଟଣାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ଦଳିତ ଦମ୍ପତିଙ୍କୁ ମନ୍ଦିରରେ ପ୍ରବେଶ କରାଇ ଦେଲେ ନାହିଁ, ବନ୍ଧା ହେଲେ ପୂଜକ

ଏଭଳି ଅଭିଯୋଗ ପରେ ଜାତିଭେଦ ପ୍ରତି ଆକ୍ଷେପ ଧାରାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ସ୍ଥାନୀୟ ଲୋକଙ୍କ ବୟାନ ଓ ପ୍ରାଥମିକ ତଦନ୍ତ ଆଧାରରେ ପୋଲିସ ଭିନ୍ନ କଥା କହୁଛି । ଦମ୍ପତିଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦିଆଯାଇଥିଲା । ହେଲେ ନଡ଼ିଆ ଭାଙ୍ଗିବାକୁ ନେଇ ମନ୍ଦିର ପୂଜକଙ୍କ ଦଳିତ ଦମ୍ପତି ସହ କଥା କଟାକଟି ଆରମ୍ଭ ହୋଇଥିଲା । ପରେ ମନ୍ଦିର ପୂଜକ ଛଗନ ଲାଲ୍‌ ଭାରତୀ ସ୍ବାମୀ ଆଶାଳୀନ ଭାଷାର ପ୍ରୟୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.