ETV Bharat / bharat

Presidential Polls: ଅନ୍ୟ ଦଳଙ୍କ ସହ ଆଲୋଚନା ପାଇଁ ନଡ୍ଡା ଓ ରାଜନାଥଙ୍କୁ ଦାୟିତ୍ବ - ରାଷ୍ଟ୍ରପତି ନିର୍ବାଚନ ନେଇ ବିଜେପିର ରଣନୀତି

ରାଷ୍ଟ୍ରପତି ନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ କଲା ବିଜେପି । ଅନ୍ୟ ଦଳଙ୍କ ସହ ଆଲୋଚନା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଦାୟିତ୍ବ ଦେଲା ଦଳ । ଅଧିକ ପଢନ୍ତୁ

Presidential polls: ଅନ୍ୟ ଦଳଙ୍କ ସହ ଆଲୋଚନା ପାଇଁ ରାଜନାଥ ଓ ନଡ୍ଡାଙ୍କୁ ଦାୟିତ୍ବ

author img

By

Published : Jun 12, 2022, 8:21 PM IST

ନୂଆଦିଲ୍ଲୀ: ଆସନ୍ତା ମାସରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିଜେପି । ବହୁମତ ଠାରୁ ସାମାନ୍ୟ ପଛରେ ରହିଛି ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ NDA ମେଣ୍ଟ । ଅନ୍ୟ ଦଳଙ୍କ ସହ ଆଲୋଚନା କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜାନାଥ ସିଂଙ୍କୁ ଦଳ ପକ୍ଷରୁ ଦାୟିତ୍ବ ମିଳିଛି । ଜାରି ଏକ ବିବୃତ୍ତିରେ ଦଳର ସାଧାରଣ ସମ୍ପାଦକ ଅରୁଣ ସିଂ ଏହି ସୂଚନା ଦେଇଛନ୍ତି ।

ବିବୃତ୍ତିରେ କୁହଯାଇଛି, ଏହି ଦୁଇ ବରିଷ୍ଠ ନେତା ରାଷ୍ଟ୍ରପତି ନିର୍ବାଚନ ନେଇ NDA ସହଯୋଗୀ ଦଳ, UPA ଘଟକ ଦଳ ଓ ଏପରିକି ସ୍ବାଧୀନ ସାଂସଦଙ୍କ ସହ ମଧ୍ୟ ଆଲୋଚନା କରିବେ । ଆସନ୍ତା ମାସ 18 ତାରିଖରେ ମତଦାନ ହେବାକୁ ଥିବା ବେଳେ ଦୁଇ ନେତା ଖୁବ ଶୀଘ୍ର ଆଲୋଚନା ପ୍ରକ୍ରିୟା ଆରମ୍ଭ କରିବେ ବୋଲି ଦଳ ବିବୃତ୍ତିରେ ସ୍ପଷ୍ଟ କରିଛି । ବିଜେପି ପ୍ରସ୍ତାବିତ ପ୍ରାର୍ଥୀ ଓ ଅନ୍ୟ ଦଳମାନଙ୍କ ଠାରୁ ଆବଶ୍ୟକ ହେଉଥିବା ସମର୍ଥନ ନେଇ ଏହି ଆଲୋଚନା ହେବ ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରିସାରିଛନ୍ତି ନିର୍ବାଚନ କମିଶନ । ଜୁଲାଇ 18 ତାରିଖରେ ମତଦାନ ହେବାକୁ ଥିବା ବେଳେ 21ରେ ଗଣତି ହେବ । ସେହିପରି 24 ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । 25 ତାରିଖରେ ନୂତନ ରାଷ୍ଟ୍ରପତି ପଦ ଓ ଗୋପନୀୟତାର ଶପଥ ପାଠ କରିବେ ।

NDA ପାଖରେ ଆବଶ୍ୟକ ସଂଖ୍ୟା ଠାରୁ ସାମାନ୍ୟ କମ ପ୍ରତିଶତର ଭୋଟ ରହିଛି । ତେଣୁ ଗୋଟିଏ କିମ୍ବା ଦୁଇଟି ଆଞ୍ଚଳିକ ଦଳଙ୍କ ସମର୍ଥନରେ ବିଜେପି ନେତୃତ୍ବାଧୀନ ମେଣ୍ଟ ଏହି ନିର୍ବାଚନ ଜିତିବା ନେଇ ଆଶା କରାଯାଉଛି । ଆଜି ଏହାରି ମଧ୍ୟରେ ଦଳ ଆଲୋଚନା ପାଇଁ ଦୁଇ ବରିଷ୍ଠ ନେତା ଦଳ ମୁଖ୍ୟ ଜେ.ପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଦାୟିତ୍ବ ଦେଇଛି । ପ୍ରାରମ୍ଭିକ ଆଲୋଚନା ପରେ ବିଜେପି ନେତୃତ୍ବାଧୀନ ମେଣ୍ଟ ପ୍ରାର୍ଥୀ ନେଇ ସ୍ପଷ୍ଟ କରିବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.