ETV Bharat / bharat

ତାମିଲନାଡୁରେ ରାଷ୍ଟ୍ରପତି ମୁର୍ମୁ: ମିନାକ୍ଷୀ ମନ୍ଦିରରେ କଲେ ଦର୍ଶନ, ସଂଧ୍ୟାରେ ଇସା ଫାଉଣ୍ଡେସନ ଗସ୍ତ

ତାମିଲନାଡୁ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମନାକ୍ଷୀ ସୁନ୍ଦରେଶ୍ବର ମନ୍ଦିରରେ ଦର୍ଶନ କରିଛନ୍ତି । ସଂଧ୍ୟାରେ କୋଇମ୍ବାଟୁର ଯାଇ ଆଦିଯୋଗୀ ପୀଠରେ ମହାଶିବରାତ୍ରି କାର୍ଯ୍ୟକ୍ରମରେ ହେବେ ସାମିଲ୍‌ । ଅଧିକ ପଢନ୍ତୁ

author img

By

Published : Feb 18, 2023, 6:07 PM IST

ମିନାକ୍ଷୀ ମନ୍ଦିରରେ ଦର୍ଶନ କଲେ ରାଷ୍ଟ୍ରପତି
ମିନାକ୍ଷୀ ମନ୍ଦିରରେ ଦର୍ଶନ କଲେ ରାଷ୍ଟ୍ରପତି

ଚେନ୍ନାଇ: ପ୍ରଥମ ଥର ପାଇଁ ତାମିଲନାଡୁ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମଦୁରାଇର ପ୍ରସିଦ୍ଧ ମିନାକ୍ଷୀ ସୁନ୍ଦରେଶ୍ବର ମନ୍ଦିରରେ ଦର୍ଶନ କରିଛନ୍ତି । ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମନ୍ଦିର ପରିସର ବୁଲି ଦେଖିଛନ୍ତି ରାଷ୍ଟ୍ରପତି । ମନ୍ଦିରରେ ପହଞ୍ଚିବା ପରେ ତାଙ୍କୁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ରାଷ୍ଟ୍ରପତି ମନ୍ଦିରରେ ପ୍ରାୟ ଏକ ଘଣ୍ଟା ସମୟ ବିତାଇଥିଲେ । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏହା ତାଙ୍କର ପ୍ରଥମ ତାମିଲନାଡୁ ଗସ୍ତ ।

ମନ୍ଦିର ପରିସର ବୁଲି ଦେଖୁଛନ୍ତି ରାଷ୍ଟ୍ରପତି
ମନ୍ଦିର ପରିସର ବୁଲି ଦେଖୁଛନ୍ତି ରାଷ୍ଟ୍ରପତି

ମଦୁରାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ପ୍ରୋଟୋକଲ ଅନୁସାରେ, ରାଜ୍ୟପାଳ ଟି.ଏନ ରବି, ସରକାରଙ୍କ ପ୍ରତିନିଧି ଭାବେ ରାଜ୍ୟ ଆଟି ମନ୍ତ୍ରୀ ଟି.ଏମ ଥଙ୍ଗରାଜ ପ୍ରମୁଖ ସ୍ବାଗତ କରିଥିଲେ । ପରେ ତାଙ୍କ କାରକେଡ ମିନାକ୍ଷୀ ମନ୍ଦିର ଅଭିମୁଖେ ବାହାରିଥିଲା । ମନ୍ଦିରରେ ମଧ୍ୟ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସାଧାରଣ ଦର୍ଶନ ସାମୟିକ ଭାବେ ବନ୍ଦ ରଖାଯିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ସେହିପରି ସହରରେ ମଧ୍ୟ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରଶାସନ ଓ ପୋଲିସ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲେ ।

ମନ୍ଦିର ପରିସର ବୁଲି ଦେଖୁଛନ୍ତି ରାଷ୍ଟ୍ରପତି
ମନ୍ଦିର ପରିସର ବୁଲି ଦେଖୁଛନ୍ତି ରାଷ୍ଟ୍ରପତି

ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ରାଷ୍ଟ୍ରପତି ଭବନ ପକ୍ଷରୁ ମଧ୍ୟ ଟ୍ବିଟ୍‌ କରି ସୂଚନା ଦିଆଯାଇଛି । ରାଷ୍ଟ୍ରପତି ମୁର୍ମୁ ମଦୁରାଇର ପ୍ରସିଦ୍ଧ ମିନାକ୍ଷୀ ଅମନ ମନ୍ଦିରରେ ଦର୍ଶନ କରି ତାମିଲନାଡୁ ଗସ୍ତ ଆରମ୍ଭ କିରଛନ୍ତି । ସେ ମନ୍ଦିରରେ ସମସ୍ତଙ୍କ ପାଇଁ ଶାନ୍ତି ସମୃଦ୍ଧି ପ୍ରାର୍ଥନା କରିଛନ୍ତି ବୋଲି ରାଷ୍ଟ୍ରପତି ଭବନ କହିଛି । ଏହା ସହ ମନ୍ଦିର ପରିଦର୍ଶନ ସମୟର ଏକାଧିକ ଫଟୋ ମଧ୍ୟ ରାଷ୍ଟ୍ରପତି ଭବନ ପକ୍ଷରୁ ସେୟାର କରାଯାଇଛି । ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ମଦୁରାଇ ସହରବାସୀଙ୍କ ମଧ୍ୟରେ ମଧ୍ୟ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।

ମନ୍ଦିର ରେଜିଷ୍ଟରରେ ବାର୍ତ୍ତା ଲେଖୁଛନ୍ତି ରାଷ୍ଟ୍ରପତି

ଆଜି ମିନାକ୍ଷୀ ମନ୍ଦିରରୁ ଦର୍ଶନ ଆରମ୍ଭ କରିଥିବା ରାଷ୍ଟ୍ରପତି ମୁର୍ମୁ ସଂଧ୍ୟାରେ କୋଏମ୍ବାଟୁର ଗସ୍ତ କରିବେ । ସେ ସେଠାରେ ମହାଶିବରାତ୍ରି ଅବସରରେ ଇସା ଫାଉଣ୍ଡସେନ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଇସା ୟୋଗା ସେଣ୍ଟର ପକ୍ଷରୁ ପ୍ରତିବର୍ଷ ମହାଶିବରାତ୍ରିରେ ଆଦିଯୋଗୀ ପୀଠରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଏ । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମହାଶିବରାତ୍ରି କାର୍ଯ୍ୟକ୍ରମରେ ଅତିଥି ହୋଇସାରିଥିବା ବେଳେ ଚଳିତଥର ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରୁଛନ୍ତି । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏହା ମୁର୍ମୁଙ୍କର ପ୍ରଥମ ତାମିଲନାଡୁ ଗସ୍ତ । କାର୍ଯ୍ୟକ୍ରମ ପାଇଁ କୋଏମ୍ବାଟୁରରେ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ତାମିଲନାଡୁରେ ରାଷ୍ଟ୍ରପତି
ତାମିଲନାଡୁରେ ରାଷ୍ଟ୍ରପତି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.