ନୂଆଦିଲ୍ଲୀ: ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅଗଷ୍ଟ ୧୫ରେ ଦେଶ ପାଳିବ ୭୫ ତମ ସ୍ବାଧୀନତା ଦିବସ ।
ଆଜି(ଶନିବାର) ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ସମ୍ବୋଧନରେ ସେ ଦେଶ ତଥା ଜାତି ଉଦ୍ଦେଶ୍ୟରେ ନିଜର ବାର୍ତ୍ତା ରଖିବେ । ଚଳିତବର୍ଷ ଦେଶ ପାଳନ କରିବ ୭୫ତମ ସ୍ବାଧୀନତା ଦିବସ ।
୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ଦେଶ ସ୍ବାଧୀନ ହୋଇଥିଲା । ଦେଶକୁ ସ୍ବାଧୀନ କରିବା ପାଇଁ ପ୍ରାଣବଳି ଦେଇଛନ୍ତି କେତେ ସ୍ବାଧୀନତା ସଂଗ୍ରାମୀ, ଇଂରେଜ ବିରୋଧରେ ଲଢି ଶହୀଦ ହୋଇଛନ୍ତି ଲକ୍ଷ ଲକ୍ଷ ବୀର ପୁରୁଷ ।
ଚଳିତ ବର୍ଷ ଦେଶରେ ୭୫ ତମ ସ୍ବାଧୀନତା ଦିବସ ଅବସରରେ ଭାରତ ସରକାର ପାଳନ କରୁଛନ୍ତି ସ୍ବାଧୀନତାର ଅମୃତ ମହୋତ୍ସବ । ଏହି ଅବସରରେ ଦେଶରେ ବିଭିନ୍ନ କୋଣ ଅନୁକୋଣରେ ପାଳନ କରାଯାଉଛି ବିଭିନ୍ନ କାର୍ଯ୍ୟକ୍ରମ । ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିବେ ।