ନୂଆଦିଲ୍ଲୀ: ନବବର୍ଷ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି (President Ramnath Kovind) । ଆସନ୍ତାକାଲି ଅର୍ଥାତ ୧ ଜାନୁୟାରୀ ୨୦୨୨ ଇଂରାଜୀ ନବବର୍ଷକୁ ସ୍ବାଗତ କରିବ ସାରା ବିଶ୍ବ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଅଭିନନ୍ଦନ (President message on New year) ଜଣାଇଛନ୍ତି।
ନବବର୍ଷ ଉପଲକ୍ଷେ ଦେଶବାସୀଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନବବର୍ଷ ଆମ ଜୀବନରେ ସୁଖ ସମୃ୍ଦ୍ଧି, ଶାନ୍ତି ଓ ଖୁସି ଆଣୁ ବୋଲି କାମନା କରିଛନ୍ତି ରାଷ୍ଟ୍ରପତି । ନବବର୍ଷ ଦେଶବାସୀଙ୍କ ଉନ୍ନତି ଓ ସମାଜର ଉନ୍ନତିରେ ସହାୟକ ହେଉ ବୋଲି କହିଛନ୍ତି ସେ । ଏହା ସହ ଦେଶବାସୀଙ୍କ ସମେତ ସମଗ୍ର ବିଶ୍ବବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି।
ତେବେ ଚଳିତ ବର୍ଷ କୋରୋନାର ଓମିକ୍ରନ ଭାରିଏଣ୍ଟ ଯୋଗୁଁ କୋରୋନା କଟକଣା ଜାରି ହୋଇଛି । ନବବର୍ଷକୁ କଟକଣା ମଧ୍ୟରେ ପାଳନ କରିବା ପାଇଁ କଟକଣା ଲାଗୁ କରାଯାଇଛି।