ETV Bharat / bharat

Easter 2022: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

author img

By

Published : Apr 17, 2022, 10:11 AM IST

ଆଜି ହେଉଛି ପବିତ୍ର ଇଷ୍ଟର । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଉତ୍ସବ । ଏହି ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢ଼ନ୍ତୁ

president ramnath kovind and pm modi greets people on easter
Easter 2022: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ଇଷ୍ଟର । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଉତ୍ସବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

  • Easter greetings to everyone! An occasion to celebrate the resurrection of Jesus Christ, Easter inspires us to follow the path of forgiveness, sacrifice and love. May the teachings of Christ inspire all to work together for the betterment of entire humanity.

    — President of India (@rashtrapatibhvn) April 17, 2022 " class="align-text-top noRightClick twitterSection" data=" ">

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟ କରି ଲେଖିଛନ୍ତି,"ସଭିଙ୍କୁ ପବିତ୍ର ଇଷ୍ଟରର ଶୁଭେଚ୍ଛା । ଏହା ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନକୁ ପାଳନ କରିବାର ଉତ୍ସବ। ଇଷ୍ଟର ଆମକୁ କ୍ଷମା, ବଳିଦାନ ଏବଂ ପ୍ରେମର ପଥ ଅନୁସରଣ କରିବାକୁ ପ୍ରେରଣା ଦିଏ । ଯୀଶୁ ସମସ୍ତଙ୍କୁ ଶିକ୍ଷା ସମଗ୍ର ମାନବିକତାର ଉନ୍ନତି ପାଇଁ ଏକତ୍ର କାର୍ଯ୍ୟ କରିବାକୁ ପ୍ରେରଣା ଦିଅନ୍ତୁ" ।

  • Happy Easter! We recall the thoughts and ideals of Jesus Christ and the emphasis on social justice as well as compassion. May the spirit of joy and brotherhood be furthered in our society.

    — Narendra Modi (@narendramodi) April 17, 2022 " class="align-text-top noRightClick twitterSection" data=" ">

ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶବାସୀଙ୍କୁ ଇଷ୍ଟରର ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, "ସମସ୍ତଙ୍କୁ ଅଷ୍ଟରର ଶୁଭେଚ୍ଛା ଓ ଅଭିନନ୍ଦନ। ଆମେ ଯୀଶୁ ଖ୍ରୀଷ୍ଟଙ୍କ ଚିନ୍ତାଧାରା, ଆଦର୍ଶ, ସାମାଜିକ ନ୍ୟାୟ ଏବଂ ଦୟା ମନୋବୃତ୍ତିକୁ ମନେ ପକାଉଛୁ । ଏହିପରି ଭାବରେ ଆମ ସମାଜରେ ଆନନ୍ଦ ଏବଂ ଭାଇଚାରା ବୃଦ୍ଧି ହେଉ"। ମୃତ୍ୟୁ ଉପରେ ବିଜୟ ହାସଲ କରିବା ଦିବସ ହେଉଛି ପବିତ୍ର ଇଷ୍ଟର । ଦୀର୍ଘ ଦୁଇ ବର୍ଷ ପରେ ଚର୍ଚ୍ଚରେ ସାମୁହିକ ପ୍ରାର୍ଥନାକୁ ଅନୁମତି ମିଳିଥିବାରୁ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମଧ୍ୟରେ ଉତ୍ସାହ ପରିଲଖିତ ହୋଇଛି।

ଇଷ୍ଟରକୁ ଗୁଡ଼ ଫ୍ରାଇଡେର ତୃତୀୟ ଦିନରେ ପାଳନ କରାଯାଇଥାଏ । ବାଟବଣା ଲୋକଙ୍କୁ ରାସ୍ତା ଦେଖାଇବାକୁ ଯେଉଁଦିନ ପ୍ରଭୁ ଯୀଶୁ ପୁନଃ ଜୀବିତ ହୋଇଥିଲେ ସେହିଦିନକୁ ଇଷ୍ଟର ଭାବେ ପାଳନ କରାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.