ETV Bharat / bharat

JNU ରୁ ସମ୍ମାନଜନକ ଡକ୍ଟରେଟ ଉପାଧି ଗ୍ରହଣ କଲେ ତାଞ୍ଜାନିଆର ପ୍ରଥମ ମହିଳା ରାଷ୍ଟ୍ରପତି

JNU ରୁ ସମ୍ମାନଜକ ଡକ୍ଟରେଟ ଉପାଧି ଗ୍ରହଣ କଲେ ତାଞ୍ଜାନିଆ ପ୍ରଥମ ମହିଳା ରାଷ୍ଟ୍ରପତି । କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ବିଦେଶ ମନ୍ତ୍ରୀ ଜୟଶଙ୍କର ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

JNU ରୁ ଡକ୍ଟରେଟ ଉପାଧି ଗ୍ରହଣ କଲେ ତାଞ୍ଜାନିଆ ରାଷ୍ଟ୍ରପତି

author img

By ETV Bharat Odisha Team

Published : Oct 10, 2023, 8:31 PM IST

ନୂଆଦିଲ୍ଲୀ: ଚାରିଦିନିଆ ଭାରତ ଗସ୍ତରେ ଆସିଥିବା ତାଞ୍ଜାନିଆର ପ୍ରଥମ ମହିଳା ରାଷ୍ଟ୍ରପତି ସାମିୟା ସୁଲୁହୁ ହସନଙ୍କୁ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ (JNU)ରେ ସମ୍ମାନଜନକ ଡକ୍ଟରେଟ୍‌ ଡିଗ୍ରୀ ଉପାଧିରେ ସମ୍ମାନିତ କରିଯାଇଛି । ତାଙ୍କ ନେତୃତ୍ୱରେ ଭାରତ-ତାଞ୍ଜାନିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ ହୋଇଛି । ଦୁଇ ଦେଶ ତାଙ୍କ ନେତୃତ୍ବରେ ଅର୍ଥନୈତିକ-କୂଟନୈତିକ ସ୍ତରରେ ସଫଳତା ହାସଲ କରିଛନ୍ତି । ଏହି କାରଣରୁ ତାଙ୍କୁ ସମ୍ମାନଜକ ଭାବେ ଡକ୍ଟରେଟ୍‌ ଉପାଧିରେ ସାମ୍ମାନିତ କରାଯାଇଛି । ଆଜି JNUର ଏକ ସ୍ବତନ୍ତ୍ର ଦୀକ୍ଷାନ୍ତ ସମାରୋହରେ ବିଶ୍ବବିଦ୍ୟାଳୟର କୁଳପତିଙ୍କଠାରୁ ଅତିଥି ରାଷ୍ଟ୍ରପତି ସାମିୟା ଏହି ଉପାଧି ଗ୍ରହଣ କରିଛନ୍ତି । କାର୍ଯ୍ୟକ୍ରମରେ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅଂଶଗ୍ରହଣ କରିଥିଲେ ।

କାର୍ଯ୍ୟକ୍ରମ ଅବସରରେ ନିଜ ଅଭିଭାଷଣରେ ତାଞ୍ଜାନିଆର ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରି ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହେବାର ସଫଳତା ପର୍ଯ୍ୟନ୍ତ ସଂଘର୍ଷର କାହାଣୀ ବର୍ଣ୍ଣନା କରିଥିଲେ ରାଷ୍ଟ୍ରପତି ସାମିୟା । ସେ ପୂର୍ବରୁ ତାଙ୍କ ଛାତ୍ରୀ ଜୀବନରେ ଅଧ୍ୟୟନ କରିବା ପାଇଁ ମଧ୍ୟ ଭାରତ ଆସିଥିଲେ । ଏହି ଅନୁଭୂତିକୁ ମନେ ପକାଇ ସାମିୟା କହିଥିଲେ, ଭାରତୀୟ ଚଳଚିତ୍ର, ସଙ୍ଗୀତ, ଖାଦ୍ୟ ପୁରା ବିଶ୍ବରେ ପ୍ରସିଦ୍ଧ । ସେ 1998ରେ ଉଚ୍ଚଶିକ୍ଷା ପାଇଁ ହାଇଦ୍ରାବାଦ ଆସିଥିବା ବେଳେ ଏହାର ପ୍ରଥମ ଅନୁଭବ ପାଇଥିଲେ । ଆଜି କାର୍ଯ୍ୟକ୍ରମରେ ସେ JNUର କୌଣସି ଅତିଥି ଭାବେ ନୁହନ୍ତି, ବରଂ ଜଣେ ସଦସ୍ୟ ଭାବେ ସାମିଲ ହୋଇଛନ୍ତି ବୋଲି ମଧ୍ୟ କହିଥିଲେ ।

କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦେଶର ସମ୍ପର୍କ ସହ ଭାରତରେ ଆରମ୍ଭ ହୋଇଥିବା ଜାତୀୟ ଶିକ୍ଷାନୀତି ସମ୍ପର୍କରେ ନିଜ ଅଭିଭାଷଣରେ ଉଲ୍ଲେଖ କରିଥିଲେ । ଧର୍ମେନ୍ଦ୍ର କହିଥିଲେ, ଦେଶରେ ଲାଗୁ ହୋଇଥିବା ନୂଆ ଜାତୀୟ ଶିକ୍ଷାନୀତିର ଆଧାର ହେଉଛି, ସମାନତା, ଗୁଣବତ୍ତା, ସାମର୍ଥ୍ୟ ଓ ଉତ୍ତରଦାୟିତ୍ବ । ତାଞ୍ଜାନିଆ ଭାରତର ଏକ ପ୍ରମୁଖ ଆଫ୍ରିକୀୟ ସହଯୋଗୀ ଦେଶ । ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟ ତାଞ୍ଜାନିଆର ସହଯୋଗ ରହିଛି ।

  • It’s an honour and privilege for me and my colleague EAM @DrSJaishankar ji to be present at the conferment of Honorary Doctorate to President H.E. Dr. @SuluhuSamia.

    Congratulate President Dr. Suluhu Samia Hassan and special compliments to JNU for this thoughtful gesture to… pic.twitter.com/RsUDRv1eo7

    — Dharmendra Pradhan (@dpradhanbjp) October 10, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ:- ମୋଦିଙ୍କୁ ସାକ୍ଷାତ କଲେ ତାଞ୍ଜାନିଆର ରାଷ୍ଟ୍ରପତି, ଦୁଇ ନେତାଙ୍କ ମଧ୍ୟରେ ଚାଲିଛି ଦ୍ବିପାକ୍ଷିକ ଆଲୋଚନା

ସୂଚନାଯୋଗ୍ୟ ଯେ, ଆଫ୍ରିକୀୟ ଦେଶ ତାଞ୍ଜାନିଆର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଥିବା ସାମିୟା ସୁଲୁହୁ ହସନ ହାଇଦ୍ରାବାଦ ସ୍ଥିତ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତ ରାଜ ଜାତୀୟ ସଂସ୍ଥାନ (National Institute of Rural Development and Panchayati Raj)ରେ ଭାରତୀୟ ବୈଷୟିକ ଏବଂ ଅର୍ଥନୈତିକ ସହଯୋଗ (ITEC) କାର୍ଯ୍ୟକ୍ରମ ଅଧୀନରେ ପ୍ରଶିକ୍ଷଣ ସମ୍ପୂର୍ଣ୍ଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.