ETV Bharat / bharat

Session of Jamiat Ulema-e-Hind: 'ଆଲ୍ଲା ଓ ଓମ ଏକ', ମଦନିଙ୍କ ବୟାନକୁ ନେଇ ବିବାଦ

author img

By

Published : Feb 12, 2023, 10:46 PM IST

'ଆଲ୍ଲା ଓ ଓମ ଏକ' । ଇସଲାମୀୟ ଧାର୍ମିକ ଗୁରୁ ତଥା ଜମିୟତର ଅଧ୍ୟକ୍ଷ ମୌଲାନା ଅର୍ଶଦ ମଦନି ଏପରି ମନ୍ତବ୍ୟ ଦେଇଥିବା ବେଳେ ଏହାକୁ ନେଇ ବିବାଦ ଉପୁଜିଛି । ଅଧିକ ପଢନ୍ତୁ

maulana-arshad-madani
maulana-arshad-madani
Session of Jamiat Ulema-e-Hind: 'ଆଲ୍ଲା ଓ ଓମ ଏକ', ମଦନିଙ୍କ ବୟାନକୁ ନେଇ ବିବାଦ

ନୂଆଦିଲ୍ଲୀ: ରାମଚରିତମାନସକୁ ନେଇ ବିବାଦ ଥମିନଥିବା ବେଳେ ଏବେ ପୁଣି ଏକ ବିବାଦ ମୁଣ୍ଡ ଟେକିଛି । ଇସଲାମୀୟ ଧାର୍ମିକ ଗୁରୁ ତଥା ଜମିୟତର ଅଧ୍ୟକ୍ଷ ମୌଲାନା ଅର୍ଶଦ ମଦନି ଆଲ୍ଲା ଓ ଓମ୍‌ଙ୍କୁ ନେଇ ଦେଇଛନ୍ତି ବଡ଼ ବୟାନ । ଜମିୟତ ଉଲେମା-ଏ-ହିନ୍ଦ ସମ୍ମିଳନୀରେ ମୌଲାନା ଅର୍ଶଦ ମଦନି ଓମର ଉତ୍ପତ୍ତି ସମ୍ପର୍କରେ ବିବୃତ୍ତି ଦେଇ କହିଛନ୍ତି ଓମ୍‌ ଓ ଆଲ୍ଲା ହେଉଛନ୍ତି ଏକ । ମଦନିଙ୍କ ଏହି ମନ୍ତବ୍ୟକୁ ନେଇ ଏବେ ବିବାଦ ଉପୁଜିଛି । ସେ ଏହି ସମ୍ମିଳନୀରେ ଭାରତରେ ମୁସଲମାନମାନଙ୍କ ଇତିହାସ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି ।

ଇସଲାମ ଧର୍ମର ଧର୍ମଗୁରୁ ମଦନି କହିଛନ୍ତି, "ମୁସଲମାନ ଭାରତରେ ଗତ ୧୪୦୦ବର୍ଷ ଧରି ରହିଆସୁଛନ୍ତି । ପୂର୍ବରୁ ନା ଶିବ ଥିଲେ ନା ପ୍ରଭୁ ଶ୍ରୀରାମ ଥିଲେ । ହିନ୍ଦୁ ଧର୍ମାବଲମ୍ବୀ ଯାହାକୁ ଓମ୍‌ କହୁଛନ୍ତି, ମୁସଲମାନ ତାହାଙ୍କୁ ଆଲ୍ଲା ବୋଲି କହୁଛନ୍ତି । ସେହିପରି ଈଶାଇମାନେ ତାଙ୍କୁ ଗଡ୍‌ ବୋଲି କହୁଛନ୍ତି । ଯାହାଙ୍କ କୌଣସି ରୂପ, ରଙ୍ଗ, ବର୍ଣ୍ଣ କି ଆକାର ନାହିଁ । ତଥାପି ସେ ଏହି ଧରାପୃଷ୍ଠରେ ବିଦ୍ୟମାନ । ଯିଏ ଆକାଶକୁ ସୃଷ୍ଟି କରିଛନ୍ତି, ସେ ହିଁ ଧରାପୃଷ୍ଠକୁ ମଧ୍ୟ ସୃଷ୍ଟି କରିଛନ୍ତି ।" ଜମିୟତ ଉଲେମା-ଏ-ହିନ୍ଦ ସମ୍ମିଳନୀରେ ଧାର୍ମିକ ଗୁରୁ ମୌଲାନା ଅର୍ଶଦ ମଦନି ଭାରତରେ ଇସଲାମର ଉତ୍ପତ୍ତି ବିଷୟରେ ମଧ୍ୟ ଏକ ନୂଆ ବିତର୍କ ଆରମ୍ଭ କରିଛନ୍ତି ।

ଏହା ବି ପଢନ୍ତୁ-ଏବେ ବି ଧ୍ୱଂଶ ସ୍ତୁପ ତଳେ ଅନେକ ଜୀବନ, ତୁର୍କୀ ସିରିଆରେ ଥମୁନି ମୃତ୍ୟୁର ତାଣ୍ଡବ

ଏ ନେଇ ସେ କହିଛନ୍ତି, "ମୁସଲମାନମାନେ ଭାରତରେ ୧୪୦୦ ବର୍ଷ ଧରି ରହିଆସୁଛନ୍ତି । ଯେତେବେଳେ ବଡ଼ବଡ଼ ଧର୍ମଗୁରୁଙ୍କୁ ପଚରାଗଲା, ଯେତେବେଳେ ଦୁନିଆରେ ପ୍ରଭୁ ଶିବ, ନା ଶ୍ରୀରାମ ବା ବ୍ରହ୍ମା ନଥିଲେ, ସେତେବେଳେ ଲୋକମାନେ କାହାକୁ ପୂଜା କରୁଥିଲେ ? କେହିକେହି କୁହନ୍ତି ଯେ ସେମାନେ ଶିବଙ୍କୁ ପୂଜା କରୁଥିଲେ, କିନ୍ତୁ ଏ ବିଷୟରେ ସେମାନେ ଅଜ୍ଞ । ବହୁତ କମ ଲୋକ କୁହନ୍ତି ଯେ ଦୁନିଆରେ କେହି ନଥିବା ବେଳେ ଲୋକେ ଓମ୍‌କୁ ପୂଜା କରୁଥିଲେ । ଆଲ୍ଲା ଓ ଓମ ଏକ । ଯାହାଙ୍କ କୌଣସି ରୂପ ନାହିଁ । ସେ ଆକାଶ ସୃଷ୍ଟି କଲେ ଓ ସେ କେବଳ ହିଁ ଭୂମି ସୃଷ୍ଟି କରିଥିଲେ ।" ସେ ଆହୁରି କହିଛନ୍ତି, " ହିନ୍ଦୁ ଧର୍ମର ପ୍ରଚାରକୁ ନେଇ ମୋର କୌଣସି ଅଭିଯୋଗ ନାହିଁ । ତେବେ ଆପଣଙ୍କୁ ମଧ୍ୟ ଇସଲାମ ଧର୍ମର ପ୍ରଚାରକୁ ନେଇ କୌଣସି ସମସ୍ୟା ହେବା ଉଚିତ ନୁହେଁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.