ETV Bharat / bharat

‘ଲେଖା ଜଗତ ପାଇଁ ଏକ ବଡ଼ କ୍ଷତି’, ମନୋଜ ଦାସଙ୍କ ଦେହାନ୍ତରେ ରାଷ୍ଟ୍ରପତିଙ୍କ ଶୋକ

ବିଶିଷ୍ଟ ସାହିତ୍ୟ ସାଧକ ମନୋଜ ଦାସଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅଧିକ ପଢନ୍ତୁ..

ମନୋଜ ଦାସଙ୍କ ଦେହାନ୍ତରେ ରାଷ୍ଟ୍ରପତିଙ୍କ ଶୋକ
ମନୋଜ ଦାସଙ୍କ ଦେହାନ୍ତରେ ରାଷ୍ଟ୍ରପତିଙ୍କ ଶୋକ
author img

By

Published : Apr 28, 2021, 5:32 PM IST

ହାଇଦ୍ରାବାଦ: ଅନ୍ତର୍ଜାତୀତ ଖ୍ୟାତିସମ୍ପନ୍ନ ଲେଖକ , ବିଶିଷ୍ଟ କଥାକାର , ସାହିତ୍ୟ ସାଧକ, ପଦ୍ମଭୂଷଣ ମନୋଜ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନନ୍ଦ ।

‘‘ମନୋଜ ଦାସଙ୍କ ଦେହାନ୍ତ ଓଡିଆ ଏବଂ ଇଂରାଜୀ ଲେଖା ଜଗତ ପାଇଁ ଏକ ବଡ଼ କ୍ଷତି | କାଳ୍ପନିକ ଲେଖକ ଭାବରେ ତାଙ୍କ ଯୋଗଦାନ , ସରଳତା ଏବଂ ଆଧ୍ୟାତ୍ମିକତା ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି | ସମ୍ମାନୀୟ ‘ପଦ୍ମଭୂଷଣ’ ସହ ସମ୍ମାନଜନକ ପୁରସ୍କାରର ହକଦାର ସେ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ମୋର ସମବେଦନା । ’’ ଏ ନେଇ ଟ୍ବିଟ କରି ଜଣାଇଛନ୍ତି ରାଷ୍ଟ୍ରପତି ।

ମଙ୍ଗଳବାର ସନ୍ଧ୍ୟା 8 ଟାରେ ପଡୁଡେରୀରର ଶ୍ରୀ ଅରବିନ୍ଦ ଆଶ୍ରମ ନର୍ସିହୋମରେ ମନୋଜ ଦାସ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । କଥା ସାହିତ୍ୟର ଭୀଷ୍ମ ପିତାମହଙ୍କୁ ହରାଇ ରାଜ୍ୟ ସମେତ ସମଗ୍ର ଦେଶ ଦୁଃଖିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.