ETV Bharat / bharat

ରାଷ୍ଟ୍ରପତି ହେଲେ ଆଦିବାସୀ ଝିଅ: ଜାଣନ୍ତୁ ଦେଶରେ ସାନ୍ତାଳୀ ସମ୍ପ୍ରଦାୟର ସ୍ୱତନ୍ତ୍ରତା - ସାନ୍ତାଳୀ ସମ୍ପ୍ରଦାୟର ଇତିହାସ

ଆଜି ଭାରତ ପାଇଁ ଥିଲା ଐତିହାସିକ ଦିନ । ଆଦିବାସୀ ସମ୍ପ୍ରଦାୟର ପ୍ରଥମ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ଭାରତର ୧୫ତମ ରାଷ୍ଟ୍ରପତି ହୋଇଥିବା ବେଳେ ଆଜି ଶପଥ ଗ୍ରହଣ କରିଛନ୍ତି । ତେବେ ଶପଥ ଗ୍ରହଣ ସମାରୋହରେ ଆକର୍ଷଣୀୟ ପାରମ୍ପରିକ ସାନ୍ତାଳୀ ଶାଢୀ ପିନ୍ଧି ପହଞ୍ଚିଥିଲେ ମୁର୍ମୁ । ତେବେ କାହିଁକି ଏହି ଶାଢୀ ପିନ୍ଧିଥିଲେ ଏବଂ ଏହାର ସ୍ବତନ୍ତ୍ରତା କଣ ରହିଛି ଜାଣନ୍ତୁ ।

ଜାଣନ୍ତୁ ଦେଶରେ ସାନ୍ତାଳୀ ସମ୍ପ୍ରଦାୟର ସ୍ବତନ୍ତ୍ରତା

author img

By

Published : Jul 25, 2022, 8:14 PM IST

ନୂଆଦିଲ୍ଲୀ: ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ସ୍ଥାନ ପାଇଲା ଆଜିର ଦିନ । ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଇତିହାସ ସୃଷ୍ଟି କରିଛନ୍ତି । ଜଣେ ଆଦିବାସୀ ଆଜି ଦେଶର ପ୍ରଥମ ନାଗରିକ ହୋଇଛନ୍ତି । ଭାରତ ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତ ହୋଇଛନ୍ତି ସାନ୍ତାଳୀ ସମ୍ପ୍ରଦାୟର ମହିଳା । ଆଜି ଭାରତର ୧୫ତମ ରାଷ୍ଟ୍ରପତି ଭାବେ ମୁର୍ମୁ ଶପଥ ଗ୍ରହଣ କରିଛନ୍ତି । ଏହି ଶପଥ ସମାରୋହ ଉତ୍ସବରେ ସେ ପିନ୍ଧିଥିଲେ ପାରମ୍ପରିକ ସାନ୍ତାଳୀ ଶାଢୀ । ତେବେ ଏହି ଶାଢୀର ସ୍ବତନ୍ତ୍ରତା କଣ ରହିଛି ଓ ଦେଶରେ ସାନ୍ତାଳୀ ସମ୍ପ୍ରଦାୟ ସମ୍ପର୍କରେ ଜାଣନ୍ତୁ ।

ଶପଥ ନେଉଛନ୍ତି ରାଷ୍ଟ୍ରପତି ମୁର୍ମୁ
ଶପଥ ନେଉଛନ୍ତି ରାଷ୍ଟ୍ରପତି ମୁର୍ମୁ

ଏହି ବଡ଼ ସମାରୋହ ପାଇଁ ରାଷ୍ଟ୍ରପତି ମୁର୍ମୁ ପିନ୍ଧିଥିଲେ ଏକ କଲରଫୁଲ୍‌ ସାନ୍ତାଳୀ ଶାଢୀ । ଯାହାର ସ୍ବତନ୍ତ୍ର ନାମ ହେଉଛି 'ଝେଲ ଶାଢୀ' । ମୁର୍ମୁଙ୍କ ଏହି ଶାଢୀ ଧଳା ରଙ୍ଗର ହୋଇଥିବା ବେଳେ ଏଥିରେ ରଙ୍ଗବେରଙ୍ଗର ସୂତାରେ ଶାଢୀର ବର୍ଡରକୁ ବୁଣା ଯାଇଥିଲା । ଏହି ହାତବୁଣା ଶାଢୀଟି ଅଧିକାଂଶ ଝାଡ଼ଖଣ୍ଡରେ ମିଳୁଥିବା ବେଳେ ଅନ୍ୟ ରାଜ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆସାମରେ ମଧ୍ୟ ମିଳିଥାଏ । ଶପଥ ସମାରୋହରେ ଏହି ଶାଢୀ ପିନ୍ଧିବେ ବୋଲି ରାଷ୍ଟ୍ରପତି ମୁର୍ମୁ ମନସ୍ଥ କରିଥିଲେ ।

ସାନ୍ତାଳୀ ଶାଢୀର ଗୁରୁତ୍ବ:-

ପୂର୍ବକାଳରେ ସାନ୍ତାଳୀ ଶାଢୀ ୩ଟି ଡିଜାଇନରେ ଉପଲବ୍ଧ ହେଉଥିଲା । ଏହି ଶାଢୀ ହେଉଛି 'ସ୍ବାଧୀନତା ପାଇଁ ମହିଳାଙ୍କ ଇଚ୍ଛା' (Women's desire for freedom)ର ପ୍ରତୀକ । ଏହି ପାରମ୍ପରିକ ଶାଢୀରେ ଏବେ ଆଧୁନିକତାର ସ୍ପର୍ଶ ହୋଇଛି । ଏବେ ଶାଢୀରେ ମର୍ଡନ ଡିଜାଇନ ଦେଖିବାକୁ ମିଳୁଛି । ଏବେ ଶାଢୀର ଧାରରେ ବର୍ଡର ଡିଜାଇନ ରଖାଯାଉଥିବା ବେଳେ ପୂର୍ବରୁ ଏଥିରେ ରଙ୍ଗବେରଙ୍ଗର ଫୁଲ, ମୟୂର ଓ ବତକକୁ ସ୍ଥାନିତ କରାଯାଉଥିଲା ।

ସାନ୍ତାଳୀ ସମ୍ପ୍ରଦାୟର ଇତିହାସ:-

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଉଛନ୍ତି ସାନ୍ତାଳୀ ସମ୍ପ୍ରଦାୟର । ରିପୋର୍ଟ ଅନୁସାରେ ଏହି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଆଦିବାସୀ ଜନଜାତିଙ୍କ ଜନସଂଖ୍ୟା ଭାରତରେ ମାତ୍ର ୦.୪୮ ପ୍ରତିଶତ । ଦେଶରେ ମୋଟ ଆଦିବାସୀଙ୍କ ସଂଖ୍ୟା ୫୮ ଲକ୍ଷ ଥିବା ବେଳେ ଭିଲ୍‌ ଓ ଗୋଣ୍ଡ୍‌ ପରେ ୩ୟ ସ୍ଥାନରେ ରହିଛି ସାନ୍ତାଳୀ । ଦେଶରେ ମୋଟ ୩୧ ପ୍ରକାରର ଆଦିବାସୀ ବସବାସ କରନ୍ତି । ଭାରତ ପରେ ବାଙ୍ଗଲାଦେଶରେ ବହୁଳ ଭାବରେ ସାନ୍ତାଳୀ ସମ୍ପ୍ରଦାୟ ଜୀବନ ବିତାଇଥାନ୍ତି । ୨୦୧୧ ଜନଗଣନା ଅନୁସାରେ ଓଡ଼ିଶାରେ ସାନ୍ତାଳୀଙ୍କ ସାକ୍ଷରତା ହାର (Literacy rate of Santhal) ୩୦ ପ୍ରତିଶତ ରହିଛି । ଏମାନେ ମୁଖ୍ୟତଃ ଅପହଞ୍ଚ ଗ୍ରାମରେ ବସବାସ କରନ୍ତି । ତନ୍ମଧ୍ୟରୁ ପ୍ରାୟ ୬୫ ପ୍ରତିଶତ ଗ୍ରାମକୁ କୌଣସି ରାସ୍ତା ନାହିଁ ।

ମୁର୍ମୁଙ୍କ ଦେଶବାସୀଙ୍କୁ ପ୍ରଥମ ସମ୍ବୋଧନ:-

ଯେତେବେଳେ ରାଷ୍ଟ୍ରପତି ମୁର୍ମୁ ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରି କହିଥିଲେ ଯେ, ସେ ଭାରତ ସ୍ବାଧୀନତା ହେବା ପରେ ଜନ୍ମଗ୍ରହଣ କରିଥିବା ପ୍ରଥମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଏହାସହିତ ଦେଶ ୭୫ ବର୍ଷର ସ୍ବାଧୀନତାକୁ ପାଳନ କରୁଥିବା ବେଳେ ସେ ଦେଶର ସର୍ବୋଚ୍ଚ ଦାୟିତ୍ବକୁ ଗ୍ରହଣ କରିବାକୁ ଯାଉଛନ୍ତି । ଏହି ପଦବୀ ନିକଟରେ ସେ ପହଞ୍ଚିବାର ଶ୍ରେୟ ସେ ଦେଶରେ ଥିବା ପ୍ରତ୍ୟେକ ଗରିବ ବ୍ୟକ୍ତିକୁ ଦେବାକୁ ଚାହୁଁଛନ୍ତି । ଯାହାଦ୍ବାରା କୋଟି କୋଟି ଭାରତୀୟଙ୍କ ଆତ୍ମବିଶ୍ବାସ, ମନୋବଳ ବୃଦ୍ଧି ପାଇଛି ।

ମୁର୍ମୁ ଆହୁରି କହିଛନ୍ତି ଯେ, "ଏହା ଆମ ଗଣତନ୍ତ୍ରର ଶକ୍ତି ଯାହାଦ୍ବାରା ଗୋଟିଏ ଗରିବ ପରିବାରର ଝିଅ ବା ଆଦିବାସୀ ଅପହଞ୍ଚ ଇଲାକାର ଝିଅ ଆଜି ଦେଶର ରାଷ୍ଟ୍ରପତି ହୋଇପାରିଛି ।" ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟ ବିଚାରପତି ଏନ.ଭି ରମଣା ଶପଥ ପାଠ କରାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.