ETV Bharat / bharat

ଆଜିଠୁ ଦୁଇ ଦିନିଆ ଗୁଜୁରାଟ ଗସ୍ତ କରିବେ ରାଷ୍ଟ୍ରପତି - ଗୁଜୁରାଟ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ । ଅଧିକ ପଢ଼ନ୍ତୁ

President Murmu visit Gujarat
President Murmu visit Gujarat
author img

By ETV Bharat Odisha Team

Published : Sep 12, 2023, 10:40 AM IST

ନୂଆଦିଲ୍ଲୀ: ଆଜିଠୁ ଦୁଇ ଦିନିଆ ଗୁଜୁରାଟ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ବତନ୍ତ୍ର ବିମାନ ଯୋଗେ ଗୁଜୁରାଟ ଯାତ୍ରା କରି ସେଠାରେ ପହଞ୍ଚିବା ପରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି । ଏନେଇ ରାଷ୍ଟ୍ରପତି ଭବନ ତରଫରୁ ଏକ ବିଜ୍ଞପ୍ତି ଜାରି କରି କୁହାଯାଇଛି । ଆଜି ସନ୍ଧ୍ୟାରେ ଗାନ୍ଧୀନଗରରେ ପହଞ୍ଚିବା ପରେ ଆସନ୍ତାକାଲି ଏକ ପ୍ରକଳ୍ପର ଉଦଘାଟନି ସାମରୋହରେ ସାମିଲ ହେବେ ଦ୍ରୌପଦୀ ମୁର୍ମୁ ।

ଆସନ୍ତାକାଲି(ବୁଧବାର) ‘ଜାତୀୟ ଇ-ବିଧାନ ଆବେଦନ’ (ନେଭା)ର ଉଦଘାଟନ କରିବେ ଏବଂ ଗାନ୍ଧୀନଗରରେ ଗୁଜୁରାଟ ବିଧାନସଭା ସଦସ୍ୟମାନଙ୍କୁ ସମ୍ବୋଧିତ କରିବେ ରାଷ୍ଟ୍ରପତି । ସେହି ଦିନ ଗାନ୍ଧୀନଗର ରାଜ ଭବନରୁ ଭର୍ଚ୍ଚୁଆଲ ମୋଡ୍‌ରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ‘ଆୟୁଷ୍ମାନ ଭବ’ କାର୍ଯ୍ୟକ୍ରମର ଶୁଭାରମ୍ଭ ମଧ୍ୟ କରିବେ ।

ଏହା ମଧ୍ୟ ପଢନ୍ତୁ-World Record: 1 ମିନିଟ 54 ସେକେଣ୍ଡରେ ହନୁମାନ ଚାଳିସା ପାଠ କରି ରେକର୍ଡ, ସମ୍ମାନିତ କଲେ ରାଷ୍ଟ୍ରପତି

ଗତ ଅଗଷ୍ଟ 22 ତାରିଖରେ ତିନିଦିନିଆ ଗୋଆ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ରାଷ୍ଟ୍ରପତି । ପାନାଜୀର ଆଜାଦ ମଇଦାନରେ ଶହୀଦଙ୍କ ସ୍ମାରକସ୍ଥଳୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସନ୍ଧ୍ୟା ସମୟରେ ରାଷ୍ଟ୍ରପତି ରାଜ୍ୟ ସରକାରଙ୍କ ସମ୍ମାନଅର୍ଥେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଅଭିବାଦନ ଗ୍ରହଣ କରିଥିଲେ। ଗସ୍ତର ଦ୍ବିତୀୟ ଦିନରେ ଗୋଆ ବିଶ୍ୱବିଦ୍ୟାଳୟର 34 ତମ କନକ୍ଲେଭରେ ସାମିଲ ହୋଇଥିଲେ । ପରେ ଜନଜାତି ଗୋଷ୍ଠୀ ସଦସ୍ୟଙ୍କ ସହ ଆଲୋଚନା କରିବା ପରେ ଗୋଆ ବିଧାନସଭାର ସମସ୍ତ ସଦ୍ୟସ୍ୟଙ୍କୁ ସମ୍ବୋଧିତ କରିଥିଲେ ।

ଅଗଷ୍ଟ 5 ତାରିଖ ଦିନ 4 ଦିନିଆ ତାମିଲନାଡ଼ୁ ଓ ପୁଡୁଚେରୀ ଗସ୍ତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ରାଷ୍ଟ୍ରପତି । ଅଗଷ୍ଟ 8 ତାରିଖରେ ଗସ୍ତ ଶେଷ ହେବା ପରେ ଦିଲ୍ଲୀ ଫେରିଆସିଥିଲେ ଦ୍ରୌପଦୀ ମୁର୍ମୁ । ତାମିଲନାଡ଼ୁରେ ପ୍ରଥମେ ମୁଡୁମାଲାଇ ଟାଇଗର ରିଜର୍ଭ ପରିଦର୍ଶନ କରିଥିଲେ । ଏହାପରେ ଚେନ୍ନାଇରେ ମାଡ୍ରାସ ବିଶ୍ୱବିଦ୍ୟାଳୟର 165ତମ ସମାରୋହରେ ସାମିଲ ହୋଇ ସମ୍ବୋଧିତ କରିଥିଲେ । ପରେ ଚେନ୍ନାଇର ରାଜ ଭବନରେ ତାମିଲନାଡୁର ପିଭିଟିଜି ସଦସ୍ୟମାନଙ୍କୁ ଭେଟିଥିଲେ । ପୁଡୁଚେରୀର ଜବାହରଲାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ଲିନିୟର ଆସ୍କେଲେଟରର ଉଦଘାଟନ୍‌ କରିଥିଲେ ରାଷ୍ଟ୍ରପତି । ଜାତୀୟ ଆୟୁଷ ମିଶନ ଅନ୍ତର୍ଗତ ଭିଲିଆନୁରରେ ଏକ 50 ଶଯ୍ୟା ବିଶିଷ୍ଟ ହସ୍ପିଟାଲର ଉଦଘାଟନ ମଧ୍ୟ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.