ETV Bharat / bharat

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର 2024: 19 ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି - ରାଷ୍ଟ୍ରିୟ ବାଲ ପୁରସ୍କାର

Pradhan Mantri Rashtriya Bal Puraskar 2024: ଆସନ୍ତା ସୋମବାର 19 ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ରାଷ୍ଟ୍ରିୟ ବାଲ ପୁରସ୍କାର
Pradhan Mantri Rashtriya Bal Puraskar
author img

By ETV Bharat Odisha Team

Published : Jan 19, 2024, 11:39 AM IST

ନୂଆଦିଲ୍ଲୀ: ଘୋଷଣା ହେଲା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର 2024 । ଚଳିତ ଥର 19 ଜଣ ଛାତ୍ରଛାତ୍ରୀଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛାତ୍ରଛାତ୍ରୀଙ୍କୁ ବାଲ ପୁରସ୍କାର ପ୍ରଦାନ କରିବେ । ଆସନ୍ତା ସୋମବାର ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରତିବର୍ଷ ଦେଶର କିଛି ବଛା ବଛା ଛାତ୍ରଛାତ୍ରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଏ । ପୁରସ୍କାରପ୍ରାପ୍ତ ଛାତ୍ରଛାତ୍ରୀଙ୍କୁ ଆସନ୍ତା ମଙ୍ଗଳବାର ପ୍ରଧାନମନ୍ତ୍ରୀ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । କଳା, ସଂସ୍କୃତି, ସେବା, କ୍ରୀଡା ଏବଂ ସାହସିକତା ଭଳି 6ଟି ବର୍ଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ ।

19 ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର: ଉଲ୍ଲେଖନୀୟ ସଫଳତା ପାଇଁ ଚଳିତ ବର୍ଷ 19 ଛାତ୍ରଛାତ୍ରୀଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ । ସେମାନଙ୍କ ମଧ୍ୟରେ 10 ଜଣ ଛାତ୍ରୀ ଓ 9 ଜଣ ଛାତ୍ର ରହିଛନ୍ତି । କିନ୍ତୁ ସେମାନଙ୍କ ନାମ ବର୍ତ୍ତମାନ ସୁଦ୍ଧା ପ୍ରକାଶ କରାଯାଇନାହିଁ । 18ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ବାଲ ପୁରସ୍କାର ପ୍ରଦାନ କରାଯିବ । ମେଡାଲ ସହ ଛାତ୍ରଛାତ୍ରୀଙ୍କୁ ଅର୍ଥ ରାଶି ଓ ସାର୍ଟିଫିକେଟ ପ୍ରଦାନ କରାଯିବ ।

ଏହା ମଧ୍ୟ ପଢନ୍ତୁ-11 ପିଲାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର, ଓଡିଶାରୁ ପାଇଲେ ସମ୍ଭବ ମିଶ୍ର

2023ରେ 11 ଜଣ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଥିଲା । ସେଥିମଧ୍ୟରୁ 6 ଜଣ ପୁଅ ରହିଥିବା ବେଳେ 5 ଜଣ ଝିଅ ରହିଥିଲେ । ମେଡାଲ ଦିଆଯିବା ସହ ସେମାନଙ୍କୁ 11 ଲକ୍ଷ ଟଙ୍କା ପୁରସ୍କାର ଓ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯାଇଥିଲା । ସମସ୍ତ ଛାତ୍ରଛାତ୍ରୀ 11ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଥିଲେ । ସେଥିମଧ୍ୟରୁ କଳା ଓ ସଂସ୍କୃତି ବର୍ଗରେ ଓଡ଼ିଶାର ସମ୍ଭବ ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଥିଲା । ଚଳିତ ଥର ଓଡ଼ିଶାର କେହି ଛାତ୍ରଛାତ୍ରୀ ଏହି ସମ୍ମାନଜନକ ପୁରସ୍କାର ପାଇଁ ଚୟନ ହୋଇଛନ୍ତି ନା ନାହିଁ ତାହା ଜଣାପଡିନାହିଁ ।

2022ରେ 29 ଜଣ ଛାତ୍ରଛାତ୍ରୀଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥିଲା । ପୁରସ୍କୃତ ଛାତ୍ରଛାତ୍ରୀ 5 ବର୍ଷରୁ 18 ବର୍ଷ ବୟସ ମଧ୍ୟରେ ରହିଥିଲେ । 2021ରେ 31 ଜଣଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.