ETV Bharat / bharat

ଏଲିଜାବେଥଙ୍କ ଅନ୍ତ୍ୟେଷ୍ଟିରେ ରାଷ୍ଟ୍ରପତି: ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ କଲେ ସାକ୍ଷାତ - ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରପତି

ଲଣ୍ଡନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାଂଲାଦେଶ ପ୍ରଧାନମନ୍ତ୍ରୀ ଓ ତାଞ୍ଜାନିଆ ରାଷ୍ଟ୍ରପତିଙ୍କ ସହ ହେଲା ସାକ୍ଷାତ (President Murmu meets Bangladesh PM)। ଦିବଙ୍ଗତ ବ୍ରିଟେନ ମହାରାଣୀ ଏଲିଜାବେଥଙ୍କୁ ଜଣାଇଲେ ଶେଷ ସମ୍ମାନ । ଅଧିକ ପଢନ୍ତୁ

ଏଲିଜାବେଥଙ୍କ ଅନ୍ତ୍ୟେଷ୍ଟିରେ ରାଷ୍ଟ୍ରପତି: ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ କଲେ ସାକ୍ଷାତ

author img

By

Published : Sep 19, 2022, 9:28 PM IST

ଲଣ୍ଡନ: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ ହେବା ପାଇଁ ଲଣ୍ଡନ ଗସ୍ତ କରିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମଧ୍ୟ ଭେଟିଛନ୍ତି (President Murmu meets Bangladesh PM)। ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ହସିନାଙ୍କ ସହ ତାଙ୍କ ଭଉଣୀ ଶେଖ ରେହାନା ମଧ୍ୟ ରାଷ୍ଟ୍ରପତି ମୁର୍ମୁଙ୍କ ସହ ସାକ୍ଷାତ କରିଛନ୍ତି । ଏଲିଜାବେଥଙ୍କ ଶେଷକୃତ୍ୟ ସମ୍ପନ୍ନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଏହି ସାକ୍ଷାତକାର ହୋଇଛି । ଏନେଇ ରାଷ୍ଟ୍ରପତି ମୁର୍ମୁ ନିଜ ଟ୍ବିଟରରେ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ।

  • President Droupadi Murmu met with Prime Minister of Bangladesh Sheikh Hasina and her sister, Sheikh Rehana just before commencement of the State Funeral at London. pic.twitter.com/PZWiAcqtsF

    — President of India (@rashtrapatibhvn) September 19, 2022 " class="align-text-top noRightClick twitterSection" data=" ">

ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ରାଷ୍ଟ୍ରପତି ମୁର୍ମୁ ତାଞ୍ଜାନିଆର ରାଷ୍ଟ୍ରପତି ସମିଆ ସୁଲୁହ ହାସନ (Samia Suluhu Hassan) ଙ୍କୁ ମଧ୍ୟ ଭେଟିଛନ୍ତି । ତାଞ୍ଜାନିଆର ପ୍ରଥମ ମହିଳା ରାଷ୍ଟ୍ରପତି ହେଉଛନ୍ତି ହାସନ । ତେବେ ସେ ମଧ୍ୟ ମହାରାଣୀଙ୍କ ଅନ୍ତ୍ୟେଷ୍ଟିରେ ସାମିଲ ହେବା ପାଇଁ ଲଣ୍ଡନ ଆସିଛନ୍ତି ।

  • President Droupadi Murmu met the President of Tanzania, Samia Suluhu Hassan, in an official reception at the State Funeral of Her Majesty the Queen Elizabeth II. President Hassan is the first woman president of Tanzania. pic.twitter.com/J09cKu7IVt

ମହାରାଣୀ ଏଲିଜାବେଥ-ଦ୍ବିତୀୟଙ୍କ ଅନ୍ତିମ ସଂସ୍କାରରେ (Queen Elizabeth Funeral) ଅଂଶଗ୍ରହଣ କରିବା ପାଇଁ ଶନିବାର ରାତିରେ ରାଷ୍ଟ୍ରପତି ଲଣ୍ଡନ ଗସ୍ତ କରିଥିଲେ । ଆଜି ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ଓ ବ୍ରିଟିଶ ରାଜକୀୟ ପରମ୍ପରା ଅନୁସାରେ ଏଲିଜାବେଥଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏକ ବିଶାଳ ଶୋଭାଯାତ୍ରାରେ ଏଲିଜାବେଥଙ୍କ ମରଶରୀରକୁ ଓ୍ବେଷ୍ଟ ମିନିଷ୍ଟର ଆବେକୁ ନିଆଯାଇଥିଲା । ଏହା ପୂର୍ବରୁ ସମସ୍ତ ଅତିଥି ରାଷ୍ଟ୍ରମୁଖ୍ୟ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ରାଷ୍ଟ୍ରପତି ମୁର୍ମୁଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ରାଷ୍ଟ୍ରପତି ଭବନ ପକ୍ଷରୁ ଟ୍ବିଟ କରାଯାଇ ସୂଚନା ଦିଆଯାଇଛି । ରାଷ୍ଟ୍ରପତି ଦିବଙ୍ଗତ ମହାରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଶୋକବାର୍ତ୍ତା ପୁସ୍ତକରେ ଶୋକବାର୍ତ୍ତା ମଧ୍ୟ ଲେଖିଥିଲେ । ଏଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଅନେକ ଦେଶର ରାଷ୍ଟ୍ରମୁଖ୍ୟ ଓ ରାଷ୍ଟ୍ର ପ୍ରତିନିଧିମାନେ ସାମିଲ ହୋଇଛନ୍ତି । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ଓ ବ୍ରିଟିଶ ରାଜକୀୟ ପରମ୍ପରା ଅନୁସାରେ ମହାରାଣୀ ଏଲିଜାବେଥଙ୍କ ମରଶରୀରକୁ କବର ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ:- ଲଣ୍ଡନ ଗସ୍ତରେ ରାଷ୍ଟ୍ରପତି, ଏଲିଜାବେଥଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ହେବେ ସାମିଲ

ସୂଚନା ଅନୁଯାୟୀ, ଗତ ୮ ତାରିଖରେ ଏଲିଜାବେଥ ଦ୍ୱିତୀୟଙ୍କ 96 ବର୍ଷ ବୟସରେ ସ୍କଟଲ୍ୟାଣ୍ଡରେ ଦେହାନ୍ତ ହୋଇଥିଲା । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣକୁ ସେ ବାଲମୋରାଲ କ୍ୟାସେଲରେ (Balmoral Castle) ଅବସ୍ଥାନ କରୁଥିଲେ । ତେବେ ତାଙ୍କର ମୃତ୍ୟୁ ସ୍କଟଲ୍ୟାଣ୍ଡରେ ହୋଇଥିବା ବେଳେ ଅନ୍ତିମ ସଂସ୍କାର କିନ୍ତୁ ଆଜି ରାଜଧାନୀ ଲଣ୍ଡନରେ ଶେଷ ହୋଇଛି । ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କର ପରଲୋକ ଯୋଗୁଁ 7 ଦଶନ୍ଧି ରାଜତ୍ବର ଅନ୍ତ ହୋଇଛି । ପରେ ତାଙ୍କ ବଡ ପୁଅ ଚାର୍ଲ୍ସ-ତୃତୀୟଙ୍କୁ ବ୍ରିଟେନର ନୂତନ ରାଜା ଭାବେ ଘୋଷିତ କାରଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.