ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 11 ଜଣ ପିଲାଙ୍କୁ ଚଳିତ ବର୍ଷର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମ 11 ଅସାଧାରଣ ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏବଂ ରାଷ୍ଟ୍ରମନ୍ତ୍ରୀ ମୁଞ୍ଜପାରା ମହେନ୍ଦ୍ରଭାଇ ଉପସ୍ଥିତ ଥିଲେ ।
-
President Droupadi Murmu conferred the Pradhan Mantri Rashtriya Bal Puraskar, 2023 on 11 children at an award ceremony held in New Delhi today. https://t.co/IPChpTYF3H pic.twitter.com/eBXjWLgdE3
— President of India (@rashtrapatibhvn) January 23, 2023 " class="align-text-top noRightClick twitterSection" data="
">President Droupadi Murmu conferred the Pradhan Mantri Rashtriya Bal Puraskar, 2023 on 11 children at an award ceremony held in New Delhi today. https://t.co/IPChpTYF3H pic.twitter.com/eBXjWLgdE3
— President of India (@rashtrapatibhvn) January 23, 2023President Droupadi Murmu conferred the Pradhan Mantri Rashtriya Bal Puraskar, 2023 on 11 children at an award ceremony held in New Delhi today. https://t.co/IPChpTYF3H pic.twitter.com/eBXjWLgdE3
— President of India (@rashtrapatibhvn) January 23, 2023
ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ରାଷ୍ଟ୍ରପତି 11 ଜଣ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି । ସେବା, କ୍ରୀଡା, କଳା, ସଂସ୍କୃତି ଏବଂ ସାହାସିକତା ଭଳି 4ଟି ବର୍ଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା 11 ଜଣଙ୍କୁ ମେଡାଲ, ମାନପତ୍ର ସହ 1 ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ଏହି ପୁରସ୍କାର ପାଇଥିବା ପିଲାଙ୍କ ମଧ୍ୟରେ 6 ଜଣ ପୁଅ ରହିଥିବା ବେଳେ 5 ଜଣ ଝିଅ ରହିଛନ୍ତି । କଳା ଏବଂ ସଂସ୍କୃତି ବର୍ଗରେ ୪ଜଣ, ସାହାସିକତା ପାଇଁ ଜଣେ, ନବସୃଜନ ପାଇଁ 2ଜଣ, ସାମାଜିକ ସେବା ପାଇଁ ଜଣେ ଏବଂ କ୍ରୀଡା ପାଇଁ ୩ ଜଣଙ୍କୁ ପୁରସ୍କାର ମିଳିଛି । । ପ୍ରଧାନମନ୍ତ୍ରୀ ବାଲ ପୁରସ୍କୃତପ୍ରାପ୍ତ ଛାତ୍ରଛାତ୍ରୀଙ୍କ ସହ ଆଜି (ମଙ୍ଗଳବାର) ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହେବେ ।
ଏହା ବି ପଢନ୍ତୁ...Parakram Diwas: ପରମବୀର ବିଜେତାଙ୍କ ନାମରେ ନାମିତ ହେଲା 21 ଦ୍ବୀପ
ଓଡିଶାରୁ ପାଇଲେ ସମ୍ଭବ ମିଶ୍ର: କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କଳା ଓ ସଂସ୍କୃତି ବର୍ଗରେ ଓଡିଶାର ସମ୍ଭବ ମିଶ୍ର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର-2023 ପାଇଛନ୍ତି । ପୁରସ୍କୃତ 11ଜଣଙ୍କ ମଧ୍ୟରେ ସମ୍ଭବ ଅନ୍ୟତମ । ପୁରସ୍କାର ସହ ମେଡାଲ, ମାନପତ୍ର ଓ 1 ଲକ୍ଷ ଟଙ୍କା ରାଷ୍ଟ୍ରପତିଙ୍କଠୁ ଗ୍ରହଣ କରିଛନ୍ତି ।
କାର୍ଯ୍ୟକ୍ରମକୁ ସମ୍ବୋଧନ କରି ରାଷ୍ଚ୍ରପତି କହିଛନ୍ତି, "ପିଲାମାନେ ଦେଶର ସମ୍ବଳ । ସେମାନଙ୍କ ପିଲାଦିନ ନିରାପଦ ଓ ସୁଖୀ ରହିଲେ ଦେଶ ତଥା ସମାଜର ଭବିଷ୍ୟତ ଉଜ୍ବଳ ହୋଇପାରିବ । ପିଲାମାନଙ୍କୁ ପୁରସ୍କୃତ କରାଯାଇ ଦେଶ ଗଠନରେ ସେମାନଙ୍କ ଅବଦାନକୁ ପ୍ରୋତ୍ସାହିତ ଓ ସମ୍ମାନିତ କରାଯାଉଛି । ଭାରତର ଜୀବନ ମୂଲ୍ୟରେ ପରୋପକାରକୁ ସବୁଠୁ ଉଚ୍ଚ ସ୍ଥାନରେ ରଖାଯାଏ । ଯିଏ କେବଳ ନିଜ ପାଇଁ ବଞ୍ଚନ୍ତି ତାଙ୍କ ଜୀବନ ଅଧୁରା । ସେଇମାନଙ୍କ ଜୀବନ ସାର୍ଥକ ହୋଇଥାଏ ଯିଏ ଅନ୍ୟଙ୍କ ପାଇଁ ବଞ୍ଚନ୍ତି ।"
ସେହିପରି ରାଷ୍ଟ୍ରପତି ଆହରୁ କହିଛନ୍ତି, ସମ୍ପୂର୍ଣ୍ଣ ମାନବଜାତି ପାଇଁ ପ୍ରେମର ଭାବନା କେବଳ ଏହା ନୁହେଁ ପଶୁପଷୀ, ବୃକ୍ଷଲତାଙ୍କ ପ୍ରତି ସଚେତନ ହେବା ଭଳି ସଂସ୍କାର ଭାରତୀୟ ଜୀବନ ମୂଲ୍ୟର ଅଂଶ । ଆଜି ପିଲା ପର୍ଯ୍ୟାବେକ୍ଷଣ ପ୍ରତି ଅଧିକ ସଚେତନ । ତୁମେମାନେ ଯାହା କରୁଛ ତାହା ପର୍ଯ୍ୟାବେକ୍ଷଣ ଉପରେ କିଛି ଖରାପ ପ୍ରଭାବ ପକାଉ ନାହିଁ ତ ସେ ଦିଗରେ ଧ୍ୟାନ ଦିଅ। ଶକ୍ତି ବଞ୍ଚାଅ ଅନ୍ୟଙ୍କୁ ପ୍ରେରଣା ଦିଅ ।''