ETV Bharat / bharat

ଅଫେରା ରାଇଜରେ ମୁଲାୟମ ସିଂହ ଯାଦବ, ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କ ଶୋକ

ସମାଜବାଦୀ ପାର୍ଟି ପ୍ରତିଷ୍ଠାତା କରି ସମସ୍ତଙ୍କ ନେତାଜୀ ସାଜିଥିବା ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ପରଲୋକ ହାେଇଛି । ତାଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି । ଅଧିକ ପଢନ୍ତୁ

condolence to mulayam singh yadav
ଆଉ ନାହାନ୍ତି ମୁଲାୟମ ସିଂହ ଯାଦବ, ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କ ଶୋକ
author img

By

Published : Oct 10, 2022, 12:59 PM IST

ନୂଆଦିଲ୍ଲୀ: ସବୁ ଦିନ ପାଇଁ ନୀରବି ଯାଇଛନ୍ତି ୟୁପିର ନେତାଜୀ । ୟୁପି ରାଜନୀତିକୁ 3 ଦଶନ୍ଧି ଧରି ପ୍ରଭାବିତ କରିଥିବା ତଥା ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କର ପରଲୋକ ହୋଇଛି । ମୁଲାୟମଙ୍କ ପରଲୋକରେ ଶୋକପ୍ରକାଶ କରିଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି । ମୁଲାୟମ ସିଂହଙ୍କ ଦେହାନ୍ତ ଦେଶ ପାଇଁ ଓ ଭାରତୀୟ ରାଜନୀତି ପାଇଁ ଅପୂରଣୀୟ କ୍ଷତି ବୋଲି ଶୋକବାର୍ତ୍ତାରେ ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

  • श्री मुलायम सिंह यादव का निधन देश के लिए अपूरणीय क्षति है। साधारण परिवेश से आए मुलायम सिंह यादव जी की उपलब्धियां असाधारण थीं। ‘धरती पुत्र’ मुलायम जी जमीन से जुड़े दिग्गज नेता थे। उनका सम्मान सभी दलों के लोग करते थे। उनके परिवार-जन व समर्थकों के प्रति मेरी गहन शोक-संवेदनाएं!

    — President of India (@rashtrapatibhvn) October 10, 2022 " class="align-text-top noRightClick twitterSection" data=" ">

ଟ୍ବିଟ କରି ରାଷ୍ଚ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି,''ଦେଶ ପାଇଁ ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ ଅପୂରଣୀୟ କ୍ଷତି । ସାଧାରଣ ପରିବାରରୁ ଆସିଥିବା ମୁଲାୟମ ସିଂହ ଯାଦବଙ୍କ ଉପଲବ୍ଧି ଆସାଧାରଣ ଥିଲା । ଧରିତ୍ରୀ ପୁତ୍ର ମୁଲାୟମ ଜୀ ମାଟି ସହ ଜଡିତ ନେତା ଥିଲେ । ସବୁ ଦଳ ତାଙ୍କ ସମ୍ମାନ କରେ । ତାଙ୍କ ପରିବାର, ସମର୍ଥକଙ୍କ ପ୍ରତି ମୋର ସମବେଦନା ଜଣାଉଛି ।''

  • Shri Mulayam Singh Yadav Ji was a remarkable personality. He was widely admired as a humble and grounded leader who was sensitive to people’s problems. He served people diligently and devoted his life towards popularising the ideals of Loknayak JP and Dr. Lohia. pic.twitter.com/kFtDHP40q9

    — Narendra Modi (@narendramodi) October 10, 2022 " class="align-text-top noRightClick twitterSection" data=" ">

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଲାୟମ ସିଂହ ଯାଦବଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି,''ମୁଲାୟମ ସିଂହ ଯାଦବ ଜଣେ ଉଲ୍ଲେଖନୀୟ ବ୍ୟକ୍ତିତ୍ୱ ଥିଲେ । ନମ୍ର ନେତା ଭାବରେ ସେ ଲୋକମାନଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ଥିଲେ । ସାରା ଜୀବନ ଲୋକଙ୍କ ସେବା କରିଥିଲେ । ଜରୁରୀକାଳୀନ ପରିସ୍ଥିତିରେ ମୁଲାୟମ ଜଣେ ଆଗଧାଡ଼ିର ସିପାହୀ ଥିଲେ । ପ୍ରତିରକ୍ଷାମନ୍ତ୍ରୀ ଥିବା ବେଳେ ମୁଲାୟମ ଦେଶକୁ ସଶକ୍ତ କରିବାରେ ଗୁରୁ ଦାୟିତ୍ବ ତୁଲାଇଥିଲେ ।'' ଜଣେ ସଂସଦୀୟ ନେତା ଭାବେ ତାଙ୍କର ଭାଗୀଦାରି ବେଶ ବଳିଷ୍ଠ ଓ ସବୁବେଳେ ରାଷ୍ଟ୍ରର ହିତରେ ଥିଲା ।''

ଏହା ବି ପଢନ୍ତୁ...ଚାଲିଗଲେ ନେତାଜୀ, 3 ଦିନିଆ ରାଷ୍ଟ୍ରୀୟ ଶୋକ ପାଳିବ ୟୁପି

  • मुलायम सिंह यादव जी अपने अद्वितीय राजनीतिक कौशल से दशकों तक राजनीति में सक्रिय रहे। आपातकाल में उन्होंने लोकतंत्र की पुनर्स्थापना के लिए बुलंद आवाज उठाई। वह सदैव एक जमीन से जुड़े जननेता के रूप में याद किए जाएँगे। उनका निधन भारतीय राजनीति के एक युग का अंत है।

    — Amit Shah (@AmitShah) October 10, 2022 " class="align-text-top noRightClick twitterSection" data=" ">

ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ମଧ୍ୟ ମୁଲାୟମ ସିଂହ ଯାଦବଙ୍କ ପରଲୋକରେ ଶୋକ ପ୍ରକାଶ କରିିବା ସହ ହରିୟାଣାର ମେଦାନ୍ତା ଡାକ୍ତରଖାନା ଗସ୍ତ କରି ମୁଲାୟମଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଟ୍ବିଟ କରି ଗୃହମନ୍ତ୍ରୀ ଲେଖିଛନ୍ତି, ମୁଲାୟମ ସିଂହ ଯାଦବ ତାଙ୍କର ଅନନ୍ୟ ରାଜନୈତିକ ଦକ୍ଷତା ସହିତ ଦଶନ୍ଧି ଧରି ରାଜନୀତିରେ ସକ୍ରିୟ ରହିଥିଲେ । ଜରୁରୀକାଳୀନ ସମୟରେ ଗଣତନ୍ତ୍ରର ପୁନରୁଦ୍ଧାର ପାଇଁ ସ୍ୱର ଉତ୍ତୋଳନ କରିଥିଲେ । ତାଙ୍କୁ ସର୍ବଦା ତୃଣମୂଳ ସ୍ତରର ନେତା ଭାବରେ ସ୍ମରଣ କରାଯିବ । ତାଙ୍କ ବିୟୋଗ ଭାରତୀୟ ରାଜନୀତିରେ ଏକ ଯୁଗର ସମାପ୍ତ ହୋଇଛି ।''

ଏହା ବି ପଢନ୍ତୁ...ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ପରଲୋକ

  • Deeply saddened to know about the passing away of former UP CM & @samajwadiparty founder #MulayamSinghYadav. The socialist leader will always be remembered for his contribution to uplift the downtrodden. My thoughts & prayers are with the bereaved family & supporters. Om Shanti.

    — Naveen Patnaik (@Naveen_Odisha) October 10, 2022 " class="align-text-top noRightClick twitterSection" data=" ">

ସେହିପରି ମୁଲାୟମଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି,'' ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ପ୍ରତିଷ୍ଠାତାଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ । ତାଙ୍କ ଅବଦାନ ପାଇଁ ସାମାଜିକ ନେତା ମୁଲାୟମ ସର୍ବଦା ସ୍ମରଣୀୟ ରହିବେ ।

  • श्री मुलायम सिंह यादव जी ज़मीन से जुड़े एक ऐसे नेता थे जिन्होंने कई दशकों तक उत्तर प्रदेश की राजनीति में एक प्रमुख भूमिका निभाई। अपने लम्बे सार्वजनिक जीवन में उन्होंने अनेक पदों पर काम किया और देश, समाज एवं प्रदेश के विकास में अपना योगदान दिया। उनका निधन बेहद पीड़ादायक है।

    — Rajnath Singh (@rajnathsingh) October 10, 2022 " class="align-text-top noRightClick twitterSection" data=" ">

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୁଲାୟମ ସିଂହ ଯାଦବଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଜଣେ ତୃଣମୂଳ ସ୍ତରର ନେତା ଥିଲେ ମୁଲାୟମ ସିଂହ ଯାଦବ । ଦୀର୍ଘ ଦଶନ୍ଧି ଧରି ଉତ୍ତରପ୍ରଦେଶ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ଅନେକ ପଦବୀରେ କାର୍ଯ୍ୟ କରିଥିଲେ ଏବଂ ଦେଶ, ସମାଜ ତଥା ରାଜ୍ୟର ବିକାଶରେ ସହଯୋଗ କରିଥିଲେ । ରାଜନୀତିରେ ବିରୋଧୀ ଥିଲେ ମଧ୍ୟ ତାଙ୍କ ସହ ଭଲ ସମ୍ପର୍କ ଥିଲା ।''

  • Sharp, pragmatic and combative, Shri Mulayam Singh Yadav ji was one of the regional heavyweights of Indian politics. A rare breed of a grassroots leader, a man of his words, he was a sentinel of democracy during the Emergency. Indian polity is poorer today with his passing away. pic.twitter.com/XXpBFhiUfq

    — Dharmendra Pradhan (@dpradhanbjp) October 10, 2022 " class="align-text-top noRightClick twitterSection" data=" ">

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରି ଟ୍ବିଟ କରି ଲେଖିଛନ୍ତି, ଜଣେ ବିଚକ୍ଷଣ, ପ୍ରୟୋଗାତ୍ମକ ନେତା ଥିଲେ ମୁଲାୟମ ସିଂହ ଯାଦବ । ତାଙ୍କ ବିୟୋଗ ଭାରତୀୟ ରାଜନୀତି ପାଇଁ ବଡ କ୍ଷତି ।

ପ୍ରକାଶ ଥାଉ କି, ଅସୁସ୍ଥତା କାରଣରୁ ଅଗଷ୍ଟ 22 ତାରିଖରୁ ଚିକିତ୍ସିତ ହେଉଥିବା ମୁଲାୟମ ସିଂହ ଯାଦବଙ୍କର ଆଜି ପରଲୋକ ହୋଇଛି । ଡାକ୍ତରଙ୍କ ସତ ଚେଷ୍ଟା ସତ୍ତ୍ବେ ଜୀବନ-ମରଣ ସହ ସଂଘର୍ଷ କରୁଥିବା ମୁଲାୟମ ସିଂହ ଯାଦବ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.