ନୂଆଦିଲ୍ଲୀ: ତିନିଦିନିଆ ତାମିଲାନାଡୁ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ସଂନ୍ଧ୍ୟାରେ ଚେନ୍ନାଇ ଅଭିମୁଖେ ବାହାରିବେ ରାଷ୍ଟ୍ରପତି । ଏନେଇ ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ଆସନ୍ତାକାଲି( ବୁଧବାର)ଭେଲୋର ଗସ୍ତ କରି ଥିରୁଭାଲୁଭାର ବିଶ୍ବବିଦ୍ୟାଳୟର 16ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଏହା ପରେ ମାର୍ଚ୍ଚ 11 ତାରିଖରେ ଚେନ୍ନାଇ ଆନ୍ନା ବିଶ୍ବବିଦ୍ୟାଳୟର 41ତମ ସମାବର୍ତ୍ତନ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମାର୍ଚ୍ଚ 6ରୁ 7 ଦୁଇ ଦିନିଆ ମଧ୍ୟପ୍ରଦେଶ ଗସ୍ତ କରିଥିଲେ । ଗସ୍ତରେ ରାଷ୍ଟ୍ରପତି ଜବଲପୁରରେ ଅଲ ଇଣ୍ଡିଆ ଜୁଡିସିଆରୀ ଏକାଡେମୀକୁ ଉଦଘାଟନ କରିଥିଲେ ।
ଏହା ପରେ ରାଷ୍ଟ୍ରପତି ଆଦିବାସୀ କଲ୍ୟାଣ ବିଭାଗ ଦ୍ବାରା ଆୟୋଜିତ ଜନଜାତୀୟ ସମ୍ମିଳନୀରେ ଯୋଗ ଦେଇଥିଲେ । ଗତ ମାସରେ ପ୍ରଥମ ଥର ପାଇଁ କେନ୍ଦ୍ରଶାସିତ ଅଞ୍ଚଳ ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ ଗସ୍ତ କରିଥିଲେ ।
@ANI