ନୂଆଦିଲ୍ଲୀ: ଆଜିଠୁ ଦୁଇଦିନିଆ ପଞ୍ଜାବ ଓ ହରିୟାଣା ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏ ନେଇ ରାଷ୍ଟ୍ରପତିଙ୍କ ସଚିବଙ୍କ ପକ୍ଷରୁ ସୂଚନା ମିଳିଛି ।
ଚଣ୍ଡିଗଡର ପଞ୍ଜାବ ଇଞ୍ଜିନିୟରିଂ କଲେଜର ଶତବାର୍ଷିକୀ ଉତ୍ସବରେ ଯୋଗଦେବେ ବୋଲି ସୂଚନା ମିଳିଛି । ଗତକାଲି(ବୁଧବାର) ଦିନ ସେ ହରିୟାଣାର ଭିୱାନୀ ଜିଲ୍ଲାର ସୁଇ ଗାଁ ପରିଦର୍ଶନ କରିବେ । ଯାହା କି ଆଦର୍ଶ ଗାଁ ଭାବରେ ପରିଚିତ । ମହାଦେବୀ ପରମେଶ୍ବରଦାସ ଜିନ୍ଦଲ ଚାରିଟେବୁଲ ଟ୍ରଷ୍ଟ ଦ୍ବାରା ଆଦର୍ଶ ଗ୍ରାମ ଭାବରେ ଏହି ଗାଁ ବିକଶିତ ହୋଇଛି । ସେଠାକାର ଜନସାଧାରଣଙ୍କ ପାଇଁ ଥିବା କିଛି ପ୍ରକଳ୍ପ ଓ ସୁବିଧାର ଉଦଘାଟନ କରିବା ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି ।
@ANI